Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେଡିରେ ଅପରାଧୀକରଣ: ଗ୍ୟାଙ୍ଗଷ୍ଟରଙ୍କୁ ସମ୍ବର୍ଦ୍ଧିତ କଲେ ଜଳସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ତଥା କୁଖ୍ୟାତ ଅପରାଧୀ ତାପସ ରଞ୍ଜନ ମଲ୍ଲିକ ଓରଫ ତପୁକୁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସମ୍ବର୍ଦ୍ଧିତ କରିବାର ଫଟୋଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କ୍ରାଇମବ୍ରାଂଚର ଏସଟିଏଫର ସ୍କାନରରେ ଥିବା କୁଖ୍ୟାତ ଅପରାଧୀ ତାପସ ନାଁରେ ଏବେ ୧୭ଟିରୁ ଅଧିକ ମାମଲା ରହିଥିବାବେଳେ ରାଜ୍ୟର ଜଣେ ମନ୍ତ୍ରୀ ତାଙ୍କୁ କିଭଳି ଶ୍ରେଷ୍ଠ ସମାଜସେବୀ ଆୱାର୍ଡରେ ପୁରସ୍କୃତ କରିବାପରେ ବିଜେଡି ଏବେ ଅପରାଧୀକରଣ ଆଡ଼କୁ ଅଗ୍ରସର ହେଉଥିବା ସାଧାରଣରେ ଚର୍ଚ୍ଚା ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଚଳିତମାସ ପ୍ରଥମ ସପ୍ତାହରେ କଟକ ଜିଲ୍ଲାର ଚୌଦ୍ୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ତପୁକୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଉତ୍ସବରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ତପୁ ଭଳି ଜଣେ କୁଖ୍ୟାତ ଅପରାଧୀକୁ ମନ୍ତ୍ରୀ ଶ୍ରୀ ଦାସ କିଭଳି ସମ୍ବର୍ଦ୍ଧିତ କଲେ ଓ ତପୁ ସହ ତାଙ୍କର କ’ଣ ସମ୍ପର୍କ ରହିଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗତ କିଛିମାସ ପୂର୍ବରୁ ଟିଟୋ ଲିଙ୍କରେ ଏସଟିଏଫ ଟିମ୍ ତପୁର ଟାଙ୍ଗୀସ୍ଥିତ ଘରେ ଚଢ଼ଉ କରିବା ସହ ତା’ର ବ୍ୟବସାୟିକ ଗତିବିଧି ଉପରେ ନଜର ରଖିଥିଲା । ତେବେ ସେତେବେଳେ ତପୁ କୌଶଳକ୍ରମେ ଖସିଯିବାରେ ସକ୍ଷମ ହୋଇଥିଲା । ତପୁ ନାଁରେ କେବଳ ଟାଙ୍ଗି ଥାନାରେ ୧୫ଟି କେସ୍ ରହିଥିବାବେଳେ ଟେଣ୍ଡର ଫିକ୍ସି ମାମଲାରେ ଭୁବନେଶ୍ୱରର ଉର୍ମି ହୋଟେଲ ଉପରକୁ ବୋମାମାଡ଼ ଓ କଟକର ବିଡ଼ାନାସୀ ଥାନାରେ ମଧ୍ୟ ମାମଲା ରହିଛି । ହତ୍ୟା, ଲୁଟ, ରାହାଜାନି, ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସି, ବୋମାମାଡ଼, ଚୋରା ଅସ୍ତ୍ରଶସ୍ତ୍ର କାରବାର ଆଦି ମାମଲାରେ ତପୁ ନାଁରେ ମୋଟ ୧୭ଟି କେସ୍ ରହିଛି । ୧୯୯୬ ମସିହା ଜୁନ୍ ମାସରେ ତପୁ ନାଁରେ ପ୍ରଥମ ମାମଲା ଚୌଦ୍ୱାରର ଟାଙ୍ଗୀ ଥାନାରେ ରୁଜୁ ହୋଇଥିବାବେଳେ ୨୦୧୮ ଓ ୨୦୧୯ ମସିହା ମଧ୍ୟରେ ମଧ୍ୟ ତପୁ ନାଁରେ ମାମଲା ଟାଙ୍ଗୀ ଥାନାରେ ରେକର୍ଡ ହୋଇଛି ।
ତପୁର ଅପରାଧିକ ସାମ୍ରାଜ୍ୟ ଓ ଏସଟିଏଫ ସ୍କାନରରେ ସେ ରହିଥିବା ନେଇ ଗଣମାଧ୍ୟମରେ ଅନେକଥର ଖବର ପ୍ରକାଶିତ ହୋଇସାରିଛି । ଏହା ସତ୍ତ୍ୱେ ରାଜ୍ୟ ସରକାରଙ୍କ ପ୍ରଚାରପ୍ରସାର ଦାୟିତ୍ୱ ସମ୍ଭାଳିଥିବା ବିଭାଗର ମନ୍ତ୍ରୀ ଶ୍ରୀ ଦାସ ପ୍ରକୃତରେ ତପୁର ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣି ନାହାନ୍ତି ନା ଜାଣିଶୁଣି ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି । ତପୁର ଅପରାଧିକ ସାମ୍ରାଜ୍ୟ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଖୋର୍ଦ୍ଧାରେ ରହିଥିବାବେଳେ କ୍ରାଇମବ୍ରାଂଚ ଏବେ ଅପରାଧୀମାନଙ୍କୁ ସାବାଡ୍ କରିବାକୁ ନିଜର ଅଭିଯାନ ଜୋରଦାର କରିଛି । ଗତ କିଛିିଦିନ ଧରି ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସ ନେଟୱର୍କ ଉପରେ ଚଢ଼ଉ ସହ ଗିରଫଦାରୀ ଜାରି ରହିଥିବାବେଳେ କୁଖ୍ୟାତ ଅପରାଧୀ ତପୁ ବିଜେଡି ନେତା ଓ ମନ୍ତ୍ରୀଙ୍କ ସୁରକ୍ଷାବଳୟ ମଧ୍ୟରେ ରହି ଅପରାଧିକ କାର୍ଯ୍ୟକ୍ରମ କରୁଥାଇପାରେ ବୋଲି ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top