Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ବିଶେଷ

ବିଜେଡିରେ ଝଡ଼: ବଦଳିବେ ମହିଳା ସଭାନେତ୍ରୀ ଓ ଅନ୍ୟ ଦୁଇ ମୁଖିଆ!

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନରେ ବିଜେଡିର ୩ ଛାମୁଆ ସଂଗଠନ (ମହିଳା,ଯୁବ ଓ ଛାତ୍ର)ର ମୁଖିଆଙ୍କ ଦୁର୍ବଳ ସାଂଗଠନିକ କାର୍ଯ୍ୟକ୍ରମ ଓ ନିରାଶାଜନକ ପ୍ରଦର୍ଶନ ଏବେ ସେମାନଙ୍କ ପାଇଁ ସମସ୍ୟା ପାଲଟିଛି । ଦଳର ଏହି ୩ ଛାମୁଆ ସଂଗଠନରେ ବଢ଼ି ଚାଲିଥିବା ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଯୋଗୁ ବିଜେଡି ନେତୃତ୍ୱ ଖୁବଶୀଘ୍ର ଦଳର ୩ ଛାମୁଆ ସଂଗଠନର ମୁଖିଆଙ୍କୁ ପରିବର୍ତ୍ତନ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ନିକଟରେ ବିଜେଡି ମହିଳା ସଭାନେତ୍ରୀ ମିନତୀ ବେହେରା ନିଜର ୬ଜଣ ସହଯୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ମହିଳା ସଂଗଠନରେ ଗୋଷ୍ଠୀକନ୍ଦଳ ତୀବ୍ରତର ହୋଇଛି । ଏପରିକି ଦଳର ୨୦ବର୍ଷର ମହିଳା ସଂଗଠନକୁ କିଛି କୁଚକ୍ରୀଙ୍କ ପରାମର୍ଶରେ ଭାଗଭାଗ କରାଯାଉଥିବା କିଛି ନେତ୍ରୀ ଅଭିଯୋଗ କରିବାରେ ଲାଗିଛନ୍ତି ।
ମିଳିଥିବା ସୂଚନା ଅନୁସାରେ , ବିଜେଡି ସଭାନେତ୍ରୀ ଶ୍ରୀମତୀ ବେହେରାଙ୍କ ନେତୃତ୍ୱରେ ଦଳର ମହିଳା ସଂଗଠନର ୬ଜଣ ପଦାଧିକାରୀ ଗତ ୪ଦିନ ତଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ମହିଳା ବିଜେଡି ପକ୍ଷରୁ ‘ଫୋନି’ ସହାୟତା ପ୍ରଦାନ କରିଥିଲେ । ତେବେ ଏହି ପ୍ରତିନିଧି ଦଳରେ ସାମିଲ ହୋଇନଥିବାରୁ କିଛି ପଦାଧିକାରୀ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବେହେରାଙ୍କ ମନମୁଖୀ କାର୍ଯ୍ୟ ଉପରେ ଆପତ୍ତି ଉଠାଇଛନ୍ତି । ଦଳର ଉପସଭାନେତ୍ରୀ ସଂଯୁକ୍ତା ମହଲା ସିଧାସଳଖ ଶ୍ରୀମତୀ ବେହେରାଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ୨୦ବର୍ଷର ମହିଳା ସଂଗଠନକୁ କିଛି କୁଚକ୍ରୀଙ୍କ କଥାରେ ଭାଗଭାଗ କରାଯାଉଥିବା ଅଭିଯୋଗ କରିଛନ୍ତି । ଏପରିକି ମହିଳା ସଂଗଠନର ଦୁଇଜଣ ପ୍ରମୁଖ ପଦାଧିକାରୀ ମଧ୍ୟ ‘ଫୋନି’ ସହାୟତା ପାଇଁ ଟଙ୍କାଟିଏ ସହଯୋଗ ଦେଇପାରିବେ ନାହିିଁ ବୋଲି ରୋକଠୋକ୍ କହିଥିବା ଜଣାପଡ଼ିଛି । ରାଜ୍ୟ ମହିଳା ବିଜେଡି କର୍ମକର୍ତ୍ତାଙ୍କୁ ନେଇ ଗଠିତ ହ୍ୱାଟସଅପ୍ ଗ୍ରୁପରେ ସଭାନେତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ଓ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି ।
ମହିଳା ସଂଗଠନରେ ଖୋଲାଖୋଲି ଭାବେ ଏଭଳି ବିଶୃଙ୍ଖଳାର ସୂଚନା ବିଜେଡି ନେତୃତ୍ୱ ପାଇବାପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତା’ଛଡ଼ା ସାଧାରଣ ନିର୍ବାଚନ ସମୟରେ ୪-୫ଜଣ ରାଜ୍ୟସ୍ତରୀୟ ମହିଳା ପଦାଧିକାରୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ ସାଂଗଠନିକ କାର୍ଯ୍ୟରେ ବିଶେଷ ଆଗ୍ରହ ଦେଖାଇ ନଥିଲେ । ଯାହାକି ବିଜେଡି ନେତୃତ୍ୱଙ୍କୁ କ୍ଷୁବ୍ଧ କରିଥିଲା । ଏସବୁକୁ ଦୃଷ୍ଟିରେ ରଖି ଦଳର ମହିଳା ସଂଗଠନକୁ ପୁର୍ନଗଠନ କରି ନୂଆ ସଭାନେତ୍ରୀ ଓ ପଦାଧିକାରୀ ନିଯୁକ୍ତି ଦେବା ପାଇଁ ବିଜେଡି ନେତୃତ୍ୱ ଏବେ ଗୁରୁତ୍ୱର ସହ ବିଚାର କରୁଥିବା ଜଣାପଡ଼ିଛି । ଜୁନ୍ ମାସ ଶେଷ ଭାଗରେ ଦଳର ମହିଳା ସଂଗଠନର ପୁର୍ନଗଠନ ହେବାର ସମ୍ଭାବନା ରହିଛି ।
ସେହିପରି ଦଳର ଯୁବ ସଂଗଠନର ମୁଖ୍ୟ ଭାବେ ଅମ୍ରେଶ ପତ୍ରୀ କାର୍ଯ୍ୟ କରୁଥିଲେ ମଧ୍ୟ ସଂଗଠନ ଉପରେ ତାଙ୍କର କର୍ତ୍ତୃତ୍ୱ ନରହିବା ଓ ନିର୍ବାଚନବେଳେ ଯୁବ ଶାଖାର ପଦାଧିକାରୀଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେବା ତାଙ୍କ ପାଇଁ ସମସ୍ୟା ହୋଇଛି । ଦଳର ଯୁବ ସଭାପତି ପଦରୁ ଶ୍ରୀ ପତ୍ରୀଙ୍କୁ ହଟାଇବାକୁ ବିଜେଡି ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି । ତେବେ ଯୁବ ସଭାପତି ପଦ ହାସଲ ପାଇଁ ଆଶାବାନ୍ଧି ବସିଥିବା ଚାନ୍ଦବାଲି ବିଧାୟକ ତଥା ପୂର୍ବତନ ଛାତ୍ର ସଭାପତି ବ୍ୟୋମକେଶ ରାୟ ଏବେ ଭଦ୍ରକ ମଦମୃତ୍ୟୁକୁ ନେଇ ବିବାଦୀୟ ଥିବାରୁ ତାଙ୍କ ପରିବର୍ତ୍ତେ ଦଳ ଜଣେ ସ୍ୱଚ୍ଛ-ନିର୍ମଳ ଓ ସାଂଗଠନିକ ଦକ୍ଷତା ଥିବା ଚେହେରାକୁ ଆଗକୁ ଆଣିବାକୁ ଯୋଜନା କରିଛି । ଅନ୍ୟତମ ଦାବିଦାର ଚିନ୍ମୟ ସାହୁ ମଧ୍ୟ ଦଳରେ ଗୋଷ୍ଠୀବାଦକୁ ପ୍ରୋତ୍ସାହିତ କରୁଥିବାରୁ ତାଙ୍କୁ ଏହି ଦୌଡ଼ରୁ ଦୂରେଇ ରଖାଯାଇଥିବା ଜଣାପଡ଼ିଛି ।
ସେହିପରି ଦଳର ଛାତ୍ର ସଂଗଠନର ମୁଖିଆ ରାଣାପ୍ରତାପ ପାତ୍ର ଚଳିତ ସାଧାରଣ ନର୍ବାଚନରେ ଦଳୀୟ ଟିକେଟ୍ ପାଇଁ ଲବି କରି ବିଫଳ ହୋଇଥିଲେ । ଦଳୀୟ ଟିକେଟ୍ ନମିଳିବାରୁ ରାଣା ଅସନ୍ତୁଷ୍ଟ ହୋଇ ନିର୍ବାଚନ ସମୟରେ ଦଳର ଛାତ୍ର ସଂଗଠନକୁ ରାଜ୍ୟବ୍ୟାପୀ ଯେଭଳି କ୍ରିୟାଶୀଳ କରାଇବା କଥା ସେ ତାହା କରିନଥିବା ଅଭିଯୋଗ ରହିଛି । ରାଣାଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ବିଜେଡି ନେତୃତ୍ୱ ମଧ୍ୟ କ୍ଷୁବ୍ଧ ଅଛନ୍ତି । ତେଣୁ ଛାତ୍ର ସଂଗଠନର ପଦାଧିକାରୀ ଥିବା ଦୁଇଜଣ ବିଧାୟକଙ୍କ ଦେବୀରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳଙ୍କ ମଧ୍ୟରୁ ଜଣଙ୍କୁ ଛାତ୍ର ସଂଗଠନର ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top