ଭୁବନେଶ୍ୱର(ଓଡ଼ିଶା ୱେୟାର): ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନମଣ୍ଡଳୀର ବିଜେପି ନେତା ରାମକୁମାର ସୋରେନ୍ ଆଜି ତାଙ୍କର ହଜାରେରୁ ଅଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସାରସକଣାରୁ ଆସିଥିବା ବିଜେପି ନେତା ଓ କର୍ମୀମାନଙ୍କୁ ଦଳରେ ସ୍ୱାଗତ କରିଥିଲେ। ଶ୍ରୀ ସୋରେନଙ୍କୁ ସାରସକଣାରୁ ବିଜେଡି ଟିକେଟ୍ ମିଳିବାର ସମ୍ଭାବନା ରହିଛି।
ଶ୍ରୀ ସୋରେନଙ୍କ ସହ ସାରସକଣା ବିଜେପିର ସଂଖ୍ୟାଲଘୁ ନେତା ସାହେବ ଅଲ୍ଲୀ ଖାଁ, ପଙ୍କଜ କୁମାର ପାତ୍ର, ଜୟନ୍ତୀ ପାତ୍ର, ନାରାୟଣ ହେମ୍ବ୍ରମ୍, ଶେଖର ମହାବୀ, ପୱନ ବିବି ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବବେଳେ ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସାରସକଣା ବିଧାୟକ ଭାଦବ ହାଁସଦା ଓ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ।


