Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିର ଆସନ ସଂଖ୍ୟା କମିବ : ଦାମ

ଭୁବନେଶ୍ୱର୍ : ରାଜ୍ୟରେ କଂଗ୍ରେସକୁ ସଂଗଠିତ କରିବା ପାଇଁ ଚାଲିଥିବା ଉଦ୍ୟମକୁ ନେଇ ବିଜେଡର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଭବିଷ୍ୟବାଣୀ କରିଛନ୍ତି । କଂଗ୍ରେସ ସଂଗଠିତ ହେଲେ ବି ଆସନ୍ତା ନିର୍ବାଚନରେ ବିଜେଡିର ବିଶେଷ କ୍ଷତି ହେବାର ନାହିଁ । ଅବଶ୍ୟ ବିଜେଡିର ସଂଖ୍ୟା ଟିକେ କମିଯାଇପାରେ କିନ୍ତୁ କଂଗ୍ରେସ ରାଜ୍ୟରେ ସରକାର ଗଢ଼ିବ ନାହିଁ ବୋଲି ସେ ଦମ୍ଭୋକ୍ତି ବ୍ୟକ୍ତ କରିଛନ୍ତି ।
ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, କଂଗ୍ରେସ ସଂଗଠିତ ହେଲେ ତା’ର ପ୍ରଭାବ ବିଜେଡି ଉପରେ ପଡ଼ିବ । କିନ୍ତୁ ବିଶେଷ କ୍ଷତି ହେବ ନାହିଁ । ଆସନ ସଂଖ୍ୟା ଟିକେ କମିଯାଇପାରେ । ଏବେ ବିଜେଡିର ୧୧୭ ବିଧାୟକ ଅଛନ୍ତି । ଯଦି କଂଗ୍ରେସ ଶକ୍ତିଶାଳୀ ହୁଏ ତା’ହେଲେ ଏହି ସଂଖ୍ୟା ୧୦୦ କି ୮୫କୁ ଖସି ଆସିବ । କିନ୍ତୁ ବେଶୀ କ୍ଷତି ବିଜେପିର ହେବ । ବିଜେପିର ଉତ୍ଥାନରେ ରୋକ୍ ଲାଗିବ ଓ ତା’ର ଅହଙ୍କାର ଭାଙ୍ଗିବ । କଂଗ୍ରେସର ଉତ୍ଥାନ ରାଜ୍ୟ ରାଜନୀତି ପାଇଁ ଶୁଭ ଖବର ବୋଲି ଡାକ୍ତର ରାଉତ କହିଛନ୍ତି । ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାସ କହିଛନ୍ତି ଯେ, ବିଜେଡି ଲୋକଙ୍କ ସହ ରହିଛି । ରାଜନୀତିକ ଦଳ ଭାବେ ବିଜେଡି ଉପରେ କଂଗ୍ରେସ ଶକ୍ତିଶାଳୀ ହେବାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ବରଂ ବିଜେପି ଅଧିକ କ୍ଷତିଗ୍ରସ୍ତ ହେବ । ଯେହେତୁ ବିଜେପି ଏବେ ରାଜ୍ୟରେ କଂଗ୍ରେସର ସ୍ଥାନ ନେବାକୁ ଉଦ୍ୟମ କରୁଛି । ସେହିପରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, କଂଗ୍ରେସ ଶକ୍ତିଶାଳୀ ହେବାର ପ୍ରଭାବ ବିଜେଡିକୁ ଅଧିକ କ୍ଷତି କରାଇବ । କାରଣ କଂଗ୍ରେସ ଭୋଟ୍କୁ ଅକ୍ତିଆର କରିବା ପାଇଁ ଗୁପ୍ତରେ ଉଦ୍ୟମ କରୁଥିଲେ ସେଥିରେ ରୋକ୍ ଲାଗିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top