Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେଡିର ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଅଲୋଡ଼ା

ଭୁବନେଶ୍ୱର(ଓଡ଼ିଶା ୱେୟାର):ଗତ ସାଧାରଣ ନିର୍ବାଚନବେଳେ ବିଜେଡି ଛାଡ଼ି ଯାଇଥିବା ଜଟଣୀ ନିର୍ବାଚନମଣ୍ଡଳୀର କିଛି ପୁରୁଣା ବିଜେଡି କର୍ମୀ ଆଜି ପୁଣିଥରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଦଳର ରାଜ୍ୟ ମୁଖ୍ୟାଳୟରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ବରିଷ୍ଠ ନେତା ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ଜଟଣୀ ନିର୍ବାଚନମଣ୍ଡଳୀର ପରାଜିତ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ବିଜୟ ଛୋଟରାୟ ଓ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଜଟଣୀ ଓ ଖୋର୍ଦ୍ଧା ଅଂଚଳର କିଛି ପୂର୍ବତନ ସମିତି ସଭ୍ୟ ଓ ସରପଂଚ, ବରିଷ୍ଠ କର୍ମୀମାନେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ନେତାମାନେ ଗତ ନିର୍ବାଚନବେଳେ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ବିରୋଧ କରି କଂଗ୍ରେସ ଓ ବିଜେପିରେ ସାମିଲ ହୋଇଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ବିଜେଡିର ଜିଲ୍ଲା ସଭାପତି ଭାବେ ଏବେ ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତିରେ ଏହି ମିଶ୍ରଣ ପର୍ବ ହିଁ ଜଟଣୀରେ ଦଳରେ ସବୁକିଛି ଠିକ୍ ନାହିଁ ବୋଲି ସନ୍ଦେଶ ଦେଇଛି । ଜଟଣୀରେ ଦଳର ଯୁବ ଓ ଛାତ୍ର ଶାଖା ପକ୍ଷରୁ ଡିଜିଟାଲ ସଶକ୍ତିକରଣ କାର୍ଯ୍ୟକ୍ରମରେ ଶ୍ରୀ ବଳବନ୍ତରାୟ ସାମିଲ ହୋଇଥିଲେ ମଧ୍ୟ ଏତେ ସଂଖ୍ୟକ ଲୋକଙ୍କ ଘରବାହୁଡ଼ା କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ ।
ସୂତ୍ର ଅନୁସାରେ ଆଜି ବିଜେଡିରେ ମିଶିଥିବାବେଳେ ନେତାମାନେ ଏବେ ଦଳକୁ ଫେରିଥିଲେ ମଧ୍ୟ ସେମାନେ ପୂର୍ବଭଳି ଶ୍ରୀ ବଳବନ୍ତରାୟଙ୍କୁ ବିରୋଧ କରିବାର ସମ୍ଭାବନା ଅଧିକ । ଦଳର ରାଜ୍ୟ ନେତୃତ୍ୱଙ୍କ ସହ ଯୋଗସୂତ୍ର ରକ୍ଷାକରି ସେହି ବ୍ୟକ୍ତିମାନେ ବିଜେଡିକୁ ଫେରିଥିଲେ ମଧ୍ୟ ଜିଲ୍ଲା ସଭାପତି ଶ୍ରୀ ବଳବନ୍ତରାୟଙ୍କ ସମ୍ପୂର୍ଣ୍ଣ ଅଲୋଡ଼ା କରି ରଖାଯାଇଥିଲା ।
ଅବଶ୍ୟ, ଏହି କର୍ମୀମାନେ ବିଜେଡିକୁ ଫେରିବାପରେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ସନ୍ଧ୍ୟାରେ ଏକ ମିଶ୍ରଣ ପର୍ବରେ ବିଜେପି ଓ ବିଜେଡିର କିଛି ନେତାଙ୍କୁ ନିଜ ଦଳରେ ସାମିଲ କରାଇଛନ୍ତି । ଅନ୍ଧାରୁଆ ପଂଚାୟତର ସରପଂଚ ଦିଲ୍ଲୀପ ତରାଇଙ୍କ ସମେତ ଶତାଧିକ କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top