ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଜେଡିର ୩୦ଜଣିଆ ମୁଖପାତ୍ର ଓ ପ୍ୟାନେଲିଷ୍ଟ ଟିମ୍ ଆଜି ଘୋଷଣା ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଡିଆ ଟିମର ପୁନର୍ଗଠନ କରିଛନ୍ତି । ଜାତୀୟ ମୁଖପାତ୍ର ଭାବେ ୬ଜଣ, ମୁଖପାତ୍ର ଭାବେ ୧୬ଜଣ ଓ ପ୍ୟାନେଲିଷ୍ଟ ଭାବେ ୧୪ଜଣଙ୍କୁ ନିଯୁକ୍ତି ମିଳିଛି । ପ୍ୟାନେଲିଷ୍ଟ ଭାବେ ସମସ୍ତ ନୂଆ ଓ ଯୁବ ଚେହେରାକୁ ସାମିଲ କରାଯାଇଛି ।
ଜାତୀୟ ମୁଖପାତ୍ର ଟିମରେ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀ ସାମିଲ କରାଯାଇଥିବାବେଳେ ମୁଖପାତ୍ର ଭାବେ ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶଚନ୍ଦ୍ର ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମକେଶ ରାୟ,ରାସେଶ୍ୱରୀ ପାଣିଗ୍ରାହୀ,କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଲେନିନ୍ ମହାନ୍ତି, ସଞ୍ଜୟ ବାବୁ, ଶ୍ରୀମୟୀ ଶ୍ୱେତାସିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ ଓ ହରିଶ ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି ।
ପ୍ୟାନେଲିଷ୍ଟ ତାଲିକାରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାଶ, ଓମପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପସିତା ସାହୁ, ଜ୍ୟୋସ୍ନାମୟୀ ପରିଡ଼ା, ସୋଫିଆ ଆଲମ୍ , ତୁମ୍ବାନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତ ମଲ୍ଲିକ, ଛବି ମାହାଳୀ, ମିନାକ୍ଷୀ ମିଶ୍ର ଓ ସ୍ମୃତି ନନ୍ଦଙ୍କୁ ଅବସ୍ଥାପିତ କରାଯାଇଛି ।


