ଭୁବନେଶ୍ୱର(ଓଡ଼ିଶା ୱେୟାର) :ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ଆଉଜଣେ ବିଜେଡି ସାଂସଦ ଓ ବିଧାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଜଣଙ୍କ ପରେ ଜଣେ ସାଂସଦ ଓ ବିଧାୟକ ଇସ୍ତଫା ଦେବାରେ ଲାଗିଛନ୍ତି। ଆଜି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧିବଦ୍ଧ ଭାବେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି।
ସେହିପରି ଦଶପଲ୍ଲା ବିଧାୟକ ପୁର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ଆଜି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ନେଇ ସେ ଦଳ ବିରୁଦ୍ଧରରେ ବିଷଦଘାତ କରିଛନ୍ତି। ଦଳର କିଛି ମୁଷ୍ଠିମୟ ଲୋକଙ୍କ ଭୁଲ ନିଷ୍ପତି ଯୋଗୁ ତାଙ୍କୁ ଟିକେଟରୁ ବଞ୍ଚିତ କରାଯାଇଛି। ଦଳରେ ଦୁର୍ନିତି ମୁକ୍ତ ଅପେକ୍ଷା ଦୁର୍ନିତି ଗ୍ରସ୍ତଙ୍କୁ ଟିକେଟ ଦିଆଯାଉଛି।


