Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡି ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ବିଜେପିରେ ସାମିଲ

ଭୁବନେଶ୍ୱର(ଓଡ଼ିଶା ୱେୟାର) :ବିଜେଡିର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ଆଜି ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେ ପଦ୍ମ ଧରିଛନ୍ତି । ହଠାତ ପ୍ରଶାନ୍ତଙ୍କ ପୁଅ ଋଷଭ ଆସି ବିଜେପିରେ ମିଶିବା ଘଟଣା ସମସ୍ତଙ୍କୁ ଚକିତ କରିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାକୁ ନେଇ ଚାଲିଛି ରାଜନୈତିକ ଚର୍ଚ୍ଚା । ବିଜେଡିରେ ପ୍ରଶାନ୍ତ ନନ୍ଦଙ୍କର ପ୍ରଭାବ ବେଶ ଭଲ ରହିଛି । ଏଭଳି ସ୍ଥିତିରେ ତାଙ୍କ ପୁଅ ଆସି ବିଜେଡିର ପ୍ରମୁଖ ଶତ୍ରୁ ସାଜିଥିବା ବିଜେପି ଶିବିରରେ ସାମିଲ ହେବା ଘଟଣା ସନ୍ଦେହ ସୃଷ୍ଟି କରିଛି । ଏହା ପଛରେ ବଡ଼ଧରଣର କାରଣ ଥିବା କଥା କୁହାଯାଉଛି । ଏଥର ନିର୍ବାଚନରେ ବେଗୁନିଆ-ବୋଲଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀହେବା ପାଇଁ ଋଷଭ ଉଦ୍ୟମ ଚଳାଇଥିଲେ । ବାପା ପ୍ରଶାନ୍ତ ଚାହୁଥିଲେ ପୁଅକୁ ଆଣି ପ୍ରତ୍ୟେକ୍ଷ ନିର୍ବାଚନ ରାଜନୀତିରେ ଥଇଥାନ କରିବେ । ଦଳ ଭିତରେ ତାଙ୍କର ଏକ ବିଶେଷ ପ୍ରଭାବ ରହିଥିବା ଭାବି ସେ ଏ ଉଦ୍ୟମ ଚଳାଇଥିଲେ । ବେଗୁନିଆ-ବୋଲଗଡ଼ର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ବାଚନମଣ୍ଡଳୀରେ ଲୋକଙ୍କ ବିରୋଧୀ ହୋଇ ପଡ଼ିଛନ୍ତି । ବିଭିନ୍ନ ଘଟଣାକୁ ନେଇ ଓ ଗଣ୍ଡଗୋଳକୁ ନେଇ ଲୋକେ ତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି । ବିଭିନ୍ନ ସମୟରେ ଦଳୀୟ ଲୋକେ ପ୍ରତିବାଦ ତାଙ୍କ ବିରୋଧରେ କରିଛନ୍ତି । ଏପରି କି କିଛି ଦଳୀୟ ନେତା ପ୍ରଶାନ୍ତଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ କରିଛନ୍ତି । ସେ ବିବାଦୀୟ ହୋଇ ପଡିଥିବାରୁ ଏ ସୁଯୋଗରେ ଶ୍ରୀ ନନ୍ଦ ଚାହୁଁଥିଲେ ତାଙ୍କ ପୁଅକୁ ସେଠାରୁ ପ୍ରାର୍ଥୀ କରାଇବେ । ପୂର୍ବରୁ ଏ ନିର୍ବାଚନମଣ୍ଡଳୀରୁ ଶ୍ରୀ ନନ୍ଦ ମଧ୍ୟ ବିଧାୟକ ଭାବେ ଜିତି ମନ୍ତ୍ରୀ ହୋଇଥିଲେ । ଏହା ତାଙ୍କର ପୁରୁଣା ନିର୍ବାଚନମଣ୍ଡଳୀ ହୋଇଥିବାରୁ ଏବଂ ସେ ଏବେ ରାଜ୍ୟସଭା ପ୍ରାର୍ଥୀ ଥିବାରୁ ଆଉ ବିଧାୟକ ଭାବେ ନିଜେ ନ ଲଢ଼ି ପୁଅକୁ ଥଇଥାନ କରିବା ପାଇଁ ଚାହୁଁଥିଲେ । କିନ୍ତୁ ତାହା ବୋଧହୁଏ ସମ୍ଭବ ହେଲାନାହିଁ । ବାପାକୁ ରାଜ୍ୟସଭା ପ୍ରାର୍ଥୀ କରି ପୁଅକୁ ବିଧାନସଭା ଟିକେଟ ଦେବା ଲାଗି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ରାଜି ହୋଇନାହାଁନ୍ତି । ଏଣୁ ଆଉ ବାଟ ନ ପାଇ ଆସନ୍ତା ନିର୍ବାଚନରେ ଲଢ଼ିବାପାଇଁ ବିଜେପିକୁ ପୁଅ ରୁଷଭ ଆସିଥିବା କଥା କୁହାଯାଉଛି । ବାପା ପ୍ରଶାନ୍ତ ନନ୍ଦ ମଧ୍ୟ ଚଳଚ୍ଚିତ୍ର ଜଗତରୁ ଆସି ବିଜେପିରେ ଯୋଗଦେଇ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ପୁଅକୁ ସେହି ବାଟ ଦେଖାଇଥିବା କଥା କୁହାଯାଉଛି । ନିର୍ବାଚନମଣ୍ଡଳୀରେ ବେଶ କିଛିଦିନ ହେଲା ରୁଷଭ ରାଜନୀତି କରିବା ପାଇଁ ଲୋକଙ୍କ ସହ ମିଶି ବିଭିନ୍ନ ସଭାସମିତି ଓ କାର୍ଯ୍ୟକ୍ରମରେ ଯୋଗଦେବାରେ ଲାଗିଛନ୍ତି । ବାପାଙ୍କ ସାଂସଦ ପାଣ୍ଠିର ଅର୍ଥ ମଧ୍ୟ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ କରାଉଛନ୍ତି । ଏ କ୍ଷେତ୍ରରେ ସେ ଭାବିଥିଲେ ବିଜେଡି ତାଙ୍କୁ ବାପାଙ୍କ ପ୍ରଭାବରେ ପ୍ରାର୍ଥୀ କରିବେ । ଶେଷ ମୁହୂର୍ତ୍ତରେ ତାହା ସଫଳ ନ ହେବାରୁ ପଦ୍ମ ଧରିଥିବା କଥା କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top