Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡି ପରେ କଂଗ୍ରେସ ମାଗିଲା ପାଣ୍ଠି

ଭୁବନେଶ୍ୱର(ଓଡ଼ିଶା ୱେୟାର): ନିର୍ବାଚନ କାଉଂଟଡାଉନ୍ ଆରମ୍ଭ ହୋଇଥିବାବେଳେ ରାଜନୀତିକ ଦଳଗୁଡ଼ିକ ଏବେ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପାଣ୍ଠି ବୃଦ୍ଧି ନିମନ୍ତେ ପ୍ରଥମଥର ପାଇଁ ନିଜ ଦଳର ବିଧାୟକ ଓ ସାଂସଦଙ୍କୁ ଏକମାସର ଦରମା ଦେବାକୁ ଅନୁରୋଧ କରିବା ସହ ସମର୍ଥକଙ୍କଠୁ ପାଣ୍ଠି ସଂଗ୍ରହ ପାଇଁ ଆହ୍ୱାନ କରିଛନ୍ତି । ତେବେ ନବୀନଙ୍କ ଏହି ପାଣ୍ଠି ମାଗିବାକୁ ଗତକାଲି କଟାକ୍ଷ କରିଥିବା କଂଗ୍ରେସ ଆଜି ସେହି ଫର୍ମୂଲା ଆପଣାଇଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରତି ବୁଥରେ ଲୋକଙ୍କଠୁ ପାଣ୍ଠି ସଂଗ୍ରହ କରାଯିବ ।ସଂଗୃହୀତ ପାଣ୍ଠିରେ ଦଳୀୟ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବେ ।ଦଳ ପାଖରେ ଅର୍ଥ ନଥିବାରୁ କଂଗ୍ରେସ ଏଭଳି ନିଷ୍ପତି ନେଇଛି । ତେବେ ଗତକାଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିଜେଡିର ପାଣ୍ଠି ସଂଗ୍ରହକୁ କଟାକ୍ଷ କରି କହିଥିଲେ ଯେ, ବିଜେଡି ଆଉ କେତେ ପାଣ୍ଠି ସଂଗ୍ରହ କରିବ ।ପାଣ୍ଠି ସଂଗ୍ରହ ପାଇଁ ବିଧାୟକ ଓ ସାଂସଦଙ୍କ ଦରମା ମାଗିବା କେବଳ ଲୋକଦେଖାଣିଆ ।ଭଗବାନଙ୍କ ଆଶୀର୍ବାଦ ସେମାନଙ୍କ ଉପରେ ଅଛି ।ନିର୍ବାଚନ ଲଢ଼ିବା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ଅଛି ।
ଅନ୍ୟପକ୍ଷରେ ବିଜେଡି ଏହି ପାଣ୍ଠି ସଂଗ୍ରହ ଆହ୍ୱାନ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାକୁ ନୂଆ ରଣନୀତି ପ୍ରସ୍ତୁତ କରିଛି ।ପାଣ୍ଠିର ସର୍ବନିମ୍ନ ଓ ସର୍ବାଧିକର କୌଣସି ସୀମା ସ୍ଥିର ନକରି ବିଜେଡି ପଂଚାୟତସ୍ତରରେ ପାଣ୍ଠି ସଂଗ୍ରହ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିଛି । ବିଜେଡି ଏବେ ୱାର୍ଡକମିଟି ମାଧ୍ୟମରେ ଏହି ପାଣ୍ଠି ସଂଗ୍ରହ ଓ ସଭ୍ୟ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତି ନେଇଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top