Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡି ମୁଖ୍ୟାଳୟରେ ଓଡ଼ିଶା ଦିବସ ପାଳିତ

ଭୁବନେଶ୍ୱର : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୨ବର୍ଷ ପୂର୍ତ୍ତି ଉତ୍ସବ ଆଜି ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି ।
ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ, ବିଧାୟକ, ଦଳୀୟ କର୍ମକର୍ତ୍ତା, ଛାମୁଆ ସଂଗଠନର ମୁଖ୍ୟମାନେ ଯୋଗ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜକୁ ଉତ୍ସର୍ଗ କରିଥିବା ରାଜ୍ୟର ବରପୁତ୍ରମାନଙ୍କର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ‘ବନ୍ଦେ ଉକ୍ରଳ ଜନନୀ’ ସଂଗୀତ ପରିବେଷଣ କରାଯାଇ ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଉପସ୍ଥିତ ସମସ୍ତ ଦଳୀୟ ସଦସ୍ୟ ଓଡ଼ିଆ ଭାଷାର ଟେକ ରଖିବା ଲାଗି ଉଦ୍ୟମ ଅବ୍ୟାହତ ରଖିବା ସହ ରାଜ୍ୟକୁ ସମୃଦ୍ଧ ଓ ବିକଶିତ କରିବା ଲାଗି ଆଜିର ଦିବସରେ ସଂକଳ୍ପ ନେଇଥିଲେ । ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବା, ଭବିଷ୍ୟତ ପିଢ଼ିକୁ ଏକ ସମୃଦ୍ଧ ଓଡ଼ିଶା ଉପହାର ଦେବା ଲାଗି ଏହି ସ୍ୱତନ୍ତ୍ର ଓଡ଼ିଶାର ୮୨ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଏବଂ ରାଜ୍ୟକୁ ବିଭିନ୍ନ ଦିଗରେ ଆଗକୁ ନେବା ପାଇଁ ସମସ୍ତେ ପ୍ରତିବଦ୍ଧ ହେବା ଆବଶ୍ୟକ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ପୂର୍ବତନ ମେୟର ମିହିର ମହାନ୍ତି, ମୁଖପାତ୍ର ସୁଲୋଚନା ଦାସ, ଡ. ସସ୍ମିତ ପାତ୍ର, ଜିଲ୍ଲା ମହିଳା ସଭାନେତ୍ରୀ ଭାରତୀ ସିଂହ, ଯୁବ ବିଜେଡି ଜିଲ୍ଲା ସଭାପତି ଅମରଜିତ ସେନାପତି, ସନ୍ତୋଷ ବେଜ, ଯୁବ ବିଜେଡି ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ଜେନା, ଧୃତୀ ରଞ୍ଜନ ମାର୍ଥା, ଜିଲ୍ଲା ଛାତ୍ର ବିଜେଡି ସଭାପତି କଳ୍ପତରୁ ଓଝା, ମହିଳା ବିଜେଡି ଉପସଭାପତି ସୁଲତା ଦେଓ, ସଂଯୁକ୍ତା ମହଲ, ମାନସୀ ସୁନ୍ଦରାୟଙ୍କ ସମେତ ବହୁ କର୍ପୋରେଟର୍‍ ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top