Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେପିରେ ମିଶିଲେ ଧର୍ମଶାଳାର ବିଜୟୀ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ

ଚଳିତବର୍ଷ ନିର୍ବାଚନରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଜଣେ ସ୍ବାଧୀନ ପ୍ରାର୍ଥୀ ବାଜିମାତ କରିଛନ୍ତି। ଉଭୟ ବିଜେଡି ଏବଂ ଭାଜପାର ଛାମୁଆ ନେତାଙ୍କୁ ପଛରେ ପକେଇ ଧର୍ମଶାଳାରୁ ସ୍ୱାଧୀନ ଭାବେ ଜିତିଥିବା ହିମାଂଶୁ ଶେଖର ସାହୁ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏହାଫଳରେ ବିଜେପିର ବିଧାୟକଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି।

୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ଥିବା ଏହି ଆସନରେ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ୪ହଜାରରୁ ଅଧିକ ଭୋଟରେ ବିଜେତା ହୋଇଥିଲେ। ତେବେ ହିମାଂଶୁ ନିର୍ବାଚନ ଆରମ୍ଭରୁ ଭାଜପାରୁ ଟିକେଟ ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ନ ଦେଇ ସ୍ମୃତିରେଖା ପହିଙ୍କୁ ଦେଇଥିଲା। ଏନେଇ ହିମାଂଶୁଙ୍କ ପ୍ରଶଂସକ ଭାଜପା କାର୍ଯ୍ୟାଳୟରେ ଅହୋରାତ୍ର ଧାରଣା ଦେଇଥିଲେ। ତାଙ୍କୁ ବିଜେପି ଟିକେଟ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଦଳ ତାଙ୍କୁ ନିଲମ୍ବନ କରିଥିଲା। ତେବେ ସ୍ୱାଧୀନ ଭାବେ ଲଢ଼ି ବିଜେଡିର ହେଭିୱେଟ ନେତା ପ୍ରଣବ ବଳବନ୍ତରାୟଙ୍କୁ ୪୧୫୦ ଭୋଟରେ ହରାଇଛନ୍ତି ହିମାଂଶୁ।

ଏହାପରେ ପୁଣି ଥରେ ସେ ଭାଜପାକୁ ଫେରିଥିବା ଜଣାପଡ଼ିଛି।ଏନେଇ ପ୍ରତିକ୍ରିୟା ରଖି ହିମାଂଶୁ କହିଛନ୍ତି, ମୁଁ ଭାଜପାରେ ଥିଲି, ଅଛି, ରହିବି। ନିର୍ବାଚନରେ ଭାଜପା ଦଳ ପାଇଁ ୩ରୁ ୪ ବର୍ଷ ଧରି କାମ କରି ଆସୁଥିବା ସ୍ମୃତିରେଖାଙ୍କୁ ଟିକେଟ ଦେଇଥିଲା। ଯେହେତୁ ଦଳ ପାଇଁ ସେ କାମ କରୁଥିଲେ ତେଣୁ ତାଙ୍କୁ ବାଦ୍‌ ଦେବା ଠିକ୍‌ ହେବ ନାହିଁ ବୋଲି ଦଳ ପକ୍ଷରୁ ମୋତେ କୁହାଯାଇଥିଲା। ହେଲେ ଭାଜପା ମୋତେ ସମର୍ଥନ କରି ଆସୁଥିଲା।

ଏହାଛଡ଼ା ଧର୍ମଶାଳାରେ ସ୍ବାଧୀନ ଭାବେ ଲଢ଼ିବାକୁ ନେଇ ସେ କହିଛନ୍ତି, ସେଠାରେ ମାଫିଆଙ୍କ ସହ ଲଢ଼ୁଥିଲି। ନିର୍ବାଚନ ସମୟରୁ ଏଯାବତ ମୋ ନାମରେ ୪୦ରୁ ୫୦ ମାମଲା ରୁଜୁ ହୋଇଛି। ମୋର ଅନେକ ସମର୍ଥକ ଜେଲରେ ଅଛନ୍ତି। ତେବେ ନିର୍ବାଚନରେ ଧର୍ମଶାଳା ସ୍ବାଧୀନ ପାଇଁ ଆମେ ସମସ୍ତେ ଲଢ଼ିଲୁ, ଧର୍ମର ଲଢ଼େଇ ହୋଇଥିଲା, ଧର୍ମର ଜୟ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top