Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେପିର ପ୍ରତିଶ୍ରୁତି ସମାବେଶ: ପ୍ରତିଶ୍ରୁତି ପତ୍ର ବାଣ୍ଟିଲା ଦଳ

ଭୁବନେଶ୍ୱର(ଓଡ଼ିଶା ୱେୟାର):ସାଧାରଣ ନିର୍ବାଚନ ପୂର୍ବରୁ ସାଧାରଣ ଭୋଟରଙ୍କ ନିକଟତର ହେବା ପାଇଁ ବିଜେପି ସମସ୍ତଙ୍କୁ ଜମି ପଟ୍ଟା ସହ ପକ୍କାଘର ଓ ରୋଜଗାର ଯୋଗାଇ ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛି।
ଆଜି ଦଳ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ପ୍ରତିଶ୍ରୁତି ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସ୍ଥାୟୀ ପଟ୍ଟା,ପକ୍କାଘର ଓ ରୋଜଗାର ଆବେଦନ ଫର୍ମକୁ ଶୁଭାରମ୍ଭ କରି କହିଛନ୍ତି ଯେ, ରାଜ୍ୟରେ ଆଜି ୨୦ ଲକ୍ଷ ଲୋକଙ୍କର ଜମି ପଟ୍ଟା ନାହିଁ। ଭୂମିହୀନ ହୋଇଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚତ। ସେହିପରି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ। ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ସାଧାରଣ ଗରିବ ଲୋକମାନଙ୍କର ଏହି ମୌଳିକ ସୁବିଧାରୁ ଏ ସରକାର ବଞ୍ଚତ କରିଆସିଛି। ରାଜ୍ୟରେ ଯୁବକ ଯୁବତୀମାନଙ୍କ ଆଗରେ ବେରୋଜଗାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗାଁ ଗାଁରେ ଆଜି ଯୁବକମାନେ ବେକାରୀ ହୋଇ ହତାଶ ଭାବେ ବସିଛନ୍ତି। ବିଜେଡି ସରକାର ରାଜ୍ୟରେ ଏକ ଲମ୍ବା ସମୟ ପାଇଁ କ୍ଷମତାରେ ଥାଇବି ଓଡ଼ିଆ ପିଲାମାନଙ୍କୁ ନିଯୁକ୍ତି ଯୋଗାଇ ଦେଇପାରିଲେନି। ରାଜ୍ୟରେ ବିଜେପି ସରକାରକୁ ଆସିଲେ ଗରିବ ଲୋକଙ୍କୁ ପଟ୍ଟାସହ ପକ୍କାଘର ଓ ବେରୋଜଗାରକୁ ରୋଜଗାର ନିଶ୍ଚିତ ଦିଆଯିବ ସେ ପ୍ରତିଶୃତି ଦେଇଛନ୍ତି। ଓଡ଼ିଶାରେ ୨୦୨୨ ସୁଦ୍ଧା ଜଣେ ବି ଲୋକ ରହିବ ନାହିଁ, ଯା’ ଘରେ କି ସ୍ଥାୟୀ ପଟ୍ଟା ସହ ପକ୍କା ଘର ନଥିବ। ପ୍ରତିଟି ଓଡ଼ିଆ ଯୁବକ ଯୁବତୀକୁ ରୋଜଗାର ଯୋଗାଇବା ବିଜେପି ସରକାରର ପ୍ରାଥମିକ ଦାୟିତ୍ୱ ହେବା ସହ ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇ ଦେଖାଇବ। ଏହି ପ୍ରତିଶ୍ରୁତି ଆବେଦନ ଫର୍ମକୁ ଦଳ ପ୍ରତି ବୁଥରେ ପହଞ୍ଚାଇବ। ବେରୋଜଗାର ଯୁବକ ଯୁବତୀମାନେ, ପଟ୍ଟା ଆଉ ପକ୍କା ଘର ପାଇବାରୁ ବଞ୍ôଚତ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ଏହାକୁ ପୂରଣ କରି ପଠାଇବେ।
ଏହି ଅବସରରେ ଦଳର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ କହିଛନ୍ତି କି ଏ ରାଜ୍ୟ ସରକାର ଓଡ଼ିିଆ ଲୋକମାନଙ୍କୁ ପ୍ରତାରଣା କରିଆସିଛି। ନବୀନ ପଟ୍ଟନାୟକଙ୍କ ସରକାର କେବଳ ଘୋଷଣା ସର୍ବସ୍ୱ ସରକାର। ଏ ସରକାରଠାରୁ ଆଉ ଅଧିକ କିଛି ଆଶା କରାଯାଇପାରେନା। ୨୦୧୯ରେ ବିଜେପିର ହିଁ ସରକାର ହେବ ଆଉ ଲୋକମାନଙ୍କୁ ରୋଜଗାର ସହ ଘର, ପିଇବା ପାଣି, ବିଜୁଳି ନିଶ୍ଚିତ ଦିଆଯିବ। ଓଡ଼ିଆ ଜାତିକୁ ନବୀନ ବାବୁ ଆଉ ବୋକା ବୁଲାଇ ଶାସନ କରିପାରିବେ ନାହିଁ ।
ସେହିପରି ଦଳର ବରିଷ୍ଠ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ବିଜେପି ଏପରି ଏକ ରାଜନୈତିକ ଦଳ ଯାହା ପ୍ରତିଶ୍ରୁତି ଦିଏ ତାକୁ କରିକି ଦେଖାଏ। ରାଜ୍ୟରେ ଏବେ ନିର୍ବାଚନକୁ ଆଖି ଆଗରେ ରଖି ଗୋଟିଏ ଦିନରେ ଯୋଜନା ବନାଯାଉଛିା ଯେଉଁ ଯୋଜନାର ଲାଭ କାହା ପାଖରେ ପହଂଚିପାରୁନାହିଁ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top