ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେପି ଲୋକସଭା ଏବଂ ରାଜ୍ୟସଭା ପାଇଁ ସଂସଦୀୟ ଦଳର କାର୍ୟ୍ୟନିର୍ବାହୀ କମିଟି ବାବଦରେ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିରେ ଅଧ୍ୟକ୍ଷ ରହିଥିବାବେଳେ ଓଡିଶାରୁ ତିନି ଜଣ ଓଡ଼ିଆଙ୍କୁ କମିଟିରେ ସ୍ଥାନ ମିଳିଛି।ସୁରେଶ ପୂଜାରୀଙ୍କୁ ଲୋକସଭାରେ ସଚେତକ ଭାବେ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ମିଳିଛି। ଓଡ଼ିଶା, ମଣିପୁର ଏବଂ ତେଲେଙ୍ଗାନା ଆଦି ୩ଟି ରାଜ୍ୟର ଦାୟିତ୍ୱରେ ସୁରେଶ ରହିବେ। ଏହାଛଡ଼ା ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲୋକସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯାଇଛି।
ସେହିଭଳି ସେହିଭଳି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୂର୍ବବତ୍ ନିଜ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। କାର୍ଯ୍ୟନିର୍ବାହୀ କମିଟିରେ ଲୋକସଭାରେ ଉପାଧ୍ୟକ୍ଷ ରହିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରାଜ୍ୟସଭାରେ ଗୃହର ନେତା ଭାବେ ନିଯୁକ୍ତି ପାଇଛନ୍ତି। ରେଳ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ରାଜ୍ୟସଭାରେ ଉପମୁଖ୍ୟ ଭାବରେ ନିଯୁକ୍ତି ମିଳିଛି। ସରକାରଙ୍କ ପକ୍ଷରୁ ପ୍ରହ୍ଲାଦ ଯୋଷୀ ଦଳର ମୁଖ୍ୟ ସଚେତକ ରହିବେ। ଅର୍ଜୁନ ମେଘୱାଲଙ୍କୁ ଉପମୁଖ୍ୟ ସଚେତକ ରଖାଯାଇଛି। ସେହିଭଳି ଲୋକସଭାରେ ପୂର୍ବରୁ ମୁଖ୍ୟ ସଚେତକ ଥିବା ଅନୁରାଗ ଠାକୁର ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ତାଙ୍କ ସ୍ଥାନରେ ଡକ୍ଟର ସଞ୍ଜୟ ଜୟସ୍ୱାଲ ଏହି ପଦ ପାଇଛନ୍ତି।


