Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିପର୍ଯ୍ୟୟର କାରଣ ଖୋଜିବାକୁ କଂଗ୍ରେସର ୬ ସବ୍ କମିଟି

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟକୁ ନେଇ ନେତାମାନଙ୍କ ମଧ୍ୟରେ ତୁତୁ-ମେମେ ଲାଗି ରହିଥିବାବେଳେ ପରାଜୟର କାରଣ ଖୋଜିବା ପାଇଁ ଦଳର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ୬ଟି ସବକମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ଓ ଏହି କମିଟିଗୁଡ଼ିକ ମାସକ ମଧ୍ୟରେ ନିଜର ରିପୋର୍ଟ ପ୍ରଦାନ କରିବେ।
ରାଜ୍ୟରେ ଦଳର ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ପୂର୍ବରୁ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଗଠନ ହୋଇଥିଲା। ଏହି କମିଟିର ବୈଠକ ଆଜି ଦ୍ୱିତୀୟ ଥର ପାଇଁ ବସିଥିଲା। ସମୀକ୍ଷା ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବରିଷ୍ଠ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ, ୬ଟି ସବକମିଟି ଗଠନ କରାଯିବ। ପ୍ରତ୍ୟେକ କମିଟିରେ ୩ଜଣ ଲେଖାଏଁ ସଦସ୍ୟ ରହିବେ। ଏହି କମିଟି ଜିଲ୍ଲାଗସ୍ତରେ ଯାଇ ଦଳୀୟ କର୍ମକର୍ତ୍ତା, ସଦସ୍ୟ ଓ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରିବେ। ଏହାପରେ ସଂଗଠନକୁ କିଭଳି ସୁଦୃଢ଼ କରିହେବ ସେ ନେଇ ମଧ୍ୟ ପରାମର୍ଶ ଦେବେ। କମିଟିଗୁଡ଼ିକଠାରୁ ରିପୋର୍ଟ ମିଳିବା ପରେ ଏହାକୁ ଏଆଇସିସିକୁ ପଠାଯିବ। ମାସକ ମଧ୍ୟରେ ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦଳର ପରାଜୟର କାରଣ ଖୋଜିବା ପାଇଁ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ୨୧ଜଣିଆ କମିଟି ଗଠନ କରାଯାଇଛି। ମେ’ ଶେଷ ସପ୍ତାହରେ ହୋଇଥିବା କମିଟିର ପ୍ରଥମ ସମୀକ୍ଷା ବୈଠକରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ସହପ୍ରଭାରୀ ଟିଏସ୍ ସିଂହଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। କଂଗ୍ରେସ ଓଡ଼ିଶା ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ଦଳର ବିଧାୟକ ସଂଖ୍ୟା ୯କୁ ଖସି ଆସିଥିବାବେଳେ ଗୋଟିଏ ମାତ୍ର ଲୋକସଭା ଆସନରେ କଂଗ୍ରେସ ବିଜୟୀ ହୋଇପାରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top