Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିରୋଧୀ ଦଳ ନେତା ପଦକୁ ନେଇ ବିଜେପିରେ ଛକାପଞ୍ଝା!

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚଳିତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିବା ସହ ଓଡ଼ିଶା ବିଧାନସଭା ଇତିହାସରେ ମଧ୍ୟ ପ୍ରଥମଥର ‘ବିରୋଧୀ ଦଳ ନେତା’ ପଦ ହାତେଇବାକୁ ଯାଉଛି। ଆସନ୍ତାକାଲି ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ବସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଭାବେ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯିବାର କାର୍ଯ୍ୟକ୍ରମ ଥିବାବେଳେ ବିରୋଧୀ ଦଳ ନେତା ପଦକୁ ନେଇ ବିଜେପିରେ ଛକାପଞ୍ଝା ଆରମ୍ଭ ହୋଇଛି।
ବିଜେପି ସୂତ୍ର ଅନୁସାରେ, ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ବିଜେପିର ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ବସିବ ଓ ସେଥିରେ ବିଧାୟକ ଦଳ ନେତା ଚୟନ କରାଯିବ। ଚଳିତ ବିଧାନସଭା ନିର୍ବାଚନରେ ବିଜେପି ୨୩ଟି ଆସନରେ ବିଜୟୀ ହୋଇଥିବାରୁ ବିଜେପି ନେତା ଜୟନାରାୟଣ ମିଶ୍ର, ପ୍ରଦୀପ ନାୟକ, ବିଷ୍ଣୁ ସେଠୀ ଓ ମୋହନ ମାଝୀ ଏହି ପଦ ପାଇଁ ମୁଖ୍ୟ ଦାବିଦାର ରହିଛନ୍ତି। ଉଭୟ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଥିବାବେଳେ ଦଳର ପୁରୁଣା ସଦସ୍ୟ। ତେବେ ଏହି ଦୁଇ ନେତାଙ୍କୁ ବିଜେପି ନିଜର ବିଧାୟକ ଦଳ ନେତା ଭାବେ ଚୟନ କରୁଛି ନା ଅନ୍ୟ କୌଣସି ନେତାଙ୍କୁ ଏହି ଦାୟିତ୍ୱ ତୁଲାଇବା ପାଇଁ ବାଛିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ୨୦୧୪ରେ ବିଜେପିର ୧୦ ବିଧାୟକ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ବି ବିଧାନସଭାକୁ ଫେରିନାହାନ୍ତି । ତେଣୁ ଏଥର ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ‘ବିରୋଧୀ ଦଳ ନେତା’ ପଦରେ ଜଣକୁ ଚୟନ କରିବା ବିଜେପି ପାଇଁ କାଠିକର ପାଠ ହୋଇଛି।
ସୂଚନା ଅନୁସାରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ନାୟକ କଳାହାଣ୍ଡିରୁ ଦଳର ସାଂସଦ ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିଲେ । କିନ୍ତୁ ତାଙ୍କୁ ଟିକେଟ୍ ନମିଳିବାରୁ ସେ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିଜେଡି କ୍ୟାମ୍ପକୁ ଡ଼ିଆଁ ମାରିବାକୁ ଯୋଜନା କରିଥିଲେ। ମାତ୍ର ବିଜେପି ଜାତୀୟ ନେତୃତ୍ୱଙ୍କ ବୁଝାସୁଝା ପରେ ଶ୍ରୀ ନାୟକ ବିଧାନସଭାରୁ ପ୍ରାର୍ଥୀ ହେବାକୁ ସମ୍ମତି ଜଣାଇଥିଲେ । ତେଣୁ ତାଙ୍କୁ ‘ବିରୋଧୀ ଦଳ ନେତା’ ପଦରେ ଆସୀନ କରାଯିବାର ସମ୍ଭାବନା ରହିଛି। ମାତ୍ର ସେ ବିଜେଡି ସହ ଯୋଗସୂତ୍ରରେ ରହିଥିବାରୁ ତାଙ୍କୁ ଏହି ପଦବୀରେ ଆସୀନ କରିବାକୁ ରାଜ୍ୟର କିଛି ବିଜେପି ନେତା ହୁଏତ ବିରୋଧ କରିବାର ଆଶଙ୍କା ରହିଛି।
ସେହିପରି ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସ୍ୱାସ୍ଥ୍ୟଗତ କାରଣ ଓ କ୍ଷଣକୋପୀ ସ୍ୱଭାବ ତଥା ଅନେକ ଫୌଜଦାରୀ ମାମଲା ଥିବାରୁ ତାଙ୍କୁୁ ‘ବିରୋଧୀ ଦଳ ନେତା’ ପଦରେ ବସାଇବାକୁ ବିଜେପି ଚାହିଁନପାରେ।
ଅଭିଜ୍ଞତା ଦୃଷ୍ଟିରୁ ଦଳର ଅନ୍ୟ ଦୁଇ ବରିଷ୍ଠ ନେତା ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କ ମଧ୍ୟରୁ କାହାରିକୁ ମୁଖ୍ୟ ବିରୋଧୀ ଦଳ ନେତା ପଦ ମିଳିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top