Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଲକୁ ବିରୋଧ କରିଥିଲା ବିଜେଡି, ୮ରେ ଭାରତ ବନ୍ଦକୁ ସମର୍ଥନ କରିବ ତ?

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ୩ଟି କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ଏହି ବନ୍ଦକୁ ସମର୍ଥନ କରିଥିବାବେଳେ କଂଗ୍ରେସ ମଧ୍ୟ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବନ୍ଦକୁ ରାଜ୍ୟରେ ସଫଳ କରିବ ବୋଲି ସୂଚନା ଦେଇଛି । ତେବେ ସଂସଦରେ ବିଲକୁ ବିରୋଧ କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରାକୁ ନେଇ ଏପର୍ଯ୍ୟନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନି ।
ସୂଚନା ଅନୁସାରେ, ୨୦୧୪ ମସିହା ପରଠୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ବିଭିନ୍ନ ବିଲ ଓ ପ୍ରସଙ୍ଗରେ ସମର୍ଥନ କରି ଆସୁଥିବା ବିଜେଡି ଗତ ସେପ୍ଟେମ୍ବର ମାସରେ ସଂସଦରେ ଯେଉଁ ୨ଟି କୃଷି ବିଲକୁ ବିରୋଧ କରିଥିଲା, ଏବେ ସେହି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନଗୁଡ଼ିକ ଅଡ଼ି ବସିଛନ୍ତି । ଆନ୍ଦୋଳନରତ ଚାଷୀମାନେ କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରୁଥିବାବେଳେ ଶାସକ ବିଜେଡି ଏଥିରୁ ଗୋଟିଏ ଆଇନ- ଓଡ଼ିଶା ଅତ୍ୟାବଶ୍ୟକ ସାମଗ୍ରୀ( ସଂଶୋଧନ) ଆଇନ ୨୦୨୦କୁ ସମର୍ଥନ ସହ ଏହାକୁ ବିଧାନସଭାରେ ମଧ୍ୟ ଗୃହୀତ କରାଇସାରିଛି । ବାକି ୨ଟି ଆଇନକୁ ସଂସଦରେ ବିଜେଡି ବିରୋଧ କରିଥିଲା । ଏପରିକି ଏହି ଦୁଇଟି ବିଲକୁ ନେଇ ବିଜେଡି ସଂସଦର ଉଭୟ ଗୃହରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ପୋଷଣ କରିଥିଲା, ଯାହାକି ସେତେବେଳେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥ ରକ୍ଷା କଥା ଉଠାଇ ବିଲକୁ ଅଧିକ ତର୍ଜମା ନିମନ୍ତେ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ଦାବି କରିଥିଲା । ଆଉ ସଂସଦରେ ବିଜେଡିର ସେଦିନର ଆଭିମୁଖ୍ୟ ହିଁ ସେହିଠାରେ ସମାପ୍ତ ହୋଇଥିଲା । ଦଳ ଏହାକୁ ନେଇ ପରବର୍ତ୍ତୀ ସମୟରେ କୌଣସି ପ୍ରତିକ୍ରିୟା ଦେଖାଇ ନଥିଲା । ଯଦିଓ ସଂସଦରେ ବିଲ ଗୃହୀତ କରାଇବାକୁ ବିଜେଡି ପରୋକ୍ଷରେ ସହଯୋଗ କରିଥିଲା ।
ଏବେ ଚାଷୀ ସଂଗଠନଗୁଡ଼ିକ ଦ୍ୱାରା କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରିବା ସହ ୮ତାରିଖରେ ଭାରତ ବନ୍ଦ ଡାକରା ଦେଇଥିବାରୁ ବିଜେଡି ପାଇଁ ଏହା ଅଗ୍ନିପରୀକ୍ଷା ସଦୃଶ ହୋଇଛି । ଯଦି ଭାରତ ବନ୍ଦକୁ ବିଜେଡି ସମର୍ଥନ ଦିଏ ତା’ହେଲେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସହ ଥିବା ସମୀକରଣ ବିଗିଡ଼ିବାର ଆଶଙ୍କା ରହିଛି । ଆଉ ଯଦି ବନ୍ଦକୁ ସମର୍ଥନ ନଦିଏ ତା’ହେଲେ ବିଜେଡିର ଚାଷୀବିରୋଧୀ ଆଭିମୁଖ୍ୟ ପଦାରେ ପଡ଼ିବ । ତେଣୁ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଏବେବି ଅସ୍ପଷ୍ଟ । ବିଜେଡିର ଜଣେ ବରିଷ୍ଠ ସାଂସଦ ଏ ସମ୍ପର୍କରେ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ସଂସଦରେ କେଉଁ ବିଲ୍ ଉପରେ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଦଳୀୟ ସାଂସଦମାନେ ଜାଣିବା ପୂର୍ବରୁ ବିଜେପିର ରଣନୀତିକାରମାନେ ଜାଣିସାରିଥାନ୍ତି । ୨୦୧୪ ମସିହାରୁ ସେଭଳି ପ୍ରକ୍ରିୟା ଚାଲିଆସୁଛି । କାରଣ ଦିଲ୍ଲୀର ବିଜେପି ନେତାମାନେ(ରଣନୀତିକାର) ସିଧାସଳଖ ଭୁବନେଶ୍ୱରେ ଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ସହ ଯୋଗାଯୋଗରେ ରହିଥାନ୍ତି । ଯଦିଓ ଚାଷୀ ବିଲ୍ ରାଜ୍ୟସଭାରେ ଆଗତ ହେବାବେଳେ ବିଜେପି ରଣନୀତିକାରଙ୍କର ଯୋଗାଯୋଗ ଭୁବନେଶ୍ୱର ସହ ହୋଇପାରିଲା ନାହିଁ ଓ ସେମାନେ ସାଂସଦମାନଙ୍କୁ ବ୍ୟକ୍ତିଗତ ଭାବେ ସମ୍ପର୍କ କରିଥିଲେ । ତେଣୁ ଚାଷୀ ସଂଗଠନର ‘ଭାରତ ବନ୍ଦ’ ଡାକରାକୁ ବିଜେଡି ସମର୍ଥନ କରିବ କି ନାହିଁ ତାହା କେବଳ ଦଳର ସୁପ୍ରିମୋ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ର କହିପାରିବେ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ, ଦିଲ୍ଲୀ ସୀମାରେ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏପଟେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତମାସ ୮ତାରିଖରେ ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାକୁ ପିସିସି ପୂର୍ଣ୍ଣ ସମର୍ଥନ କରୁଛି । ଚାଷୀମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସମ୍ପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଙ୍ଗତ । କୃଷକ ସଂଗଠନଗୁଡ଼ିକର ଭାରତ ବନ୍ଦ ଡାକରାକୁ ପିସିସି ନିଜର ସମର୍ଥନ ଜଣାଇବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍ ଆଣ୍ଡ କର୍ମସ (ପ୍ରମୋସନ ଆଣ୍ଡ ଫେସିଲେସନ) ଆକ୍ଟ-୨୦୨୦), ଫାର୍ମର୍ସ ( ଏମ୍ପାୱେରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍ ପ୍ରାଇସ୍ ଆସ୍ୟୁରାନ୍ସ ଆଣ୍ଡ ଫାର୍ମସ ସର୍ଭିସ ଆକ୍ଟ-୨୦୨୦, ଇସେନସିଆଲ କମୋଡିଟିଜ୍ ସଂଶୋଧନ ଆଇନ-୨୦୨୦କୁ ଚାଷୀମାନେ ସମ୍ପୂର୍ଣ୍ଣ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top