ଭୁବନେଶ୍ୱର : ରାଜ୍ୟର ସମସ୍ତ ଦୋକାନ ଓ ବାଣିିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ଝୁଲାଇବାକୁ ବାଧ୍ୟ ହେବେ । ଏହାର ଖିଲାପ କଲେ ୧ହଜାରରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ପ୍ରାବଧାନ ରହିଛି । ଓଡ଼ିଆ ଭାଷା ଆଇନକୁ ପାଳନ ନକଲେ ଦଣ୍ଡବିଧାନ ଓ ସଠିକ୍ ଉପଯୋଗ କଲେ ପୁରସ୍କାର ଦେବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ୨୦୧୮-୧୯ ଆର୍ଥିକ ବର୍ଷରୁ ରାଜ୍ୟର ସବୁ ବର୍ଗର ଲୋକ ମାଗଣାରେ ଚକ୍ଷୁ ରୋଗର ଚିକିତ୍ସା ସୁବିଧା ପାଇବେ । ‘ଓଡ଼ିଶା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ ନାଁରେ ଏହି ଯୋଜନା ଆସନ୍ତା ୫ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଓ ଏଥିପାଇଁ ମୋଟ ୬୮୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ନୂଆ କାର୍ଯ୍ୟକ୍ରମକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି । ଭୁବନେଶ୍ୱର : ରାଜ୍ୟର ସମସ୍ତ ଦୋକାନ ଓ ବାଣିିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ଝୁଲାଇବାକୁ ବାଧ୍ୟ ହେବେ । ଏହାର ଖିଲାପ କଲେ ୧ହଜାରରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ପ୍ରାବଧାନ ରହିଛି । ଓଡ଼ିଆ ଭାଷା ଆଇନକୁ ପାଳନ ନକଲେ ଦଣ୍ଡବିଧାନ ଓ ସଠିକ୍ ଉପଯୋଗ କଲେ ପୁରସ୍କାର ଦେବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ୨୦୧୮-୧୯ ଆର୍ଥିକ ବର୍ଷରୁ ରାଜ୍ୟର ସବୁ ବର୍ଗର ଲୋକ ମାଗଣାରେ ଚକ୍ଷୁ ରୋଗର ଚିକିତ୍ସା ସୁବିଧା ପାଇବେ । ‘ଓଡ଼ିଶା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ ନାଁରେ ଏହି ଯୋଜନା ଆସନ୍ତା ୫ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଓ ଏଥିପାଇଁ ମୋଟ ୬୮୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ନୂଆ କାର୍ଯ୍ୟକ୍ରମକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି । ଆଜି କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ମୋଟ ୧୭ଟି ପ୍ରସ୍ତାବକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି । ରାଜ୍ୟ ସରକାର ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ,୧୯୫୬ର ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଏଣିକି ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଓଡ଼ିଆ ନାମଫଳକ ଝୁଲାଇବାକୁ ବାଧ୍ୟ ହେବେ । ଯେଉଁମାନେ ଏହାର ଖିଲାପ କରିବେ ସେମାନଙ୍କଠାରୁ ପ୍ରଥମଥରରେ ୧ହଜାରରୁ ୫ହଜାର ଟଙ୍କା ଓ ଦ୍ୱିତୀୟଥରର ୨ହଜାରରୁ ୨୫ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଏକ ସ୍ୱତନ୍ତ୍ର ପୋର୍ଟାଲ ମାଧ୍ୟମରେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଯାଞ୍ଚ କରାଯିବ । ସେହିପରି ଓଡ଼ିଆ ସରକାର ଭାଷା ଆଇନ,୧୯୫୪ରେ ସଂଶୋଧନ କରି ଯେଉଁ କର୍ମଚାରୀ ବା ଅଧିକାରୀ ଓଡ଼ିଆ ଭାଷା ଆଇନକୁ ପାଳନ ନକରିବେ ସେମାନଙ୍କ ପାଇଁ ଦଣ୍ଡର ପ୍ରାବଧାନ ରହିବ । ଆଉ ଯେଉଁମାନେ ସଠିକ୍ ଭାବେ ପାଳନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ତେବେ କ’ଣ ଦଣ୍ଡବିଧାନ ରହିବ ତାହାର ପ୍ରାବଧାନ ବିଲ୍ରେ ରହିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ସେହିପରି ଓଡ଼ିଆ ଭର୍ଚୁଆଲ ଏକାଡେମୀ ଏଣକି ସଂସ୍କୃତ ବିଭାଗ ପରିବର୍ତ୍ତେ ଆଇଟି ବିଭାଗ ଅଧୀନରେ ରହିବ । ଏହି ଏକାଡେମୀ ରାଜ୍ୟର ସମସ୍ତ ତଥ୍ୟକୁ ଓଡ଼ିଆ ଭାଷାରେ ଇଣ୍ଟରନେଟ୍ରେ ଅପଲୋଡ୍ କରିବ । ସେହିପରି ସମଗ୍ର ରାଜ୍ୟରେ ୨୦୧୮-୧୯ରୁ ୨୦୨୨-୨୩ ମସିହା ପର୍ଯ୍ୟନ୍ତ ଓଡ଼ିଶା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ଏଥିରେ ପ୍ରତିବର୍ଷ ୫ଲକ୍ଷ ସ୍କୁଲ ପିଲାଙ୍କୁ ମାଗଣା ଚଷମା ବଣ୍ଟନ, ବାକି ଥିବା ୧୦ଲକ୍ଷ ଲୋକଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର, ସମସ୍ତ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ଉନ୍ନତମାନର ଚକ୍ଷୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଣ, ପ୍ରତି ଜିଲ୍ଲାରେ ମୋବାଇଲ ଆଇ’କେୟାର ଭ୍ୟାନ୍ ମାଧ୍ୟମରେ ଚକ୍ଷୁ ରୋଗ ଚିକିତ୍ସା ଯୋଗାଇ ଦିଆଯିବ । ସବୁ ଜିଲ୍ଲା ଓ ଡିଭିଜନ ସରକାରୀ ହସ୍ପିଟାଲରେ ୨୦ଟି ବେଡ୍ ବିଶିଷ୍ଟ ୱାର୍ଡ ସହ ଚକ୍ଷୁ ଅପରେସନ୍ ଥିଏଟର, ୩୭୭ଟି ଚକ୍ଷୁ କେନ୍ଦ୍ର ସ୍ଥାପନ କରାଯିବ । ଅବଶ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ଅକ୍ଟୋବର ୧୨ତାରିଖରେ ଏହି କାର୍ଯ୍ୟକ୍ରମର ଘୋଷଣା କରିଥିଲେ । ଯେଉଁଥିପାଇଁ ୨୦୧୮-୧୯ ମସିହା ବଜେଟ୍ରେ ଆବଶ୍ୟକ ଅର୍ଥବରାଦ ହୋଇଛି ବୋଲି ସେ କହିଛନ୍ତି । ସେହିପରି ‘ସହାୟ’ ଓ ‘ନିଦାନ’ ଯୋଜନା ମାଧ୍ୟମରେ ଲୋକଙ୍କୁ ମାଗଣାରେ ରୋଗ ନିରୁପଣ ଓ ଡାଇଲେସିସ୍ ସୁବିଧା ଯୋଗାଇ ଦିଆଯିବ । ଆସନ୍ତା ୫ବର୍ଷ ମଧ୍ୟରେ ମୋଟ ୫୯୬.୨୮ କୋଟି ଖର୍ଚ୍ଚ ହେବ । କ୍ୟାବିନେଟ୍ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସେହିପରି ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ରୋଗୀ ଓ ସେମାନଙ୍କ ସହାୟକଙ୍କୁ ଉତ୍ତମ ପରିବେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଏକ ନୂଆ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ହସ୍ପିଟାଲରେ ହାଉସ୍କିପିଂ ଓ ସ୍ୱଚ୍ଛତା, ଲଣ୍ଡ୍ରିଂ, ସିକ୍ୟୁରିଟି, ଲିଫ୍ଟ ଓ ଅନ୍ୟାନ୍ୟ ସେବାକୁ ଆଉର୍ଟସୋର୍ସିଂ ମାଧ୍ୟମରେ ଯୋଗାଇ ଦିଆଯିବ । ୫ବର୍ଷ ନିମନ୍ତେ ମୋଟ ୫୫୦.୨୪ କୋଟି ଟଙ୍କା ବ୍ୟୟ କରାଯିବ । ଏସବୁ ବ୍ୟତୀତ ବିଜୁ ଯୁବ ବାହିନୀକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଏଥିରେ ୮ହଜାର ବିଜୁ ଯୁବ ବାହିନୀ ଗଠନ କରାଯିବ, ଯାହାକି ସମଗ୍ର ରାଜ୍ୟରେ ପଞ୍ଚାୟତଗୁଡ଼ିକୁ ସୁସ୍ଥ,ସାବଳା,ସବୁଜ,ସାକ୍ଷର ଓ ସ୍ୱାବଲମ୍ବୀ କରାଇବ । ସେହିପରି ସମଗ୍ର ରାଜ୍ୟରେ ପଞ୍ଚାୟତଗୁଡ଼ିକ ଅଧୀନରେ ଥିବା ମୋଟ ୧୭୦୦ ଜିପିଟିଏ(ପଞ୍ଚାୟତ ବୈଷୟିକ ସହାୟକ)ଙ୍କୁ ନିୟମିତ ପାଇଁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଏହି ଜିପିଟିଏମାନଙ୍କୁ ପଞ୍ଚାୟତିରାଜ ବିଭାଗର ଡିପ୍ଲୋମା ଇଞ୍ଜିନିୟରିଂ କ୍ୟାଡରର ଅନ୍ତର୍ଭୁକ୍ତ କରାଯିବ । ସେହିପରି ୨୦୧୮ ମାର୍ଚ୍ଚ ସୁଦ୍ଧା କଣ୍ଟ୍ରୋଲ ଡିଲର ବ୍ୟବସ୍ଥା ଉଚ୍ଛେଦ ପାଇଁ ସରକାର ନିଜେ ନେଇଥିବା ନିଷ୍ପତ୍ତିରେ ଆଜି ପୁନର୍ବିଚାର କରିଛନ୍ତି । ରାଜ୍ୟରେ ଥିବା ପ୍ରାୟ ୭ହଜାର ଘରୋଇ ଡିଲର ଏଣିକି ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାସନ୍ ସାମଗ୍ରୀ ବଣ୍ଟନ ପାଇଁ ଯୋଗ୍ୟ ହେବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଅନେକ କାର୍ଯ୍ୟର ଚାପ ଥିବାରୁ କ୍ୟାବିନେଟ୍ ଏଭଳି ନିଷ୍ପତ୍ତି ନେଇଥିବା ଶ୍ରୀ ପାଢ଼ୀ କହିଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବସୁଧା କାର୍ଯ୍ୟକ୍ରମରେ ଥିବା ଗାଇଡ୍ଲାଇନ୍ରେ ପରିବର୍ତ୍ତନ କରିଛନ୍ତି । ଗ୍ରାମାଞ୍ଚଳରେ ଏଣିକି ପାଇପ୍ ଜଳଯୋଗାଣ ପ୍ରକଳ୍ପରେ ମୁଣ୍ଡପିଛା ଦୈନିକ ୪୦ଲିଟର ପରିବର୍ତ୍ତେ ୭୦ଲିଟର କରିବା ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଠି ଅଧିକ ଜନସଂଖ୍ୟା ଥିବ ସେଠାରେ ଅଗ୍ରାଧିକାର ଭିତ୍ତିରେ ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ । ୨୦୧୮-୧୯ରେ ଏଥିପାଇଁ ୧ହଜାର କୋଟି ଟଙ୍କା ବ୍ୟୟ କରାଯିବ । ସେହିପରି ମହାନଦୀରେ ୧୧୦ କୋଟି ଟଙ୍କା ବ୍ୟୟରେ ୩.୧୩କିମି ଲମ୍ବର ଆଉ ଏକ ପୋଲ ନାବାର୍ଡ ସହାୟତାରେ ନିର୍ମାଣ କରାଯିବ । ଏହା କଟକର ଗୋପିନାଥପୁରଠାରେ ସିଘଂନାଥପୀଠ ଓ ବୈଦେଶ୍ୱରକୁ ସଂଯୋଗ କରିବ । ଏହାଦ୍ୱାରା କଣ୍ଟିଲୋ,ବାଙ୍କି,ଖୋର୍ଦ୍ଧା ଓ ନୟାଗଡ଼କୁ ବଡ଼ମ୍ବା, ନରସିଂହପୁର,ହିନ୍ଦୋଳ,ଅନୁଗୁଳ ଓ ପଶ୍ଚିମ ଓଡ଼ିଶା ସହିତ ସଂଯୋଗ ହୋଇପାରିବ ।


