ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକର ପରିସ୍ଥିତି ଏବେ ବି ଉତ୍ତେଜନା ପୂର୍ଣ୍ଣ ରହିଛି। ପୋଲିସ କୁ ଆକ୍ରମଣ ଓ ମାଜିଷ୍ଟ୍ରେଟ ଙ୍କ ଗାଡ଼ି ଭଙ୍ଗାରୁଜା ଘଟଣା ରେ ଆକ୍ସନ ରେ ରହିଛି ପୋଲିସ ଓ ପ୍ରଶାସନ । ଗଣ୍ଡଗୋଳ ପରେ ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳରେ ୧୬୩ ଲାଗୁ ହୋଇଥିଲା । ଅନିର୍ଦ୍ଦିଷ୍ଟ କାଳ ପାଇଁଧାରା ୧୬୩ ଜାରି ହୋଇଥିବା ବେଳେ ଆଜି ଭଦ୍ରକ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଫେରାଇବା ଲକ୍ଷ୍ୟରେ ସୋସିଆଲ୍ ମିଡିଆ ମନା କରାଯାଇଛି। ଆଜିଠୁ ୪୮ ଘଣ୍ଟା ପାଇଁ ଅଥାତ୍ ସେପ୍ଟେମ୍ବର ୩୦ ରାତି ୨ଟା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।
ହ୍ବାଟ୍ସଆପ୍, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ୍, ସ୍ନାପଚାଟ୍ ଆଦି ସମସ୍ତ ଇଣ୍ଟରନେଟ୍ ଜରିଆରେ ଚାଲୁଥିବା ସବୁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି ।ସୂଚନଯୋଗ୍ୟ; ଭଦ୍ରକ ପୁରୁଣାବଜାର ଥାନା ସନ୍ଥିଆ ନିକଟରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି। ମହମ୍ମଦଙ୍କ ବିରୋଧରେ ଏକ ପୋଷ୍ଟକୁ ନେଇ ପୂର୍ଣ୍ଣବଜାରର ମୁସଲିମ ଯୁବଗୋଷ୍ଠୀ ରାସ୍ତା ଅବରୋଧ କରିଥିଲେ। ଏଥିସହ ସେମାନେ ଦୋଷୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଏକ ଶୋଭାଯାତ୍ରାରେ ଯାଉଥିଲେ।
ଏହି ପୋଷ୍ଟକୁ ଯିଏ ଅପଲୋଡ କରିଛି ତାହାକୁ ତୁରନ୍ତ ଗିରଫ କରିବାକୁ ଏକ ଗୋଷ୍ଠୀ ଦାବୀ କରିଥିଲେ। ହେଲେ ପୋଲିସ ସେମାନଙ୍କୁ ଗିରଫ କରିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ସେହି ଗୋଷ୍ଠୀ ତରଫରୁ ଏକ ପ୍ରତିବାଦ ରାଲି କରାଯାଇଥିଲା। ଶୋଭାଯାତ୍ରା ବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ଆକ୍ରମଣ ଶିକାର ହୋଇଛି। ଏହି ଘଟଣା ସାଂପ୍ରଦାୟିକତା ଆଡକୁ ଯାଉଥିବାରୁ ପୋଲିସ ତରଫରୁ ତୀକ୍ଷ୍ମ ନଜର ରଖାଯାଇଛି


