Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭବିଷ୍ୟତରେ ଓଡ଼ିଶାରେ ମହିଳା ମୁଖ୍ୟମନ୍ତ୍ରୀ, ପ୍ରଦୀପଙ୍କ ଇସାରା କାହା ଆଡ଼େ…

ଭୁବନେଶ୍ୱର(ଓଡ଼ିଶା ୱେୟାର): “ଭବିଷ୍ୟତରେ ଓଡ଼ିଶାରେ ‘ମହିଳା ମୁଖ୍ୟମନ୍ତ୍ରୀ’ କରିବା ପାଇଁ ମହିଳାମାନଙ୍କୁ ସୁଯୋଗ ଦେବା ଭଲ କଥା । କିନ୍ତୁ ଗଭର୍ଣ୍ଣାନ୍ସରେ ଯେଉଁ ଏଷ୍ଟାବ୍ଲିସ୍ ଲୋକମାନେ ଥିଲେ, ସେମାନଙ୍କୁ ଦୂରେଇବା ପଛରେ ରହସ୍ୟ କ’ଣ ବୋଲି ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି । ”ତେବେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଅନୁଗତ ଥିବା ଶ୍ରୀ ପାଣିଗ୍ରାହୀଙ୍କ ଏଭଳି ବୟାନ ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ କିଏ ହେବେ ଓ ବିଜେଡି କାହାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ପ୍ରୟାସ କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିଜେଡିରୁ ବହିଷ୍କୃତ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ବିଜେଡି ୨୦ବର୍ଷ ଧରି କ୍ଷମତାରେ ରହିଛି । ସେକେଟ୍ରେରୀ ଓ ଅଫିସରମାନେ ଏବେ ଗଭର୍ଣ୍ଣାନ୍ସ କରୁଛନ୍ତି । ଯେତେବେଳେ ବିଜେଡି ଗଠନ ହେଲା ସେତେବେଳେ ସେମାନେ କ’ଣ ଯାଇ ଅନ୍ୟ ରାଜନୀତିକ ଦଳ ସହ ଲଢ଼େଇ କରିଥିଲେ ନା ଭୋଟ ମାଗିଥିଲେ । ଯେଉଁମାନେ ବିଜେଡିକୁ ଗଢ଼ିବା ପାଇଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ଏବଂ ଦଳକୁ ଆଗକୁ ବଢ଼ାଇଛନ୍ତି ସେମାନେ କ’ଣ ପାଇଛନ୍ତି । ଦଳୀୟ କର୍ମୀମାନଙ୍କ ପାଇଁ କ’ଣ କରାଯାଇଛି । ଅନେକଥର ସେ ଏକଥା ଉଠାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ କିଛି ଭଲ କାମ ଓ ଦଳୀୟ କର୍ମୀଙ୍କ ତ୍ୟାଗ ପାଇଁ ବିଜେଡି କ୍ଷମତାସୀନ ହେଉଛି । ଏବେ ବିଜେଡି ଶାସନରେ ଚରିତ୍ର ସଂହାର, ରାଜନୀତିକ ଚରିତ୍ରକୁ ଖତ କରି ଦେବାର କାର୍ଯ୍ୟ ଚାଲିଛି । ରାଜତନ୍ତ୍ରରେ ରାଜାକୁ ମାରି ଦେଇ କ୍ଷମତା ହଡ଼ପ କରିବା କଥା ଇତିହାସରେ ଶୁଣାଯାଉଥିଲା । ଗଣତନ୍ତ୍ରରେ ବି କେତେକ ସ୍ଥାନରେ ଏଭଳି ଶୁଣିବାକୁ ମିଳେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ସେଭଳି ବ୍ୟବସ୍ଥା ଏପର୍ଯ୍ୟନ୍ତ ଆରମ୍ଭ ହୋଇନି । ମାତ୍ର ବିଜେଡି ପାଇଁ ଯେଉଁମାନେ ତ୍ୟାଗ କରିଥିଲେ ଓ ଏଷ୍ଟାବ୍ଲିସ୍ ଲୋକ ଥିଲେ ସେମାନଙ୍କୁ ଦୂରେଇ ଦିଆଯାଉଛି । ଏହା ପଛର କ’ଣ ରହସ୍ୟ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି ।
ତେବେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଓ ଦଳରେ ଏଷ୍ଟାବ୍ଲିସ୍ ଲୋକମାନଙ୍କୁ ଦୂରେଇବା ପଛରେ ଥିବା ରହସ୍ୟ କ’ଣ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରି ବିଜେଡିରେ ପୁଣି ଏକ କ୍ଷମତା ହଡ଼ପ ପାଇଁ ଉଦ୍ୟମ ଚାଲିଥିବା ଆଡ଼କୁ ଇଙ୍ଗିତ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସରକାରକୁ କ୍ଷମତାଚ୍ୟୁତ କରିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମହାନ୍ତିଙ୍କୁ ଟେଲିଫୋନରେ କଥାବାର୍ତ୍ତା କରାଇ ଦେଇଥିବା ସମ୍ପର୍କରେ ନିଜେ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ କିଏ ଓ କିଭଳି କ୍ଷମତା ହଡ଼ପ ପାଇଁ ଯୋଜନା କରୁଥିଲା ସେନେଇ ମୁହଁ ଖୋଲିନାହାନ୍ତି ।
ମାତ୍ର ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ କରାଇବା ପାଇଁ ଉଦ୍ୟମ ଚାଲିଥିବା ଓ ମହିଳାମାନଙ୍କୁ ସୁଯୋଗ ଦିଆଯାଉଥିବା କଥା କହି ବିଜେଡିର ବର୍ତ୍ତମାନର ପାୱାର ଗ୍ରୁପ୍ ଯେଉଁ ରଣନୀତି ଆଧାରରେ କାର୍ଯ୍ୟ କରୁଛି ତା’ର ଅସଲ ଚେହେରା ପଦାରେ ପକାଇ ଦେଇଛନ୍ତି । ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା, ଆଲୋଚନା କରିବା ଅବା ପରାମର୍ଶ ଦେବାର ଅଧିକାର ତାଙ୍କ ଭଳି ନିର୍ବାଚିତ ଲୋକପ୍ରତିନିଧିମାନଙ୍କର ନାହିଁ । ତା’ହେଲେ ସେ କାହିଁକି ନିର୍ବାଚିତ ପ୍ରତିନିଧି ରହିବେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାର୍ଥରକ୍ଷା ଓ ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗ ସମ୍ପର୍କରେ ଦଳୀୟ ନେତାଙ୍କୁ ଅବଗତ କରିବା ଯଦି ‘ପାପ’ ତା’ହେଲେ ସେଭଳି ପାପକୁ ଗ୍ରହଣ କରିବାକୁ ସେ ରାଜି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top