ଭରତପୁର ଥାନା ବିବାଦରେ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ। ମେଜର ଓ ବାନ୍ଧବୀଙ୍କୁ ନେଇ ଥାନାରେ ପହଞ୍ଚିଛି ଟିମ। କ୍ରାଇମବ୍ରାଞ୍ଚ ନିକଟରେ ଉଭୟ ନିଜର ପକ୍ଷ ରଖିବେ। ଘଟଣା ଦିନ କେତେବେଳେ ଥାନାକୁ ଆସିଥିଲେ, ସେଦିନ ରାତିରେ କ’ଣ ଘଟିଥିଲା, କେଉଁଠି ପୋଲିସ ମାଡ଼ ମାରିଥିଲା ସେସବୁର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ପାଇଁ ପହଞ୍ଚିଛି।
ପଥରଗାଡିଆରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଉଭୟ ରାତିରେ ରେଷ୍ଟୁରାଣ୍ଟରୁ ଫେରିବା ବେଳେ ପଥରଗାଡ଼ିଆ ରାସ୍ତା ନିକଟରେ ସେମାନଙ୍କୁ କେତେକ ଦୁବୃତ୍ତ ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିଲେ। ଫଳରେ ସେମାନେ ନ୍ୟାୟ ପାଇଁ ଭରତପୁର ଥାନାରେ ପହଞ୍ଚିଥିଲେ। ଟିମ ପାଇଁ ସୁରକ୍ଷା ବ୍ୟବସ୍ଥା କରିବାକୁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ପୀଡିତାଙ୍କ ସୁରକ୍ଷା ପାଇଁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ନିଯୁକ୍ତି ହୋଇଥିବା ବେଳେ କମିଶନରେଟ ପୁଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଛି।


