Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭର୍ତ୍ତୃହରିଙ୍କୁ ଅପମାନିତ ପାଇଁ ଷଡ଼ଯନ୍ତ୍ର ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡିର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସର୍ବସାଧାରଣରେ ଅପମାନିତ କରିବା ନିମନ୍ତେ ତାଙ୍କ ନିଜ ଦଳ ବିଜେଡି ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଗତକାଲି ରାଜ୍ୟସଭା ସାଂସଦ ସୁବାସ ସିଂ ଓ ଆଜି ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟଙ୍କ ମୁହଁରେ ଭର୍ତ୍ତୃହରି ମିଛ କହୁଛନ୍ତି ବୋଲି ଦର୍ଶାଇବାକୁ ଉଦ୍ୟମ ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ଭର୍ତ୍ତୃହରିଙ୍କୁ କଟକ ଲୋକସଭା ଆସନରୁ ଟିକେଟ୍ ନଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ପ୍ରଭାବଶାଳୀ ଗୋଷ୍ଠୀ ସେବେଠୁ ତାଙ୍କୁ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରଖିବାରେ ସକ୍ଷମ ହୋଇଛି । ଏବେ ଭର୍ତ୍ତୃହରିଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେଡିର ଏହି ପ୍ରଭାବଶାଳୀ ଗୋଷ୍ଠୀ ସଜବାଜ ହେବା ସହ ତାଙ୍କୁ ଅପମାନିତ କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଲୋକ କିମ୍ବା ଜନପ୍ରତିନିଧିଙ୍କ ସହ ପରାମର୍ଶ ନକରି କଟକର ଖାନନଗରରେ ନେତାଜୀ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରାଯାଇଥିବାରୁ ଶ୍ରୀ ମହତାବ ଗଣମାଧ୍ୟମ ଜରିଆରେ ନାପସନ୍ଦ କରିବାପରେ ଏବେ ବିଜେଡି ପ୍ରତିହିଂସାପରାୟଣ ହୋଇପଡ଼ିଛି । ନିଜ ଦଳର ସାଂସଦ ତଥା ବରିଷ୍ଠ ନେତା ଶ୍ରୀ ମହତାବଙ୍କ ଅପମାନିତ କରିବାକୁ ସୁଚିନ୍ତିତ ଢଙ୍ଗରେ ପ୍ରୟାସ ଆରମ୍ଭ ହୋଇଛି । ଗତକାଲି ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ମୁହଁରେ ମହତାବଙ୍କ ବୟାନକୁ କାଉଣ୍ଟର କରିଥିବା ବିଜେଡି ଆଜି କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି । ଟର୍ମିନାଲ ସ୍ଥାପନ ବିଷୟରେ ସେ ଜଣେ ପୂର୍ବତନ ବିଧାୟକ ହୋଇ ଜାଣିପାରିଲେ, କିନ୍ତୁ ଜଣେ ସରକାରୀ ଦଳର ସାଂସଦ କିପରି ଜାଣିପାରିଲେ ନାହିଁ ବୋଲି ଦେବାଶୀଷ ପ୍ରଶ୍ନ କରିଛନ୍ତି । ସାଂସଦଙ୍କୁ ବସ୍ ଟର୍ମିନାଲ ପ୍ରସଙ୍ଗରେ ଜିଲ୍ଲାପାଳ ଅବଗତ କରିଥିଲେ ବୋଲି ଦେବାଶୀଷ କହିଥିବାବେଳେ ଭର୍ତ୍ତୃହରି ଏହା ଉପରେ ପାଲଟା ମତ ରଖିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହତାବ କହିଛନ୍ତି ଯେ, ଦେବାଶୀଷ କ’ଣ କହିଛନ୍ତି ସେ ଜାଣନ୍ତି ନାହିଁ । କିଏ କ’ଣ କହୁଛି ତା’ଉପରେ ସେ କିଛି କହିବାର ନାହିଁ । ସେ ଗତକାଲି ଯେଉଁ ପ୍ରଶ୍ନ ଉଠାଇଥିଲେ ତା’ର ଉତ୍ତର ପ୍ରଶାସନ କିମ୍ବା ସରକାର ଦେଇଥିଲେ ଅଧିକ ଭଲ ହୋଇଥାନ୍ତା । ଟର୍ମିନାଲ ସ୍ଥାପନ ନିଷ୍ପତ୍ତି ନିଆଯାଇଛି, କିନ୍ତୁ ତାଙ୍କ ସହ କେହି କୌଣସି ପ୍ରକାରର ଆଲୋଚନା କରିନାହାନ୍ତି । ଯଦି ଦେବାଶୀଷ ସାମନ୍ତରାୟଙ୍କ ସହ ଆଲୋଚନା ହୋଇଛି, ସେ ତାଙ୍କୁ ଅବଗତ କରିବା କଥା । ବ୍ୟକ୍ତିଗତ ଭାବେ ସରକାରଙ୍କୁ ସମାଲୋଚନା କରିବା ତାଙ୍କର ଅଭିପ୍ରାୟ ନଥିଲା । କିମ୍ବା ସେ ଦଳବିରୋଧୀ କୌଣସି ମତ ଦେଇନାହାନ୍ତି ବୋଲି ଶ୍ରୀ ମହତାବ ଆଜି ସ୍ପଷ୍ଟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ୧୯୯୮ ମସିହାରୁ ବିଜେଡି ଟିକେଟରେ କ୍ରମାଗତ ଭାବେ କଟକ ଲୋକସଭା ଆସନରୁ ବିଜୟୀ ହେଉଥିବା ବରିଷ୍ଠ ନେତା ଶ୍ରୀ ମହତାବ ପୂର୍ବରୁ ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଭାବେ କାର୍ଯ୍ୟ କରିସାରିଛନ୍ତି । ମାତ୍ର ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କୁ ବିରୋଧ କରୁଥିବା ଯୋଗୁ ୨୦୧୯ ମସିହା ନିର୍ବାଚନବେଳେ ତାଙ୍କୁ ବିଜେଡି କଟକ ଆସନରୁ ପ୍ରାର୍ଥୀ କରିନପାରେ ବୋଲି ଚର୍ଚ୍ଚା ହୋଇଥିଲା । ଅବଶ୍ୟ ସେବେଠୁ ବିଜେଡି ତାଙ୍କୁ ସମ୍ପୂର୍ଣ୍ଣ ଅଲୋଡ଼ା କରି ରଖିଛି । ସାଂଗଠନିକ କାର୍ଯ୍ୟକ୍ରମଠୁ ଆରମ୍ଭ କରି ସଂସଦୀୟ କାର୍ଯ୍ୟକ୍ରମରେ ତାଙ୍କୁ ବିଜେଡି ଗୁରୁତ୍ୱହୀନ କରିଦେଇଛି । ଶ୍ରୀ ମହତାବ ନେତାଜୀ ବସ୍ ଟର୍ମିନାଲ ପ୍ରସଙ୍ଗରେ ମୁହଁ ଖୋଲିବା ପରେ ତାଙ୍କ ଦଳ ପକ୍ଷରୁ ଯେପରି ଭାବେ ତାଙ୍କୁ ଗଣମାଧ୍ୟମରେ ସମାଲୋଚନା ଚାଲିଛି, ତାକୁ ଆକଳନ କରି ସେ କୌଣସି ଦଳବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି ନିଜଆଡ଼ୁ ବି ସ୍ପଷ୍ଟ କରିଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top