Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

“ଭାରତ କେ ମନ୍ କି ବାତ, ମୋଦି କା ସାଥ୍ ” କାର୍ଯ୍ୟକ୍ରମକୁ ଉଦଘାଟନ କଲେ ଗଡ଼କରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଏମିତି ଏକ ସଙ୍କଳ୍ପ ପତ୍ର ଆଣିବା ପାଇଁ ଆଣିବା ପାଇଁ ଚାହୁଁଛି ଯାହା ଦେଶବାସୀଙ୍କର ମନର କଥା କହୁଥିବ। ଦେଶବାସୀଙ୍କ ପାଇଁ ସରକାର କ’ଣ କରିବା ଉଚିତ୍ ତାହାକୁ ସଂକଳ୍ପପତ୍ରରେ ଅଗ୍ରାଧିକାର ଦିଆଯିବ। ଆଜି ଭୁବନେଶ୍ୱରରେ “ଭାରତ କେ ମନ୍ କି ବାତ, ମୋଦି କା ସାଥ୍ ”କାର‌୍ୟ୍ୟକ୍ରମକୁ ଶୁଭାରମ୍ଭ କରିବା ଅବସରରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡ଼କରୀ କହିଛନ୍ତି।
ଏହି ଅବସରରେ ଆଜି ଭ୍ରାମ୍ୟମାଣ “ଭାରତ କେ ମନ୍ କି ବାତ, ମୋଦି କା ସାଥ”ର ଗାଡ଼ି ଶୁଭାରମ୍ଭ କରାଯାଇଛିା ଏହି ଗାଡି ରାଜ୍ୟର ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ମଣ୍ଡଳୀକୁ ଯିବ ଏବଂ ଲୋକଙ୍କ ମତାମତ ସଂଗ୍ରହ କରିବ। ଲୋକମାନେ ସେମାନଙ୍କ ମତାମତ ଗାଡ଼ି ପାଖରେ ଆସି ଭଡ଼ିଓ ମାଧ୍ୟମରେ ଦେଇପାରିବେ। ଅନଲାଇନ ଓବସାଇଟ୍ www.bharatkemannkibaat.com ଏବଂ ଟୋଲ୍ -ଫ୍ରି ମୋବାଇଲ ନମ୍ବର ୬୩୫୭୧୭୧୭୧୭ରେ ମିସଡ୍ କଲ ଦେଇ ଲୋକମାନେ ସେମାନଙ୍କର ମତାମତ ଦେଇପାରିବେ।
ଶ୍ରୀ ଗଡ଼କରି କହିଛନ୍ତି କି ଆଜି ନିର୍ବାଚନ ଲଢିବା ପାଇଁ ବିରୋଧୀ ଦଳମାନଙ୍କ ପାଖେ କୌଣସି ପ୍ରସଙ୍ଗ ନାହିଁ। ସେଥିପାଇଁ ସେମାନେ ମିଛ ଅପପ୍ରଚାରରେ ଲାଗିଛନ୍ତି। ଲୋକମାନଙ୍କ ମନରେ ଭୟ ପୁରାଇ ନିର୍ବାଚନ ଜିତିବାର ଚେଷ୍ଟା କରୁଛନ୍ତି ଯାହା କେବେ ସଫଳ ହେବ ନାହିଁ। ଜାତି ଏବଂ ଧର୍ମର କଥା ଏବେ ବିରୋଧୀ ଦଳମାନଙ୍କ ପାଇଁ ନିର୍ବାଚନ ଏଜେଣ୍ଡା ହୋଇଛିା ମାତ୍ର ବିକାଶର ଏଜେଣ୍ଡାରେ ବିଜେପି ଆଗାମୀ ନିର୍ବାଚନ ଲଢ଼ିବାକୁ ଯାଉଛି। ଗତ ୫ ବର୍ଷରେ ୯୦ ହଜାର ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଯୋଡ଼ା ଯାଇପାରିଛି। ଗତ ୫ ବର୍ଷରେ ଦେଶରେ ୧୦୦ଟି ବିମାନ ବନ୍ଦର ନିର୍ମାଣ ହୋଇଛି ଯାହା ଦେଶରେ କୋଣ ଅନୁକୋଣର ଲୋକଙ୍କୁ ବିମାନ ସୁବିଧା ପହଂଚାଇବାରେ ସକ୍ଷମ ହୋଇଛିା କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିଲା ପରେ ସମସ୍ତଙ୍କୁ ପକ୍କା ଘର ଯୋଗାଇବାର ଭରଷା ଦେଇଥିଲେ। ଯାହା ଆଜି ସଫଳ ହେବାକୁ ଯାଉଛିା କେବଳ ସାଢ଼େ ୪ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶରେ ୧.୫ କୋଟି ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି ଶ୍ରୀ ଗଡ଼କରୀ କହିଛନ୍ତି।
ଏହି ଅବସରରେ ରାଜ୍ୟ ସଂକଳ୍ପ ପତ୍ରର ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂହଦେଓ, ଉପସଭାପତି ସମୀର ମହାନ୍ତି, ସଂକଳ୍ପ ପତ୍ର ସମିତିର ଆବାହକ ସୁଦର୍ଶନ ନାୟକଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top