Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭାରତ ବନ୍ଦକୁ ସିଧାସଳଖ ସମର୍ଥନ କଲାନି ବିଜେଡି

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଚଳାଇଥିବାବେଳେ କୃଷକ ସଂଗଠନଗୁଡ଼ିକ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି । ଚାଷୀ ସଂଗଠନଗୁଡ଼ିକର ଏହି ବନ୍ଦକୁ ଅଧିକାଂଶ ଅଣଏନଡିଏ ଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି । କିନ୍ତୁ ସଂସଦରେ ଏହି କୃଷି ବିଲକୁ ବିରୋଧ କରିଥିବା ବିଜେଡି ଆସନ୍ତାକାଲିର ‘ଭାରତ ବନ୍ଦ’କୁ ସିଧାସଳଖ ସମର୍ଥନ କରିବାର ସାହାସ ଜୁଟାଇ ପାରିନି । ଶେଷପର୍ଯ୍ୟନ୍ତ ନିଷ୍ପତ୍ତି ଝୁଲାଇ ରଖିଥିବା ଶାସକ ବିଜେଡି ଶେଷରେ ରାଜ୍ୟର ସମସ୍ତ ସରକାରୀ ଅଫିସକୁ ଆସନ୍ତାକାଲି ଛୁଟି ଘୋଷଣା କରି ଚାଷୀ କୂଳକୁ ସନ୍ତୁଷ୍ଟ କରିବାକୁ ଗୋଟି ଚଳାଇଛି । ତେବେ ବିଜେଡିର ଏଭଳି ନିଷ୍ପତ୍ତି ଦଳର ଦୁର୍ବଳତା ଓ ସୁବିଧାବାଦୀ ଚରିତ୍ରକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ।
ଚାଷୀଙ୍କ ସ୍ୱାର୍ଥ କଥା କହି ସଂସଦରେ କୃଷି ବିଲକୁ ବିରୋଧ କରିଥିବା ବିଜେଡି ଆସନ୍ତାକାଲି ଚାଷୀ ସଂଗଠନ ଦେଇଥିବା ‘ଭାରତ ବନ୍ଦ’ ଡାକରାକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ ଭାବେ ରଖିପାରିନି । ଚାଷୀଙ୍କ ପାଇଁ କଥା କଥାରେ ଦରଦ ଦେଖାଉଥିବା ବିଜେଡି କିନ୍ତୁ ଖୋଲାଖୋଲି ଭାବେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀଙ୍କୁ ସମର୍ଥନ ଦେଇପାରିନି । ଏପରିକି ଦଳ ପକ୍ଷରୁ ଚାଷୀଙ୍କ ସମର୍ଥନରେ କେନ୍ଦ୍ର ସରକାରଙ୍କୁ ପଦୁଟିଏ ସମାଲୋଚନା ମଧ୍ୟ କରାଯାଇପାରିନି । ୨୦୧୪ରୁ କେନ୍ଦ୍ରର ବିଜେପି ସରକାରକୁ ଉପରେ ପଡ଼ି ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରି ଆସୁଥିବା ବିଜେଡିର ସୁବିଧାବାଦୀ ଚରିତ୍ର ଉପରେ ଚାଷୀ ସଂଗଠନଗୁଡ଼ିକ କଡ଼ା ନଜର ରଖିଥିଲେ । ଆଗକୁ ସମବାୟ,ପୌର,ପଂଚାୟତ ନିର୍ବାଚନ ଥିବାରୁ ଚାଷୀକୁଳକୁ ଅସନ୍ତୁଷ୍ଟ କରିବାକୁ ବିଜେଡି ଚାହିଁନି । ଚାଷୀକୁଳକୁ ସନ୍ତୁଷ୍ଟ କଲେ କାଳେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାର ଖପ୍ପା ହେବ, ସେଥିପାଇଁ ଚାଷୀକୁଳକୁ ମଧ୍ୟ ସିଧାସଳଖ ସମର୍ଥନ କରିବାର ସାହାସ ଜୁଟାଇପାରିନି । ‘ଏପଟେ ମାରିଲେ ଗୋ ହତ୍ୟା-ସେପଟେ ବ୍ରହ୍ମହତ୍ୟା’ ହୋଇଥିବାରୁ ବିଜେଡି ଶେଷରେ ପରିବହନ ଓ ଗମନାଗମନ ପ୍ରଭାବିତ ହେବାର ଆଳ ଦେଖାଇ ସମସ୍ତ ସରକାରୀ ଅଫିସକୁ ଆସନ୍ତାକାଲି ଛୁଟି ପାଇଁ ଘୋଷଣା କରିଛି । ଅବଶ୍ୟ ଶାସକ ବିଜେଡି ଚାହିଁଥିଲେ ସରକାରୀ ଅଫିସ ଖୋଲା ରଖିପାରିଥାନ୍ତା । ଭାରତ ବନ୍ଦ ଆସନ୍ତାକାଲି ୧୧ଟାରୁ ୩ଟା ପର୍ଯ୍ୟନ୍ତ ପାଳନ ହେବାକୁ ଥିବାବେଳେ ସରକାରୀ ଅଫିସଗୁଡ଼ିକ ଅଫିସ ୧୦ଟାରୁ ୫ଟା କାର୍ଯ୍ୟ କରିଥାନ୍ତା । ତେଣୁ ସରକାରୀ କର୍ମଚାରୀମାନଙ୍କୁ ବିଶେଷ କିଛି ଅସୁବିଧା ହୋଇନଥାନ୍ତା । କିନ୍ତୁ କାଳେ ଚାଷୀକୁଳ ଅସନ୍ତୁଷ୍ଟ ହେବେ ସେହି ଭୟରେ ବିଜେଡି ରାଜନୀତିକସ୍ତରରେ ସମର୍ଥନ ଦେଇନଥିଲେ ବି ସରକାରୀ ଅଫିସକୁ ବନ୍ଦ କରି ଭାରତ ବନ୍ଦ ପ୍ରତି ପରୋକ୍ଷ ସମର୍ଥନ ଜଣାଇଛି । ସେହିପରି ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଯଦି ସିଧାସଳଖ ଭାରତ ବନ୍ଦକୁ ସମର୍ଥନ କରେ ତା’ହେଲେ ମୋଦି ସରକାରଙ୍କୁ ଖପ୍ପା ହେବାର ଆଶଙ୍କା ରହିଛି । ଆଉ ସେମିତି ହେଲେ ଓଡ଼ିଶାରେ ଚିନ୍ତାମୁକ୍ତ ହୋଇ ଶାସନ କରିବା ବିଜେଡି ପାଇଁ କଷ୍ଟକର ହେବ ଓ ନବୀନ ମଧ୍ୟ ବିଜେପିକୁ କଡ୍ଡ ଟକ୍କର ଦେବାରେ ସକ୍ଷମ ହେବେନି । ତେଣୁ ‘ପୁଅ ମୁଣ୍ଡରେ ଲୋଭ ଓ ତେଲ ଘଡ଼ିରେ ଲୋଭ’ ଭଳି ଶାସକ ବିଜେଡି ଏବେ ଉଭୟ ଚାଷୀକୁଳ ଓ ମୋଦି ସରକାରକୁ ସନ୍ତୁଷ୍ଟ କରିବାକୁ ମଝି ରାସ୍ତା ବାଛି ସରକାରୀ ଅଫିସକୁ ଛୁଟି ଘୋଷଣା କରିଛି ।
ଭାରତ ବନ୍ଦକୁ ନେଇ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ କଂଗ୍ରେସ ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲା । କଂଗ୍ରେସ ମଧ୍ୟ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରର ମୋଦି ସରକାରଙ୍କ ବୋଲକରା ମୁଖ୍ୟମନ୍ତ୍ରୀ ବୋଲି କହିବାକୁ ପଛାଇ ନଥିଲା । ଏପରିକି ଯଦି ଏହି ବନ୍ଦକୁ ମୁଖ୍ୟମନ୍ତ୍ରୀ ସମର୍ଥନ ନଜଣାନ୍ତି ତା’ହେଲେ ଆଗାମୀ ଦିନରେ ରାଜ୍ୟର କୃଷକ ସମାଜ ତାଙ୍କୁ କଦାପି କ୍ଷମା ଦେବ ନାହିଁ ବୋଲି କଂଗ୍ରେସ କହିଛି ।
ସୂଚନାଯୋଗ୍ୟ, କେବଳ ବିଜେପି ଓ ବିଜେଡିକୁ ଛାଡ଼ି ରାଜ୍ୟର ସମସ୍ତ ରାଜନୀତିକ ଦଳ ଓ ବିଭିନ୍ନ ସଂଗଠନ ଏହି ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top