ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ସମସ୍ତ ସରକାରୀ ଅଫିସ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ ଯୋଗୁ ଗମନାଗମନ ଓ ପରିବହନରେ ଅସୁବିଧା ହେବାର ଆଶଙ୍କା ଦର୍ଶାଇ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଆସନ୍ତାକାଲି ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିଲେ ମଧ୍ୟ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ ବୋଲି କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ରାଜ୍ୟରେ କ୍ଷମତାସୀନ ବିଜେଡି ଏପର୍ଯ୍ୟନ୍ତ ବନ୍ଦକୁ ସମର୍ଥନ କି ବିରୋଧ କରିବ ସେନେଇ କିଛି ନିଷ୍ପତ୍ତି ଜଣାଇନାହିଁ । ମାତ୍ର ପରୋକ୍ଷରେ ବନ୍ଦକୁ ସମର୍ଥନ କରିବା ପାଇଁ ରାଜ୍ୟ ସରକାର ନିଜର ସମସ୍ତ ସରକାରୀ ଅଫିସକୁ ବନ୍ଦ ଘୋଷଣା କରିଛନ୍ତି ।


