ଭୁବନେଶ୍ୱର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ଶ୍ରୀ ମିଶ୍ରଙ୍କ ଘରେ ଚଢ଼ଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଥିବା ଜଣାପଡ଼ିଛି। ଏକାସଙ୍ଗରେ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ଉ ଜାରି ରଖିଛି । ଭୁବନେଶ୍ୱର, ସୋନପୁର, ବଲାଙ୍ଗୀର ଘର ସମେତ ଅଫିସରେ ଚଢ଼ଉ ଜାରି ରହିଛି। ଏହି ଚଢ଼ଉରେ ୧୦ ଡିଏସପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।


