ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ରବିବାର ରାତି ପ୍ରାୟ୧ଟା ୩୫ରେ ଲାଇନ୍ଚ୍ୟୁତ ହୋଇଛି। ମଞ୍ଚେଶ୍ୱର ଷ୍ଟେସନ ୟାର୍ଡରେ ଟ୍ରେନ୍ଟି ଲାଇନ୍ଚ୍ୟୁତ୍ ହୋଇଥିଲା। ଫଳରେ ୨ଟି ଟ୍ରେନ୍କୁ ବାତିଲ କରାଯିବା ସହ ୬ଟି ଟ୍ରେନର ସମୟ ବଦଳିଛି ।ଗତକାଲି ରାତିରେ ମାଲବାହୀ ଟ୍ରେନ୍ର ଗୋଟିଏ ୱାଗନ୍ ପ୍ରଥମେ ଲାଇନ୍ଚ୍ୟୁତ ହୋଇଥିଲା। ଖବର ପାଇ ରେଲୱେ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ୱାଗନ୍କୁ ଟ୍ରାକ୍କୁ ଉଠାଇବାକୁ ଚେଷ୍ଟା କରାଯାଉଥିବା ବେଳେ ଆଉ ୩ଟି ୱାଗନ୍ ଟ୍ରାକ୍ ତଳକୁ ଖସିଯାଇଥିଲା। ବହୁ ପରିଶ୍ରମ ପରେ ସକାଳ ସୁଦ୍ଧା ଡାଉନ୍ ଲାନ୍କୁ କ୍ଲିଅର କରାଯାଇଛି। ଏହାପରେ ଉଭୟ ଅପ୍ ଓ ଡାଉନ୍ ଲାଇନ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।


