ଆଜି ରାଜଧାନୀ ଭୁବନେଶ୍ୱରରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ । ସକାଳ ୭ଟା ୧୫ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ୨ରୁ ୩ ସେକେଣ୍ଡ ପାଇଁ ଭୂମିକମ୍ପ ହୋଇଥିବା ସୂଚନା ରହିଥିବା ବେଳେ ଏହା ଭୁବନେଶ୍ଵରର ଭୀମଟାଙ୍ଗି, ସିଆର୍ପି, ନୟାପଲ୍ଲୀ ଆଦି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏହାର ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୫ରୁ କମ ରହିଥିବା ଅନୁମାନ କରାଯାଉଥିବା ବେଳେ ଏହି ସଂପର୍କରେ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରିନାହିଁ।


