Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭୋଟ୍ ପରେ ଭୁଲିଗଲେ, ବାକି ପଡ଼ିଛି ୧୮ହଜାର ପ୍ରୋଜେକ୍ଟ

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର କରି ଭୋଟ୍ ହାତେଇବାରେ ସକ୍ଷମ ହୋଇଥିବା ବିଜେଡି ସରକାର ଏବେ ନିଜର ଏହି ମହାତ୍ୱାକାଂକ୍ଷୀ ଯୋଜନାକୁ ଭୁଲି ଯାଇଛନ୍ତି । ଯେଉଁ ଧୂମଧାମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଏହି ପ୍ରକଳ୍ପ କାର୍ଯ୍ୟକୁ ମଞ୍ଜୁର ଦେଉଥିଲେ ଓ ବିଜେଡି ଏଥିରୁ ରାଜନୀତିକ ଫାଇଦା ଉଠାଉଥିଲା, ଏବେ ଭୋଟ୍ ସରିବାପରେ ସେସବୁକୁ ଭୁଲି ଯାଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଏହି ପ୍ରୋଜେକ୍ଟ ନିମନ୍ତେ ଅର୍ଥ ବ୍ୟୟବରାଦ ଥିବା ସତ୍ତ୍ୱେ ସେହି ସବୁ କାର୍ଯ୍ୟ କାହିଁକି ଆଗେଇ ପାରୁନି ତା’ର ସରକାରୀସ୍ତରରେ ସମୀକ୍ଷା ବି ହେଉନଥିବା ଜଣାପଡ଼ିଛି ।
ଆଜି ବିଧାନସଭାରେ ବିଜେପି ସଦସ୍ୟ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନ ଲିଖିତ ଉତ୍ତର ଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୋଟ ୬୭୯୮ଟି ପଂଚାୟତରେ ୧୫୫୪.୬୦କୋଟି ଟଙ୍କା ବ୍ୟୟରେ ୬୨୭୪୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର ପ୍ରଦାନ କରିଥିଲେ । ଏହି ପ୍ରକଳ୍ପର ୭୧.୩୧ ପ୍ରତିଶତ ଅର୍ଥାତ୍ ୪୪୭୩୯ଟି ପ୍ରୋଜେକ୍ଟ ଶେଷ ହୋଇଥିବାବେଳେ ୧୮୦୦୩ଟି ପ୍ରୋଜେକ୍ଟ କାମ ବାକି ରହିଛି । ୨ବର୍ଷ ବିତିଯିବା ପରେ ମଧ୍ୟ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାରେ ଆବଣ୍ଟିତ ମୋଟ କାର୍ଯ୍ୟର ୫୦ ପ୍ରତିଶତ ମଧ୍ୟ ଛୁଇଁପାରିନି ।
ବାଲେଶ୍ୱର ଜିଲ୍ଲାରେ ୪୩.୨୮%, ଗଜପତିରେ ୩୧ ପ୍ରତିଶତ, ନୟାଗଡ଼ରେ ୫୩.୬୮%, ରାୟଗଡ଼ାରେ ୫୦%, ସୋନପୁରରେ ୫୬%, ବଲାଙ୍ଗିରରେ ୬୧% ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୬୮% ପ୍ରୋଜେକ୍ଟ କାର୍ଯ୍ୟ ନିର୍ମାଣ ହୋଇପାରିଛି । ବାକି ୧୮ହଜାର ପ୍ରୋଜେକ୍ଟକୁ ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ସାରିବା ନିମନ୍ତେ ଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାକୁ ମଧ୍ୟ ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ପୂର୍ବରୁ ବହୁ ଆଡ଼ମ୍ବର ସହ କୋଟିକୋଟି ଟଙ୍କାର ବିଜ୍ଞାପନ ଖର୍ଚ୍ଚ କରି ଯେଉଁ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମକୁ ସରକାର କଲେ ଏବେ ସେଗୁଡ଼ିକୁ କିଭଳି ସମ୍ପୂର୍ଣ୍ଣ ହେବ ସେ ନେଇ କାହିଁକି ସାମାନ୍ୟ ଆଗ୍ରହ ଦେଖାଉ ନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top