Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମନାନ୍ତର ଦୂର,ଏକାଠି ରହିବେ ହ୍ୟୁମାନ ଓ ଶ୍ରେୟା

odisha, Singer

ଭୁବନେଶ୍ୱର(ଓଡ଼ିଶା ୱେୟାର): କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ଗାୟିକା ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦର ଅନ୍ତ ଘଟିଛି । ମହିଳା ଥାନାରେ ଉଭୟେ ଆଜି ଏକାଠି ହୋଇ ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହୋଇଥିବା ନେଇ ସୂଚନା ଦେଇଛନ୍ତି । ଆପୋସ ବୁଝାମଣା ପରେ ଦୁହେଁ ଏକାଠି ରହିବାକୁ ମନସ୍ତ କରିଥିବା ମହିଳା ଥାନାରେ ଜଣାଇଛନ୍ତି । ଦୁହିଁଙ୍କ ମଧ୍ୟରେ ଥିବା ପାରିବାରିକ ବିବାଦର ସମାଧାନ ହୋଇଛି ଏଣିକି ଉଭୟେ ଏକାଠି ରହିବାକୁ ରାଜି ହୋଇଛନ୍ତି ବୋଲି ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତିି । କିଛି ଦିନ ପରେ ହ୍ୟୁମାନ ସାଗରଙ୍କ ଘରେ ଶ୍ରୀୟା ଆସି ରହିବେ ବୋଲି ସେ କହିଛନ୍ତି । ଏହି କଥା ହ୍ୟୁମାନ ଓ ତାଙ୍କ ମା’ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ।
ହ୍ୟୁମାନ ଓ ଶ୍ରୀୟା ଆଜି ମହିଳା ଥାନାରେ ହାଜର ହୋଇଥିଲେ । ଦ୍ୱିତୀୟ ଥର ପାଇଁ ପୁଲିସ ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ଉଦ୍ୟମ କରିଥିଲା । କାଉନସେଲିଂ ବେଳେ ହ୍ୟୁମାନଙ୍କ ମା’ ଶେଫାଳି ସୁନା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ଏକାଠି ରହିବା ପାଇଁ ନିଜ ନିଜର ନିଷ୍ପତ୍ତି ଏସିପି ଅମିତାଭ ମହାପାତ୍ର ଓ ମହିଳା ଥାନା ଅଧିକାରୀଙ୍କ ଉପସ୍ଥିତିରେ ଜଣାଇଥିଲେ । ସୂଚନାଯୋଗ୍ୟ ହ୍ୟୁମାନ ଓ ତାଙ୍କ ପତ୍ନୀ ଶ୍ରୀୟାଙ୍କ ମଧ୍ୟରେ ସୃଷ୍ଟ ପାରିବାରିକ ବିବାଦର ଉଗ୍ର ରୂପ ଧାରଣ କରିଥିଲା । ଶ୍ରୀୟା ଶାଶୂ ଘର ଛାଡ଼ି ବାପ ଘରକୁ ଆସି ହ୍ୟୁମାନଙ୍କ ବିରୋଧରେ ଥାନାରେ ଗୁରୁତର ଅଭିଯୋଗ କରିଥିଲେ । ଯୌତୁକ ଓ ଶାରୀରିକ ନିର‌୍ୟାତନା ସହ ଧର୍ମ ପରିବର୍ତ୍ତନ କରିବା ଲାଗି ତାଙ୍କୁ ବାଧ୍ୟ କରାଯାଉଛି ବୋଲି ସେ ମହିଳା ଏତଲାରେ ଅଭିଯୋଗ କରିଥିଲେ । ଏହାପରେ ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀୟାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଦୁହିଁଙ୍କୁ ଡାକି ବୁଝାମଣା ପାଇଁ ଚେଷ୍ଟା କରିଥିଲା । ପ୍ରଥମ ପର‌୍ୟ୍ୟାୟ ଆପୋସ ବୁଝାମଣା ପରେ ଉଭୟଙ୍କୁ ଦୁଇ ଦିନ ସମୟ ଦିଆଯାଇଥିଲା । ସେହିଦିନ ମହିଳା ଥାନାରୁ ବାହାରକୁ ଆସିବା ପରେ ଉଭୟେ ପରସ୍ପର ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ ।
ଯଦ୍ୱାରା ପରିସ୍ଥିତି ଜଟିଳ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ପାଗ ବଦଳିଲା । ଆଜି ଉଭୟଙ୍କ ମଧ୍ୟରେ ବୁଝାମଣା କରାଯାଇଥିଲା । ସେହି ବୁଝାମଣା ଶେଷ ପରେ ସମାଧାନର ରାସ୍ତା ବାହାରିଥିଲା । ଉଭୟେ ନିଜ ଭୁଲ ବୁଝି ଏକାଠି ହେବାକୁ ସହମତ ହୋଇଥିଲେ । ଏନେଇ ଶ୍ରୀୟା କହିଛନ୍ତି ଯେ ଆମ ଭିତରେ ଥିବା ମନୋମାଳିନ୍ୟ ଓ ସମସ୍ୟାର ସମାଧାନ ହୋଇଛି । ଆମେ ଦୁହେଁ ଏକାଠି ହେବୁ । ସେଥିପାଇଁ ପୁଲିକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀୟା । ସେହିପରି ହ୍ୟୁମାନ ଓ ତାଙ୍କ ମା’ଶେଫାଳି ସୁନା ମଧ୍ୟ କହିଛନ୍ତି ଯେ ଆମ ଭିତରେ ବୁଝାମଣା ହୋଇଯାଇଛି । ଏସିପି ଶ୍ରୀ ମହାପାତ୍ର କହିଛନ୍ତି, ହ୍ୟୁମାନ ଓ ଶ୍ରୀୟାଙ୍କ ବିବାଦ ସମାଧାନ ହୋଇଛି । ଶ୍ରୀୟା ଶାଶୂ ଘରକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଆସିନଥିଲେ । ତେଣୁ ସେ ଆଜି ବାପ ଘରକୁ ଫେରିଯିବେ । ଏଣିକି ଉଭୟେ ଫୋନ୍‌ରେ ପରସ୍ପର ସହ କଥା ହେବେ । ଶ୍ରୀୟାଙ୍କ ଘରକୁ ହ୍ୟୁମାନ ଯିବେ ଓ ତାଙ୍କ ଝିଅ ସହ କଥା ହେବେ । ଶ୍ରୀୟା ମଧ୍ୟ ହ୍ୟୁମାନଙ୍କ ସହ ନିୟମିତ କଥା ହେବେ । ମାସକ ମଧ୍ୟରେ ଶ୍ରୀୟା ନିଷ୍ପତ୍ତି ନେଇ ତାଙ୍କ ଶାଶୂ ଘରକୁ ଫେରିବେ ବୋଲି ଏସିପି ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top