ମନୁ ଭାକର ଏବଂ ସରବୋଜୋତ୍ ସିଂଙ୍କୁ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ ମିଳିଲା ବ୍ରୋଞ୍ଜ । ଚଳତବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ଆଉ ଏକ ପଦକ ପାଇଲା ଭାରତ। ମନୁ ଭାକର ଏବଂ ସରବୋଜୋତ୍ ସିଂ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟ ବ୍ରୋଞ୍ଜ ପଦକ ମ୍ୟାଚରେ କୋରିଆକୁ ପରାସ୍ତ କରି ଏହି ପଦକ ଜିତିଛନ୍ତି । ଭାରତ କୋରିଆକୁ ୧୬-୧୦ ରେ ପରାସ୍ତ କରି ଏହି ପଦକ ଜିତିଛି ।ଲଣ୍ଡନ ଅଲିମ୍ପିକ୍ସ -୨୦୧୨ ପରେ ପ୍ରଥମ ଥର ପାଇଁ ଶୁଟିଂରେ ଭାରତ ଦୁଇଟି ଅଲିମ୍ପିକ ପଦକ ଜିତିଛି । ଏହା ସହ ମନୁ ଭାରତର ପ୍ରଥମ ମହିଳା ସୁଟର ହୋଇପାରିଛନ୍ତି ଯେଉଁଥିରେ ସମାନ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି ।


