Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମନ୍ତ୍ରୀ ଓ ଭିନ୍ନକ୍ଷମ ସଶକ୍ତିକରଣ ଆୟୋଗଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜଧାନୀର ପଳାସପଲ୍ଲୀଠାରେ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘଙ୍କୁ ଯୁବତୀଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗ ଉପରେ ସଂପୃକ୍ତ ଯୁବତୀ ଜଣକ ସର୍ବସାଧାରଣ ଓ ଗଣମାଧ୍ୟମରେ ଟିପ୍ପଣୀ ରଖିବା ପରେ ରାଜ୍ୟରେ ଦିବ୍ୟାଙ୍ଗ ମାନଙ୍କର ଅବସ୍ଥା ଅତ୍ୟନ୍ତ ଦୁର୍ବିସହ ବୋଲି ସହଜରେ ଅନୁମେୟ ।
ନଭେମ୍ବର ୨୩ ତାରିଖରେ ଏୟାରପୋର୍ଟ ଥାନାରେ କେସ ନଂ -୨୪୮/୨୦ ରୁଜୁ ହୋଇଥିଲେ ମଧ୍ୟ ପୋଲିସ୍ ଠାରୁ ନ୍ୟାୟ ନପାଇବା ପୋଲିସ୍‌ର ପାରିବା ପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ସୁରେଶ ବେହେରା ବଡ଼ ରାଜନେତା, ମନ୍ତ୍ରୀ, ସରକାରୀ ବାବୁ ମାନଙ୍କ ଛତ୍ରଛାୟା ତଳେ ରହି କିଭଳି ଅନୁଷ୍ଠାନ ମଧ୍ୟରେ ଅସଦାଚରଣ, ଦୁଷ୍କର୍ମ ଉଦ୍ୟମ ଓ ଯୌନ ନିର୍ଯାତନା କରି ଆସୁଥିଲା ।
ଏହାର ପର୍ଦ୍ଦାଫାସ କରିବାକୁ ପ୍ରଦେଶ ମହିଳା କଂଗ୍ରେସ ପ୍ରତିନିଧିମଣ୍ଡଳୀ ଘଟଣାସ୍ଥଳକୁ ଗସ୍ତକରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଅବିବାହିତା ଯୁବତୀ ମଧୁ ମଞ୍ଜରୀ ଧଳ ଓ ଅନ୍ୟାନ୍ୟ ସହଯୋଗୀ ଗୌରହରି ନାୟକ, ନାରାୟଣ ସାହୁ, ରଞ୍ଜନ ସାହୁଙ୍କ ସହଯୋଗରେ ଦୀର୍ଘଦିନ ଧରି ଏପରି ହୀନ ଉଦ୍ୟମ ଓ କାର୍ଯ୍ୟ କରିଆସିଥିବା ସୁରେଶ ବେହେରାଙ୍କୁ ପୋଲିସ୍ ଖୋଜି ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତିକରଣ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଘଟଣାସ୍ଥଳକୁ ଗସ୍ତକରି ଅନ୍ତେବାସୀଙ୍କ ଠାରୁ କୌଣସି ତଥ୍ୟ, ଘଟଣା ନଶୁଣିବା, ସ୍ମାରକପତ୍ର ଗ୍ରହଣ ନକରିବା ଏପରି ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାରେ ତାଙ୍କର ସଂପୃକ୍ତି ଥିବାର ଯଥେଷ୍ଟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ପ୍ରକାଶ ଥାଉକି, ୨୦୨୦ ମସିହା ଅଗଷ୍ଟ ୧୫ ରିଖ ପବିତ୍ର ସ୍ୱାଧୀନତା ଦିବସରେ ଶ୍ରୀମତୀ ଦାସ
କୋଭିଡ-୧୯ର ସରକାରୀ କଟକଣାକୁ ବେଖାତିର କରି ସୁରେଶ ବେହେରାର ନିମନ୍ତ୍ରଣରେ ଉକ୍ତ ଅନୁଷ୍ଠାନରେ ପତାକା ଉତ୍ତୋଳନ କରିବା ଓ କାର୍ଯ୍ୟକ୍ରମରେ ଯୋଗଦେବା ସହ ସୁରେଶ ବେହେରା ସହିତ ଫଟୋ ଉଠାଇବା ଯେ ଶ୍ରୀମତୀ ଦାସଙ୍କର ସୁରେଶ ସହ ଦୀର୍ଘଦିନର ଦୃଢ଼ ଘନିଷ୍ଠ ସମ୍ପର୍କ ରହିଥିବାର ସ୍ପଷ୍ଟ ପ୍ରମାଣିତ କରୁଛି । ସୁରେଶ ବେହେରାର ଚାରିତ୍ରିକ ତଥ୍ୟ ଓ ଚାକିରୀ କାଳର ସ୍ୱଚ୍ଛତାକୁ ସଠିକ୍ ରୂପେ ପରୀକ୍ଷା ନକରି
ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଦାସ ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା, ଉକ୍ତ ଅନୁଷ୍ଠାନର ସଭାପତି ବିଧାୟକ ଅନନ୍ତ ନାରାୟଣ ଜେନା, ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସୁପାରିଶ ବଳରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଶ୍ରୀଯୁକ୍ତ ବେହେରାକୁ ରାଜ୍ୟସ୍ତରୀୟ ଭିନ୍ନକ୍ଷମ ଦିବସରେ ପୁରସ୍କୃତ କରିବା ଘଟଣା ଦୁର୍ନୀତି ଓ ଶୋଷଣକୁ ପ୍ରୋତ୍ସାହିତ କରିବା ସହ ସମାନ ବୋଲି ପ୍ରଦେଶ କଂଗ୍ରେସ କମିଟିର ପ୍ରାକ୍ତନ ମୁଖପାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ପଦ୍ମାକର ଗୁରୁ ସଂଗୀନ ଆରୋପ ଲଗାଇଛନ୍ତି । ସ୍ୱଳ୍ପ ଦରମାରେ ଚାକିରୀ କରିଥିବା ସୁରେଶ କୋଟି କୋଟି ଟଙ୍କାର ସଂପତି କମାଇବା, ଉକ୍ତ ଅନୁଷ୍ଠାନରେ ମଦ୍ୟପାନ ସହ ରାତ୍ରୀଯାପନ ଓ ଯୌନ ନିର୍ଯ୍ୟାତନା, ଦୁର୍ଷ୍କମ ଉଦ୍ୟମ ଘଟଣା ଓ ଅସଦାଚରଣ ପଛରେ ବହୁ ବଡ଼ ବଡ଼ ଲୋକଙ୍କ ନକଲି ଚେହେରାର ଅସଲି ଚିତ୍ରର ପର୍ଦ୍ଦାଫାଶ ନିମନ୍ତେ ନିରପେକ୍ଷ ଓ ସ୍ୱତନ୍ତ୍ର ତଦନ୍ତ କରାଗଲେ ବିଭାଗୀୟ ମନ୍ତ୍ରୀ, ଆୟୋଗ ଅଧ୍ୟକ୍ଷା, ବିଧାୟକ ଅନନ୍ତ ଜେନା ଓ ସରକାରୀ ବାବୁ ଧରାପଡ଼ିବେ ଓ ସେମାନଙ୍କୁ ଅବିଳମ୍ବେ ବହିସ୍କାର କରିବା ପାଇଁ ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ଦୃଢ଼ ଦାବି କରିଛନ୍ତି । ଉଭୟ ମନ୍ତ୍ରୀ ଓ ଆୟୋଗ ଅଧ୍ୟକ୍ଷା ସଂପୂର୍ଣ୍ଣ ମିଛ କହୁଛନ୍ତି ଓ ସେମାନେ ଯେପର୍ଯ୍ୟନ୍ତ ପଦବୀରେ ଥିବେ ଘଟଣାର ସତ୍ୟାସତ୍ୟର ପର୍ଦାଫାସ ହୋଇପାରିବ ନାହିଁ ବୋଲି ପିସିସି ତଥ୍ୟ ଅନୁଧ୍ୟାନକାରୀ କମିଟି ମତବ୍ୟକ୍ତ କରିଛନ୍ତି । ଉକ୍ତ ଘଟଣାରେ ବହୁ ଆଗରୁ ଅନୁଷ୍ଠାନରେ କାର୍ଯ୍ୟରତା ସୁବାସିନୀ ଦେବୀ, ସୁଜାତା ଦେବୀ, ମନୋରମା ଦେବୀ, ପୂର୍ଣ୍ଣ ବାବୁ ଓ ସଂଯୁକ୍ତା ଦେବୀ ପ୍ରମୁଖ ବିଭାଗୀୟ ସଚ୍ଚିବ, ଆୟୋଗ ଅଧ୍ୟକ୍ଷାଙ୍କୁ ସୁରେଶ ବେହେରାଙ୍କ ବିଷୟରେ ଅଭିଯୋଗ କରିଥିଲେ ବି ସେମାନଙ୍କର କଥାକୁ କେହିବି କର୍ଣ୍ଣପାତ କରି ନଥିବା ଦ୍ୱାରା ଅଭିଯୁକ୍ତ ଆଜି ଏପରି କାଣ୍ଡ ଘଟାଇ ଫେରାର ହେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ବିଭାଗୀୟ ମନ୍ତ୍ରୀଙ୍କ ଘରଠାରୁ ୫ଶହ ମିଟର ଓ ମୁଖ୍ୟମନ୍ତ୍ରୀଙ୍କ ନିବାସ ଠାରୁ ୮୦୦ ମିଟର ମଧ୍ୟରେ ଏପରି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ମହାପାତ୍ର ବର୍ଣ୍ଣନା କରିଛନ୍ତି । ୨୪ ଘଂଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ମହାଶୟ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି କଠୋର ପଦକ୍ଷେପ ଗ୍ରହଣ ପୂର୍ବକ ମନ୍ତ୍ରୀ ଶ୍ରୀ ପଣ୍ଡା, ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ଦାସ, ବିଧାୟକ ଶ୍ରୀଯୁକ୍ତ ଜେନା ଓ ଉପ ସଚିବ ଅମ୍ବିକା ପଟ୍ଟନାୟକଙ୍କୁ ବହିସ୍କାର ନକଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଉକ୍ତ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପ୍ରାକ୍ତନ ମୁଖପାତ୍ର ଶ୍ରୀଯୁକ୍ତ ଗୁରୁ ମତବ୍ୟକ୍ତ କରିଛନ୍ତି । ଏହି ତଥ୍ୟ ଅନୁସଂନ୍ଧାନ କମିଟିରେ ସର୍ବଶ୍ରୀ ରଶ୍ମି ମହାପାତ୍ର, ସ୍ୱାଧୀନବାଳା ଦାସ, ପଦ୍ମାକର ଗୁରୁ, ସ୍ୱାଗତିକା ପଟ୍ଟନାୟକ, ନିରୁପମା ପାତ୍ର, ଚୈତାଳି ପଟ୍ଟନାୟକ, କୁସୁମ ପ୍ରଧାନ, ସୁଭଦ୍ରା ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ରଶ୍ମି ମହାପାତ୍ର, ପଦ୍ମାକର ଗୁରୁ, ନିରୁପମା ପାତ୍ର, ସୁବାଷିନୀ ବେହେରା ଓ ରବିନ୍ଦ୍ର କୁମାର ବେହେରା ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top