Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ମମତା-ସିବିଆଇ ମୁହାଁମୁହିଁ : ବିଜେଡି ରଖିଲା ମତ

ଭୁବନେଶ୍ୱର(ଓଡ଼ିଶା ୱେୟାର): ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାଁମୁହିଁ ହେବା ଘଟଣାରେ ବିଜେଡି ଆଜି ମତ ରଖିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଲୋକସଭାରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିବାବେଳେ ଭୁବନେଶ୍ୱରରେ ମୁଖପାତ୍ର ସସ୍ମିତ ପାତ୍ର ଏବଂ ପରେ ନ୍ୟୁଜ୍ ଏଜେନ୍ସି ‘ଏଏନଆଇ’ ମାଧ୍ୟମରେ ଦଳ ନିଜର ମତ ରଖିଛି। ଦଳ ସିବିଆଇର କାର୍ଯ୍ୟଶୈଳୀକୁ ନାପସନ୍ଦ କରି କଡ଼ା ସମାଲୋଚନା କରିଥିବାବେଳେ ମମତା ବାନାର୍ଜୀଙ୍କୁ ସମର୍ଥନ କରେନି ବୋଲି ସ୍ପଷ୍ଟ କରିଛି।
ଆଜି ଲୋକସଭାରେ ଶୂନ୍ୟକାଳରେ ବିଜେଡି ସଂସଦୀୟ ଦଳ ନେତା ଶ୍ରୀ ମହତାବ “ସିବିଆଇର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ସହ ଜଣେ ମୁଖ୍ୟମନ୍ତ୍ରୀ ରାସ୍ତାରେ ବସିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। କିଛି ବ୍ୟକ୍ତିଙ୍କ ସ୍ୱାର୍ଥ ସାଧାନ ପାଇଁ ସିବିଆଇ କାମ କରୁଛି। ପଶ୍ଚିମବଙ୍ଗରେ ଗତକାଲି ଯାହା ଘଟିଲା, ସିବିଆଇର କିଛିବର୍ଷର ଆଚରଣର ଏହା ପ୍ରତିଫଳନ। କେନ୍ଦ୍ର ସରକାର ଶୀଘ୍ର ଏଥିରେ ହସ୍ତକ୍ଷେପ କରନ୍ତୁ ଓ ସମାଧାନର ରାସ୍ତା ଶୀଘ୍ର ବାହାର କରନ୍ତୁ । ସିବିଆଇ ପେଷାଦାର ଅନୁଷ୍ଠାନ ଭଳି କାର୍ଯ୍ୟ କରୁ ବୋଲି ବିଜେଡି ଚାହେଁ।”
ମହତାବଙ୍କ ଏହି ବୟାନର କିଛି ସମୟ ନପୁରୁଣୁ ଦଳର ମୁଖପାତ୍ର ଡଃ ପାତ୍ର ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ଯେ, “ ଆମେ ଏକ ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ର ଓ ସେଠାରେ ପେଷାଦାର ନୀତି ବଜାୟ ରହିବା ଜରୁରୀ। ଏପରିକି ଅତୀତରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ଠିକ ପୂର୍ବରୁ ସିବିଆଇ ଅଚାନକ ସକ୍ରିୟ ହୋଇପଡ଼ିଥିଲା। ଏବେ ସାଧାରଣ ନିର୍ବାଚନ ପୂର୍ବରୁ ଅଣପୋଷାଦାର ଆଚରଣ କରୁଛି, ଯାହାକି ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ।”

ତେବେ ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାଁମୁହିଁ ହେବା ପ୍ରସଙ୍ଗରେ ଦଳର ଏହି ଆଭିମୁଖ୍ୟ ମମତାଙ୍କ ପ୍ରତି ବିଜେଡିର ସମର୍ଥନ ବୋଲି ଗଣମାଧ୍ୟମରେ ପ୍ରଚାର ହେବାପରେ ଦଳ ପୁଣିଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆଗେଇ ଆସିଛି। ନ୍ୟୁଜ ଏଜେନ୍ସୀ ‘ଏଏନଆଇ’ରେ ପ୍ରକାଶିତ ଟ୍ୱିଟରେ ବିଜେଡି ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରି କହିଛି ଯେ “ବିଜେଡି ଦ୍ୱାରା ଦିଆଯାଇଥିବା ବୟାନ ଓଡ଼ିଶା ଓ ଜାତୀୟସ୍ତରରେ ସିବିଆଇ ମୁହାଁମୁହିଁ ହେବା ସମ୍ବନ୍ଧିତ । ଏହି ବୟାନ ଯୋଗୁ କେତେକ ରାଜନୀତିକ ଦଳର ଗୋଷ୍ଠୀ ସହ ବିଜେଡିକୁ ଯୋଡ଼ାଯିବା ଅନୁଚିତ୍ ଓ ଭ୍ରମାତ୍ମକ ।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top