Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମହାନଦୀ ପାଇଁ ହେବ ଟ୍ରିବ୍ୟୁନାଲ

ଭୁବନେଶ୍ୱର : ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ଆଇନଗତ ସମାଧାନ ପାଇଁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଫେଲ୍ ମାରିବା ପରେ ଏକ ଟ୍ରିବ୍ୟୁନାଲ ଗଠନ କରି ମହାନଦୀ ବିବାଦର ସମାଧାନ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ଓ ଏଥିପାଇଁ କ୍ୟାବିନେଟ୍ ଚିଠା ପ୍ରସ୍ତାବ ସରିଛି ବୋଲି କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଡା. ସଞ୍ଜୀବ କୁମାର ବାଲ୍ୟାନ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।
ସାଂସଦ ଏ.ଭି.ସ୍ୱାମୀଙ୍କ ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ବାଲ୍ୟାନ କହିଛନ୍ତି ଯେ ଓଡ଼ିଶା ସରକାର ୨୦୧୬ ନଭେମ୍ବର ୧୧ ତାରିଖରେ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଅଧିନିୟମ,୧୯୫୬ର ଧାରା ୩ ଆଧାରରେ ମହାନଦୀ ଜଳ ବିବାଦ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ସହିତ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି ଜଣାଇଥିଲା । ତେବେ ଓଡ଼ିଶାର ଦାବିକୁ ବିଚାରକୁ ନେଇ ପ୍ରଚଳିତ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଅଧିନିୟମ-୧୯୫୬ର ଧାରା ୪ ଅନୁସାରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ, ମହାନଦୀ ପ୍ରବାହିତ ସମସ୍ତ ରାଜ୍ୟ, କେନ୍ଦ୍ରୀୟ ଜଳ ଆୟୋଗ, ଭାରତୀୟ ପାଣିପାଗ ବିଭାଗ ଓ ଜାତୀୟ ଜଳ ବିଜ୍ଞାନ ସଂସ୍ଥାନର ସଦସ୍ୟଙ୍କୁ ସାମିଲ କରି ୨୦୧୭ ଜାନୁୟାରୀ ୧୯ ତାରିଖରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଏକ ବୁଝାମଣା କମିଟି ଗଠନ କରିଥିଲେ । ଏହି କମିଟିର ବୈଠକ ୨୦୧୭ ଫେବୃୟାରୀ ୨୮ ଓ ମେ’ ୨୨ତାରିଖରେ ବସିଥିଲେ ମଧ୍ୟ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ଯୋଗ ଦେଇନଥିଲେ । ତେଣୁ ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ହୋଇପାରିବ ନାହିଁ ବୋଲି ଜଳସମ୍ପଦ ମନ୍ତ୍ରଣାଳୟ ଅନୁଭବ କରିଥିଲେ । ବିବାଦର
ଆଇନଗତ ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ଗଠନ ନିମନ୍ତେ ନିଷ୍ପତି ହୋଇଛି । ଏ ସମ୍ବନ୍ଧରେ କ୍ୟାବିନେଟ୍ ଚିଠା ପ୍ରସ୍ତାବ ମଧ୍ୟ ପ୍ରସ୍ତୁତ କରାଯାଇସାରିଛି ବୋଲି ଡା. ବ୍ୟାଲାନ କହିଛନ୍ତି । ଏହା ବ୍ୟତୀତ ଏ ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ଏକ ମାମଲା ରୁଜୁ କରିଛନ୍ତି । ଯାହାର ଶୁଣାଣି ଅଗଷ୍ଟ ୨ତାରିଖରେ କରିବା ପାଇଁ ସୁପ୍ରିମକୋର୍ଟ ଦନ ଧାର୍ଯ୍ୟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top