Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମହିଳାଙ୍କୁ ବିଧାନସଭାରେ ପ୍ରତିନିଧିତ୍ୱରେ ଓଡ଼ିଶା ଅଷ୍ଟମ: ବିଜେଡି ପୁଣି ଖେଳିଲା ମହିଳା କାର୍ଡ?

ଭୁବନେଶ୍ୱର,(ଓଡ଼ିଶା ୱେୟାର):: ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିଥିବା ବିଜେଡି ଏବେ ପ୍ରାୟ ୨ବର୍ଷ ପରେ ପୁଣିଥରେ ମହିଳାଙ୍କୁ ସଂରକ୍ଷଣ କଥା ଉଠାଇଛି । ଦଳର ୨୪ତମ ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେଡିର ଭବିଷ୍ୟତ କାର୍ଯ୍ୟପନ୍ଥା ବଦଳରେ ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗକୁୁ ବିଜେଡି ଏକ ଆନ୍ଦୋଳନର ରୂପ ଦେବ ବୋଲି କହିବା ପରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ରାଜ୍ୟରେ ମହିଳା ଓ ନାବାଳିକା ନିର୍ଯାତନା ଘଟଣା ବୃଦ୍ଧି ପାଉଥିବାବେଳେ ମହିଳାଙ୍କ ହକ୍ ସପକ୍ଷରେ ବିଜେଡି ସୁପ୍ରିମୋ ଆନ୍ଦୋଳନ ପାଇଁ ସଜବାଜ ହେବା ନିମନ୍ତେ ଦଳୀୟ କର୍ମୀଙ୍କୁ ସନ୍ଦେଶ ଦେବାକୁ ପଛାଇ ନାହାନ୍ତି । ଯଦିଓ ବିଜେଡି ଉଭୟ ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି କରୁଛି ତଥାପି ବିଧାନସଭାରେ ମହିଳାଙ୍କୁ ପ୍ରତିନିଧିତ୍ୱ ଦେବାରେ ଓଡ଼ିଶା ଏବେ ଅଷ୍ଟମ ସ୍ଥାନରେ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ମହିଳା ସଶକ୍ତିକରଣ ପାଇଁ ବିଜୁ ପଟ୍ଟନାୟକ କରିଥିବା ୩୩% ସଂରକ୍ଷଣ ବ୍ୟବସ୍ଥା ଓ ତାଙ୍କ ସରକାର ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବା କଥା କହିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ମଧ୍ୟ ଦେଇଥିଲା । ଏବେ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସିଟ୍ ମହିଳାଙ୍କ ନିମନ୍ତେ ସଂରକ୍ଷଣ ପାଇଁ ବିଜେଡି ଲଢ଼େଇ କରୁଛି । ଆଗାମୀ ଦିନରେ ପ୍ରତ୍ୟେକସ୍ତରରେ ଏହି ପ୍ରସଙ୍ଗ ଉଠାଇ ଏହାକୁ ଆନ୍ଦୋଳନର ରୂପ ଦେବ ବୋଲି କହିବା ସହ ଜାତୀୟ ଦଳଗୁଡ଼ିକ ନିର୍ବାଚନବେଳେ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପରବର୍ତ୍ତୀ ସମୟରେ ଭୁଲି ଯାଉଛନ୍ତି କହି କଟାକ୍ଷ ମଧ୍ୟ କରିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ସାଧାରଣ ନିର୍ବାଚନ ସରିବାର ପ୍ରାୟ ଦେଢ଼ବର୍ଷରୁ ଅଧିକ ସମୟ ଧରି ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ଚୁପ୍ ଥିବା ବିଜେଡି ଅଚାନକ ପୁଣିଥରେ ମହିଳା କାର୍ଡ ଖେଳିଲା କାହିଁକି? ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ୨୦୧୮ ନଭେମ୍ବର ୨୦ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ଗୃହୀତ କରିଥିବା ଶାସକ ବିଜେଡି ୨୦୧୯ ମାର୍ଚ୍ଚ ମାସରେ ସମାନ ପ୍ରସଙ୍ଗରେ ବିଭିନ୍ନ ରାଜନୀତିକ ଦଳର ମୁଖ୍ୟଙ୍କୁ ଭେଟି ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ପ୍ରବର୍ତ୍ତାଇବା ଓ ନିଜେ ନବୀନ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗକୁ ଜାତୀୟସ୍ତରକୁ ନେଇଥିଲେ ।
ରାଜନୀତିକ ବିଶ୍ଲେଷକଙ୍କ ମତରେ ରାଜ୍ୟରେ ମହିଳା ଓ ନାବାଳିକା ନିର୍ଯାତନାକୁ ନେଇ ପ୍ରତିକୂଳାତ୍ମକ ରିପୋର୍ଟ ବିଜେଡି ସରକାର ଓ ଆଇନଶୃଙ୍ଖଳା ପରିସ୍ଥିତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତା’ଛଡ଼ା ବିଜେପି ଏବେ ପରୀ ପ୍ରସଙ୍ଗକୁ ଯେଭଳି ଭାବେ ମାସାଧିକ କାଳ ଧରି ରଖିଛି ଓ ଆଗାମୀ ଦିନରେ ନାବାଳିକା ନିଖୋଜ ପ୍ରସଙ୍ଗକୁ ନେଇ ଗାଁ ଗାଁରେ ଆନ୍ଦୋଳନ କରିବାକୁ ଧମକ ଦେଇଛି ତାକୁ ପ୍ରତିହତ କରିବା ନିମନ୍ତେ ବିଜେଡି ପୁଣିଥରେ ମହିଳା କାର୍ଡ ଖେଳିଛି । ଯଦିଓ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଏଭଳି କରିଥିବା ଅନ୍ୟ କେତେକ ମତ ଦେଉଛନ୍ତି ମାତ୍ର ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ବିଜେଡି ପୂର୍ବରୁ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେଇସାରିଥିବାରୁ ଏବେ ସେହି କାର୍ଡ ଖେଳିବା ବିଶେଷ ଗୁରୁତ୍ୱ ବହନ କରୁନି । ତା’ଛଡ଼ା ରାଜ୍ୟର ୮୦ଲକ୍ଷ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଭୁକ୍ତ କରି କ୍ଷମତାସୀନ ବିଜେଡି ଏହାକୁ ନିଜର ଭୋଟବ୍ୟାଙ୍କ ଭାବେ ବିବେଚନା କରୁଛି । କିନ୍ତୁ ବିଜେପି ଏବେ ସେଥିରେ ଛିଦ୍ର କରିବାରେ ଲାଗିଲାଣି ।
ସେହିପରି ଓଡ଼ିଶା ବିଧାନସଭାରେ ଏବେ ମହିଳା ବିଧାୟିକାଙ୍କ ସଂଖ୍ୟା ୧୫ ଥିବାବେଳେ ସେଥିରେ ବିଜେପିର ଜଣେ ସଦସ୍ୟ ଓ ବାକି ସମସ୍ତେ ବିଜେଡିର । ବିଧାନସଭାରେ ମୋଟ ଆସନର ୧୦.୨ ପ୍ରତିଶତ ମହିଳା ପ୍ରତିନିଧି ହୋଇଥିବାବେଳେ ହରିଆଣା ଓ ଛତିଶଗଡ଼ରେ ସର୍ବାଧିକ ୧୪.୪୪%, ପଶ୍ଚିମବଙ୍ଗରେ ୧୩.୬%, ବିହାରରେ ୧୧.୯୩%, ରାଜସ୍ଥାନରେ ୧୧.୫୦%. ଆନ୍ଧ୍ରପ୍ରଦେଶରେ ୧୧.୪୨% , ଦିଲ୍ଲୀରେ ୧୧.୪୦% ଓ ଝାଡ଼ଖଣ୍ଡରେ ୧୧.୧୧ ପ୍ରତିଶତ ମହିଳା ବିଧାୟିକା ଅଛନ୍ତି ।
ଦୀର୍ଘ ୨୦ବର୍ଷ ଧରି କ୍ରମାଗତ କ୍ଷମତାରେ ଥିବା ବିଜେଡି ଏବେ ମହିଳା କାର୍ଡ ଖେଳୁଥିଲେ ମଧ୍ୟ ମହିଳାଙ୍କୁ ବିଧାନସଭାରେ ପ୍ରତିନିଧିତ୍ୱ କରିବାର ଆଖିଦୃଶିଆ ସୁଯୋଗ ଦେବାରେ ବିଫଳ ହୋଇଛି । ଏବେ ସରକାରର ମହିଳା ଓ ନାବାଳିକା ହିଂସାବୃଦ୍ଧି ଯୋଗୁ ବଢ଼ୁଥିବା ପ୍ରତିକୂଳ ଛବିକୁ ସୁଧାରିବା ପାଇଁ ମହିଳା କାର୍ଡ ଖେଳିଥିବା ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top