ପୁରୀ, ଓଡ଼ିଶା ୱେୟାର:ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। । ବଳଗଣ୍ଡିସ୍ଥିତ ମାଉସୀ ମା’ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ସୂଚନା ମିଳିଛି ।
ବିଳମ୍ବିତ ରାତିରେ ତାଲା କାଟି, ଆଲମିରା ଓ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି। ଚୋରି ନେଇ କୁମ୍ଭାରପଡ଼ା ଥାନାରେ ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି । ତେବେ କେତେ ପରିମାଣର ଚୋରି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।


