Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମାଙ୍ଗାଲୁର ବିମାନ ବନ୍ଦରରୁ ସୁନା ଜବତ

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁର ବିମାନ ବନ୍ଦରରୁ ୧.୧୮ କୋଟି ଟଙ୍କାର ସୁନା ଜବତ ହୋଇଛି। ତିନି ଯାତ୍ରୀଙ୍କ ପାଖରୁ କଷ୍ଟମ ବିଭାଗ ଏହି ସୁନା ଜବତ କରିଛି। ଏହି ତିନି ଯାତ୍ରୀ ଭିନ୍ନ ଭିନ୍ନ ବିମାନରେ ଆସିଥିବା ଜଣାପଡ଼ିଛି। କଷ୍ଟମ୍ସ ବିଭାଗର ଅଧିକାରୀ କହିଛନ୍ତି ଯେ ଶନିବାର ତିନୋଟି ଭିନ୍ନ ଭିନ୍ନ ଘଟଣାରେ ମୋଟ୍ ୧.୧୮ କୋଟି ଟଙ୍କାର ସୁନା ଜବତ ହୋଇଛି। ପ୍ରଥମେ କେରଳର କାସରଗୋଡରୁ ଆସିଥିବା ଦୁଇ ଯାତ୍ରୀଙ୍କୁ ଅଟକାଇ କଷ୍ଟମ ବିଭାଗ ଖାନତଲାସି କରିଥିଲା ଆଉ ଚୋରା ସୁନା ଜବତ କରାଯାଇଥିଲା। ମୋଟ୍ ୨୬ ଲକ୍ଷ ଟଙ୍କାର ସୁନା ଏହି ଦୁଇ ଯାତ୍ରୀଙ୍କ ପାଖରୁ ଜବତ ହୋଇଥିଲା ବୋଲି କଷ୍ଟମ ଅଧିକାରୀ କହିଛନ୍ତି। ଏହି ଦୁଇ ଯାତ୍ରୀ କେରଳର ବୋଲି ଜଣାପଡ଼ିଛି।

ଏହାପରେ ଶନିବାର ଉଲାଲରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇ ସୁନା ଜବତ କରିଛି କଷ୍ଟମ ବିଭାଗ। ଜବତ ହୋଇଥିବା ସୁନାର ମୂଲ୍ୟ ୯୨.୨୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ମୋଟ୍ ତିନି ଯାତ୍ରୀଙ୍କ ପାଖରୁ ୧.୧୮ କୋଟି ଜବତ ହୋଇଛି। ଏହି ତିନି ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଆସିଥିବା ଜଣାପଡ଼ିଛି। କଷ୍ଟିମ ଅଧିକାରୀ ତିନି ସୁନା ଚୋର ଅଭିଯୁକ୍ତକୁ ଅଟକ ରଖିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏବେ ପୁଲିସ ଏହି ତିନି ଜଣଙ୍କୁ ପଚରାଉଚରା କରି ମୁଖ୍ୟ କାର୍ପଟଦାର ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ସୁନା ଚୋରା ଚାଲାଣ ମାମଲା ବୃଦ୍ଧି ପାଇଛି। ଗତ ଜାନୁଆରୀ ୩୧ରେ ଚେନ୍ନାଇ ବିମାନବନ୍ଦରରୁ କଷ୍ଟମ ବିଭାଗ ୭ ଜଣ ଯାତ୍ରୀଙ୍କୁ ଅଟକାଇ ୪.୧୫ କିଲୋଗ୍ରାମର ସୁନା ଜବତ କରିଥିଲା ଏହି ସୁନାର ଦାମ ୨.୧୭ କୋଟି ଟଙ୍କା ବୋଲି ଜଣାପଡ଼ିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top