Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମାର୍ଚ୍ଚ ୧ରେ ସଚିବାଳୟ ଘେରାଉ: ସୁର

ଭୁବନେଶ୍ୱର(ଓଡ଼ିଶା ୱେୟାର): ନିଜର ଭିଟାମାଟି ପାଇଁ ଜଟଣୀ ଅଂଚଳର ୧୩ଟି ଗାଁର ଲୋକେ ଆସନ୍ତା ମାର୍ଚ୍ଚ ୧ତାରିଖରେ ସଚିବାଳୟ ଘେରାଉ କରିବେ ବୋଲି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ୨୦୧୨ ମସିହାରେ ଜଣେ ସେଟେଲମେଂଟ ଅଫିସରଙ୍କ ଭୁଲ୍ ଯୋଗୁ ଏବେ ତା’ର ଫଳ ୧୩ଟି ଗାଁର ବାସିନ୍ଦାଙ୍କୁ ଭୋଗିବାକୁ ପଡ଼ୁଛି । ଶହଶହ ବର୍ଷ ଧରି ସେହି ପୈତୃକ ସ୍ଥିତିବାନ ସମ୍ପତ୍ତି ଉପରେ ୧୩ଟି ଗାଁ ଲୋକେ ଏବେ ନିଜର ଅଧିକାର ହରାଇ ବସିଛନ୍ତି । ଗତ ୯ବର୍ଷ ଧରି ସରକାରଙ୍କୁ ବାରମ୍ବାର କହିବା ସତ୍ତ୍ୱେ ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ଶ୍ରୀ ରାଉତରାୟ କହିଛନ୍ତି । ପୈତୃକ ସ୍ଥିତିବାନ ଭୂସମ୍ପତ୍ତିକୁ ଭୁଲବଶତଃ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଦେବା ପରେ ଜଟଣୀ ମ୍ୟୁନିସିପାଲିଟି ଓ ତାର ପାଶ୍ୱର୍ବର୍ତୀ ୧୩ଟି ଗ୍ରାମ ଯଥା ବେରୁଆଁ, ଭଁସର, ବାଇରଙ୍ଗ, ହରିରାଜପୁର, ବୁଢ଼ାପଡ଼ା,ନିରଞ୍ଜନପୁର, କନ୍ତିଆ, ରଥିପୁର, କୁଶମାଟି, ଛଣଘର, କୁଦିଆରି, ରାମଚନ୍ଦ୍ରପୁର ଗାଁର ୧ ଲକ୍ଷ ୭୨ ହଜାର ଲୋକ ୯ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶ୍ରୀଜଗନ୍ନାଥଙ୍କ ନାମରେ ପୌତୃକ ଭୂସଂପତି ଭୁଲବଶତଃ ପରିବର୍ତ୍ତିତ ହୋଇଯିବା ଯୋଗୁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କର କୌଣସି ଉନ୍ନତିମୂଳକ ଯୋଜନାର ଅର୍ଥ ଏହି ସବୁ ଗାଁରେ ଥିବା ସ୍କୁଲ ଘର, ଖେଳ ପଡ଼ିଆ, ଡାକ୍ତରଖାନା, ରାସ୍ତାଘାଟ, ପାଠାଗାର, କମ୍ୟୁନିଟି ସେଂଟର, ଭାଗବତ ଟୁଙ୍ଗି, ମଶାଣୀ ପ୍ରଭୃତି କୌଣସି କାର୍ଯ୍ୟରେ ବିନିଯୋଗ ହୋଇପାରୁନାହିଁ । ଏପରିକି ପିଲାଙ୍କ ପାଠପଢ଼ା,ବାହାଘର,ବ୍ରତଘର କି ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ପାଇଁ ନିଜର ଜମିକୁ ମଧ୍ୟ ବିକ୍ରି କରିବା ସମ୍ଭବପର ହେଉନି । ୨୦୧୨ ମସିହା ପୂର୍ବରୁ ଏଠିକାର ଜମିଜମା, ଘରଡିହ ଯେଉଁ ସ୍ଥିତିରେ ଥିଲା ସେହିଭଳି ସ୍ଥିତିକୁ ଆଣିବା ପାଇଁ ବାରମ୍ବାର ସରକାରଙ୍କ ନିକଟରେ ଅନୁରୋଧ ଏବଂ ବିଧାନସଭାରେ ପ୍ରଶ୍ନ ଉଠାଇଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ ଟି ସଚିବ, ଉନ୍ନୟନ କମିଶନରଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏହି ସମସ୍ୟା ସେମାନଙ୍କର ନଜରକୁ ଅନେକ ଥର ଆଣିଥିଲେ ମଧ୍ୟ ତା’ର କୌଣସି ସମାଧାନ ବାହାରୁ ନାହିଁ । ସମସ୍ୟାର ସମାଧାନ ନହେଲେ ନବୀନ ନିବାସ ଆଗରେ ସମୂହ ଆତ୍ମାହୁତି ଦେବୁ ବୋଲି ଘୋଷଣା କରିବା ପରେ ରାଜ୍ୟ ସରକାର ଏ ସମସ୍ୟାର ସମାଧାନ ପାଇଁ ଏକ ଅସ୍ଥାୟୀ କୋର୍ଟ ସ୍ଥାପନ କଲେ । ମାତ୍ର ଏହି କୋର୍ଟ ଏବେ କହୁଛନ୍ତି ଯେ ଏଥିରେ କ୍ଷତିଗ୍ରସ୍ତ ସମସ୍ତ ବ୍ୟକ୍ତି କୋର୍ଟଙ୍କ ନିକଟରେ ଜଣ ଜଣ କରି ଦରଖାସ୍ତ କରିବେ । ମାତ୍ର ଆମର ଦାବି ଯେ, ଯେଉଁ ଗୋଟିଏ ନିର୍ଦ୍ଦେଶରେ ଆମ ସମସ୍ତଙ୍କର ଭୂସମ୍ପତ୍ତି ଜଗନ୍ନାଥଙ୍କ ନାମରେ ପରିବର୍ତିତ ହୋଇଗଲା ସେହିପରି ଗୋଟିଏ ଅର୍ଡର କରାଯାଇ ଉକ୍ତ ଭୂସମ୍ପତ୍ତିର ମାଲିକାନା ସତ୍ତ୍ୱକୁ ସଂଶୋଧନ କରାଯାଉ । ତେଣୁ ସରକାର ଯଦି ଏକଥାକୁ ବିଚାରକୁ ନନିଅନ୍ତି ତା’ହେଲେ ଆସନ୍ତା ମାର୍ଚ୍ଚ ପହିଲାରେ ନିଜର ପୈତୃକ ଭିଟାମାଟି ପାଇଁ ଏହି ୧୩ଟି ଗାଁର ଲୋକେ ସଚିବାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେତେବେଳେ ଯାହା ପରିସ୍ଥିତି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ବିଶ୍ୱଜିତ୍ ଦାସ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ମନ୍ମଥ ରାଉତରାୟ, ଅଶୋକ ମଙ୍ଗରାଜ, ସଂଗ୍ରାମ ରାଉତରାୟ, ପ୍ରମୋଦ ହରିଚନ୍ଦନ, ଧନେଶ୍ୱର ରାଉତରାୟ, ବୃନ୍ଦାବନ ସାହୁ, ମାନସ ଆଚାର୍ଯ୍ୟ, ନୌସର ଅଲ୍ଲୀ, ମୋଷୁ ପରିଜା, ଜୟକୃଷ୍ଣ ମଲିଆ, ପ୍ରକାଶ ଜେନା, କଳିଙ୍ଗ ସାହୁ, କୋଇଲି ସୁବୁଦ୍ଧି, ବିବି ବଡଜେନା, ରଂଜିତ ପାତ୍ର, ସ୍ୱାଗତ କର, ହୁସେନ୍ ରାୟ, ପ୍ରକାଶ ମିଶ୍ର, ଅନନ୍ତ ବେହେରା, ଜଟାଧାରୀ ପ୍ରଧାନ, ବିଷ୍ଣୁ ସାହୁ, ସୁଧାଂଶୁ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ନିକୁଞ୍ଜ ରାଉତରାୟ, ସୁକାନ୍ତ ମହାନ୍ତି, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ମନୋରଞ୍ଜନ ବଟୁ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top