Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମାଲକାନଗିରି ଏସପି ଓ ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ୱେୟାର): ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ସୁପରିକଳ୍ପିତ ହତ୍ୟାକାଣ୍ଡ ମାମଲାରେ ଜିଲ୍ଲା ଏସପି ଓ ସ୍ଥାନୀୟ ଆଇସିସିଙ୍କୁ ତୁରନ୍ତ ବଦଳି ନିମନ୍ତେ ବିଜେପି ଦାବି କରିଛି ।
ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ପୁଲିସ ଡିଜିଙ୍କୁ ଭେଟି ସ୍ମାରକପତ୍ର ଦେବା ସହ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ଏହି ହତ୍ୟା ଘଟଣାରେ ଏତାଲା ରଖିବାରେ ବିଳମ୍ବ କରିଥିବା ଯୋଗୁ ଆଇଆଇସି ଓ ଜିଲ୍ଲା ଏସପିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଡିଜିପିଙ୍କ ପାଖରେ ଦାବି କରାଯାଇଛି । ଶ୍ରୀ ମାଝୀ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ମାଲକାନଗିରି ଏସଡିଜେଏମ କୋର୍ଟ ଜିଲ୍ଲାପ।।ଳଙ୍କ ସମେତ ୪ ଜଣ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ପୁଲିସ ପରିବାର ଲୋକଙ୍କ ଏତାଲା ରଖିଛିା ଏହି ଘଟଣାରେ ଜିଲ୍ଲାପାଳଙ୍କ ସଂପୃକ୍ତି ଥିବା ଯୋଗୁଁ ଜିଲ୍ଲା ଏସପି ଏହାକୁ ରଫାଦଫା କରିବା ପାଇଁ ପରିବାର ଲୋକଙ୍କ ଉପରେ ଚାପ ପକାଇ ପାରନ୍ତିା ପୂର୍ବରୁ ଜିଲ୍ଲା ଏସପି ଏବଂ ଆଇଆଇସି ଏତାଲା ଗ୍ରହଣ କରିନଥିବାବେଳେ ଏବେ ଏହି ଘଟଣାକୁ ଭିନ୍ନ ମୋଡ଼ ଦେଇ କେସକୁ ବନ୍ଦ କରିବା ପାଇଁ ଯୋଜନା କରୁଛନ୍ତିା ଏଣୁ ତୁରନ୍ତ ଜିଲ୍ଲା ଏସପି ଓ ଆଇଆଇସିଙ୍କୁ ବଦଳି କରାଗଲେ ଏହି ମାମଲାର ନିରପେକ୍ଷ ତଦନ୍ତ ସମ୍ଭବପର ହୋଇପାରିବ ।
ଏହି ପ୍ରତିନିଧି ଦଳରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ କଟକ ଜିଲ୍ଲା ବିଜେପି ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତି ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top