Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମାଡ଼ି ଆସୁଛି ‘ଫୋନି’, ୩ରେ ଛୁଇଁବ ଓଡ଼ିଶା ଉପକୂଳ

ଭୁବନେଶ୍ୱର(ଓଡ଼ିଶା ୱେୟାର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ଆଜି ସନ୍ଧ୍ୟାରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରୁ ‘ଅତ୍ୟନ୍ତ ଭୟଙ୍କର ସାମୁଦ୍ରିକ ଝଡ଼’ର ରୂପ ଧାରଣ କରିଛି। ଏହି ସାମୁଦ୍ରିକ ଝଡ଼ ଏବେ ପୁରୀଠାରୁ ୭୦୦କିମି ଦୂର ଦକ୍ଷିଣରେ ରହିଥିବାବେଳେ ଏହା ଘଣ୍ଟାପ୍ରତି ୨୨କିମି ବେଗରେ ଓଡ଼ିଶା ଉପକୂଳ ଆଡ଼େ ମାଡ଼ି ଆସୁଛି। ଏହା ଆସନ୍ତା ୩ତାରିଖ ଅପରାହ୍ନରେ ଗୋପାଳପୁରରୁ ଚାନ୍ଦିପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ୨ତାରିଖରୁ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ଘଣ୍ଟାପ୍ରତି ୮୫ କିମି ପର୍ଯ୍ୟନ୍ତ ବେଗରେ ପବନ ବୋହିବାର ଆଶଙ୍କା ରହିଛି। ଫୋନିର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଗୁଆ ୩୪୧କୋଟି ଟଙ୍କା ସହାୟତା ଦେଇଥିବାବେଳେ ଓଡ଼ିଶା ୨ଟି ହେଲିକପ୍ଟର ଓ ଅତିରିକ୍ତ ଏନଡିଆରଏଫ୍ ଟିମ୍ ପଠାଇବାକୁ ଅନୁରୋଧ କରିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ନିମନ୍ତେ ଆଜି ସ୍ୱତନ୍ତ୍ର ବାତ୍ୟା ବୁଲେଟିନ୍ ଜାରି କରାଯାଇଛି। ସାମୁଦ୍ରିକ ଝଡ଼ ‘ଫୋନି’ ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ୨୦୫ କିମିରେ ପହଞ୍ôଚବାର ସମ୍ଭାବନା ରହିଛି। ତେବେ ୩ତାରିଖ ସକାଳୁ ଘଣ୍ଟାପ୍ରତି ୧୭୫ରୁ ୧୮୫କିମି ପବନ ବୋହିବ। ‘ଫୋନି’ର ପ୍ରଭାବରେ ମଇ ୨ତାରିଖର ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ଓ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମଇ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ମଇ ୪ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ‘ଫୋନି’ ସ୍ଥଳଭାଗ ଛୁଇଁବାବେଳେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସମୁଦ୍ର ଜୁଆର ପ୍ରାୟ ଦେଢ଼ ମିଟର ଉଚ୍ଚତାରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସିବ। ‘ଫୋନି’ ପ୍ରଭାବରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କଚ୍ଚା ଘରଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେବା ସହ ପୁରୁଣା କୋଠାଘର ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବିଦ୍ୟୁତ ଖୁଣ୍ଟ ଓ ଯୋଗାଯୋଗ ସେବା ବ୍ୟାହତ ହେବା ସହ ରେଳ ଓ ସଡ଼କ ମାର୍ଗରେ ଚଳପ୍ରଚଳ ବାଧାପ୍ରାପ୍ତ ହେବ। ନଡ଼ିଆ ଓ ତାଳ ଗଛ ଗୁଡ଼ିକ ଭାଙ୍ଗି ପଡ଼ିବା ସହ ବଡ଼ବଡ଼ ଗଛ ମଧ୍ୟ ଉପୁଡ଼ିବାର ଆଶଙ୍କା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ଉପରେ ବାରଣ କରାଯାଇଥିବାବେଳେ ସମୁଦ୍ର କୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଜାରି କରାଯାଇଛି। ଟ୍ରେନ ଓ ସଡ଼କ ଯାତାୟତକୁ ସାମୟିକ ନିଲମ୍ବିତ କରିବା ସହ ଲୋକଙ୍କୁ ବାତ୍ୟା ସମୟରେ ଘରୁ ନବାହାରିବା ପାଇଁ କୁହାଯାଇଛି। ଡଙ୍ଗା ଓ ବୋଟ୍ ଚଳପ୍ରଚଳ ନକରିବାକୁ ପରାମର୍ଶ ଦିଆଯାଇଛି।
ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ‘ଫୋନି’ ମୁକାବିଲାକୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ବସିଥିଲା। ରାଜ୍ୟ ସରକାର ‘ଫୋନି’ର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବା ସହ ସମୁଦ୍ର କୂଳ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାର କାର୍ଯ୍ୟ ଆରମ୍ଭ ନିମନ୍ତେ ମାଇକ୍ ଯୋଗେ ପ୍ରଚାର କରାଇଛନ୍ତି। ୨ତାରିଖରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା, ବର୍ଷା ଓ ବନ୍ୟା ସ୍ଥିତିରେ ଲୋକମାନଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ସହ ସେଠାରେ ଖାଦ୍ୟ, ଔଷଧ, ଜେନେରେଟେର ଓ ଆବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ବାତ୍ୟା ଆଶ୍ରୟସ୍ଥଳୀ ସହ ୫୦ଜଣ ଲେଖାଏ ସ୍ୱେଚ୍ଛାସେବୀଙ୍କୁ ସଂଯୁକ୍ତ କରାଯାଇଛି ତଥା ବିଡିଓ ଓ ନୋଡାଲ ଅଫିସରମାନେ ସେମାନଙ୍କ ସହ ସିଧାସଳଖ ସମ୍ପର୍କ ରଖିବେ। ରାଜ୍ୟରେ ୨୦ଟି ଓଡ୍ରାଫ ଟିମ୍ ଓ ୧୮ଟି ଏନଡିଆରଏଫ୍ ଟିମକୁ ମୁତୟନ କରାଯାଇଛି। ଅଗ୍ନିଶମ ବାହିନୀକୁ ମଧ୍ୟ ସ୍ୱତନ୍ତ୍ର ଉପକରଣ ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ଫୋନି ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି। କ୍ଷୟକ୍ଷତି କମାଇବା ପାଇଁ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଫୋନି ନିମନ୍ତେ ସତର୍କ ରହିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ୨ତାରିଖରେ ଗଜପତି, ଗଞ୍ଜାମ, ପୁରୀ, କୋର୍ଦ୍ଧା, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ହଳଦିଆ ୱାର୍ଣ୍ଣିଂ ମେସେଜ୍ ଜାରି କରାଯାଇଥିବାବେଳେ ୩ ତାରିଖରେ ପୁରୀ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top