Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଅଙ୍ଗନୱାଡ଼ି କର୍ମୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶା ସରକାରଙ୍କ ନିକଟରେ ଦୀର୍ଘ ୩୦ବର୍ଷ ଧରି ବିଭିନ୍ନ ଦାବି କରିଆସୁଥିବା ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାରକୁ ନେଇ ବଡ଼ ଘୋଷଣା ଜରିଆରେ ୬ ହଜାର ଟଙ୍କାରୁ ଭତ୍ତା ବୃଦ୍ଧି କରି ୭୫୦୦ ଟଙ୍କା ଘୋଷଣା, ଚାକିରିରେ ଅବସର ବୟସସୀମା ୬୦ରୁ ୬୨କୁ ବୃଦ୍ଧି କରିବା, ପଦୋନ୍ନତି ୩୦ ଭାଗରୁ ୫୦ ଭାଗକୁ ବୃଦ୍ଧି କରିବା, ଅବସର ସମୟରେ ୨୦ ହଜାର ଟଙ୍କା ପ୍ରଦାନ କରିବା, ୧୫ଦିନ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ ଆଦି ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୬ମାସ ମଧ୍ୟରେ ରାଜ୍ୟ ସରକାର ଦୁଇଥର ଭତ୍ତା ବୃଦ୍ଧି କରିବା ଭାରତବର୍ଷରେ ଏକ ବିରଳ ପଦକ୍ଷେପ ସ୍ୱରୂପ ପ୍ରତିପାଦିତ ହୋଇଛି ।
ଆଜି ଅଲ୍‍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ପକ୍ଷରୁ ୟୁନିଟ୍‍-୬ ଠାରୁ ଏକ ବିଶାଳ ଶୋଭାଯାତ୍ରା ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ଓ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ ସୁବାସ ସିଂହ, ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି ସଂଘ ସଭାପତି ପ୍ରଶାନ୍ତ ପାଢ଼ୀ, ସଂପାଦିକା ମଞ୍ଜୁଲତା ଦାସ, କୋଷାଧ୍ୟକ୍ଷ ସୁଶ୍ରୀ ସଂଗୀତା ମହାପାତ୍ର, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜୁ ମହିଳା ଜନତା ଦଳ ଉପ-ସଭାନେତ୍ରୀ ସଂଯୁକ୍ତା ମହଲ, ସାଧାରଣ ସଂପାଦିକା ସୁଲତା ଦେଓଙ୍କ ନେତୃତ୍ୱରେ ନବୀନ ନିବାସ ସମ୍ମୁଖରେ ପହଞ୍ôଚଥିଲା । ଏଥିରେ ୩୦ଟି ଜିଲ୍ଲାରୁ ହଜାର ହଜାର କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସଂଗେ ସଂଗେ କୃତଜ୍ଞତା ଜ୍ଞାପନ ଜଣାଇବା ପାଇଁ ଜିନ୍ଦାବାଦ ଓ ହୁଳହୁଳିରେ ନବୀନ ନିବାସ ପରିବେଶ ପ୍ରକମ୍ପିତ ହୋଇଥିଲା ।
ଶିଶୁ ଖାଦ୍ୟ ପ୍ରଦାନ ଓ ଅନ୍ୟାନ୍ୟ କ୍ଷେତ୍ରରେ କେନ୍ଦ୍ରର ଅବିଚାରକୁ ସାମ୍ମୁଖ୍ୟ ତୀବ୍ର ସମାଲୋଚନା କରି କହିଛି, କେନ୍ଦ୍ର ସରକାର ମହିଳା ଓ ଶିଶୁବିକାଶ ବିଭାଗରୁ ବ୍ୟୟବରାଦ କମାଇବା, ୬୦:୪୦ ଅନୁପାତରେ ଅର୍ଥ ରାଜ୍ୟକୁ ପ୍ରଦାନ ନକରିବା, କର୍ମୀ ଓ ସହାୟିକାମାନଙ୍କୁ ସରକାରୀ ଓ ଶ୍ରମିକର ମାନ୍ୟତା ପ୍ରଦାନ ନକରିବା, କେନ୍ଦ୍ର ସରକାର ନିର୍ଦ୍ଧାରଣ କରୁଥିôବା ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା ପ୍ରଦାନ ନକରିବା ସହ ଦେଶର ୨୫ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାକୁ ପ୍ରତାରିତ କରିଆସୁଛନ୍ତି । ଓଡ଼ିଶା ସରକାର ୭୫୦୦ ଟଙ୍କା ମଧ୍ୟରୁ ୪୮୦୦ ଟଙ୍କା ପ୍ରଦାନ କରୁଛନ୍ତି । କେନ୍ଦ୍ର ସରକାର ମାତ୍ର ୨୭୦୦ ଟଙ୍କା ତାଙ୍କ ଅଂଶ ବାବଦରେ ପ୍ରଦାନ କରୁଛନ୍ତି । ଯଦି କେନ୍ଦ୍ର ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରୁଥାନ୍ତେ ତେବେ ଏହି ଭତ୍ତା ରାଶି ୧୦ ହଜାର ଟଙ୍କାରେ ପହଞ୍ôଚପାରନ୍ତା । ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ସମାନ ଦରମା ଓ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି । ରାଜ୍ୟ ସରକାର ଅବସରକାଳୀନ ଭତ୍ତା ନିଜସ୍ୱ ପାଣ୍ଠିରୁ ପ୍ରଦାନ କରୁଛନ୍ତି, କେନ୍ଦ୍ର ସରକାର କୌଣସି ଅଂଶ ଦେଉନାହାନ୍ତି । ସେହିପରି ଖାଦ୍ୟ ଦେବାରେ କେନ୍ଦ୍ର ସରକାର ଯେଉଁ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି, ବଜାର ଦର ସହିତ ତା’ର କୌଣସି ସାମଞ୍ଜସ୍ୟ ନାହିଁ । ଏହାର ତୁରନ୍ତ ପ୍ରତିକାର ହେବା ନିହାତି ଜରୁରୀ ।
ଆଜିର ଏହି ବିଶାଳ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନାରେ ବୈଷୟିକ ଶିକ୍ଷାମନ୍ତ୍ରୀ ଉଷା ଦେବୀ, ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ କୁମାର ପାତ୍ର, ବିଜୁ ଶ୍ରମିକ ସାମ୍ମୁଖ୍ୟ ପ୍ରଭାରୀ ବିମ୍ବାଧର କୁଅଁର, ଉପ-ସଭାପତି ଅନନ୍ତ ନାରାୟଣ ଜେନା, ସଂପାଦକ ସୁରେନ୍ଦ୍ର ସ୍ୱାଇଁ, ଶିବ ମଲ୍ଲିକ, ରଶ୍ମୀବାଳା ମହାନ୍ତି, ସୌଭାଗ୍ୟ ମଞ୍ଜରୀ କରଣ, ନନ୍ଦିତା ଦତ୍ତ, ଜ୍ୟୋତ୍ସ୍ନା ମିଶ୍ର, ବନଜା ଦାସ, ବିନୋଦୀନି ଷଡ଼ଙ୍ଗୀ, ଲକ୍ଷ୍ମୀପ୍ରିୟା ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top