Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଧସ୍ତାଧସ୍ତି, ବିବାଦରେ ଯୁବ ବିଜେଡି ସଭାପତି

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆଜି ଧସ୍ତାଧସ୍ତି,ଗାଳିଗୁଲଜ ଓ ହାତାହାତି ହୋଇଥିବା ଜଣାପଡ଼ିଛି । ପରିସ୍ଥିତି ଏପରି ହୋଇଥିଲା ଯେ, ଦଳର ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କୁ ଘଟଣାସ୍ଥଳ ଛାଡ଼ି ଲୁଚି ପଳାଇବାକୁ ପଡ଼ିଥିବା ସୂଚନା ମିଳିଛି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯିବାପରେ ଆଜି ଅପରାହ୍ନ ୫ଟାରେ ଦଳର ଉଭୟ ଯୁବ ଓ ଛାତ୍ର ୱିଙ୍ଗ ପକ୍ଷରୁ ନବୀନ ନିବାସରେ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଥିଲା । ଦଳର ରାଜ୍ୟ ଅଫିସଠୁ ଏକ ଶୋଭାଯାତ୍ରାରେ ନବୀନ ନିବାସ ଯାଇ ଦଳର ଯୁବ ଓ ଛାତ୍ର ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମାତ୍ର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମବେଳେ କିଛି ନେତ୍ରୀଙ୍କୁ ଠେଲାପେଲା କରିବା ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦଳର ଯୁବ ସଭାପତି ବ୍ୟୋମକେଶ ରାୟ ଓ କିଛି ଯୁବନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଗାଳିଗୁଲଜ ହୋଇଥିଲା । ଏହି ଧସ୍ତାଧସ୍ତିରେ କିଛି ନେତ୍ରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଶ୍ରୀ ରାୟ ଜଣେ-ଦୁଇଜଣ ଯୁବନେତାଙ୍କ ଉପରକୁ ହାତ ଉଠାଇବା ଘଟଣାକୁ ନେଇ କେତେକ ଯୁବନେତାମାନେ ସମସ୍ତଙ୍କ ଉପସ୍ଥିତିରେ ଅଶ୍ଲୀଳ ଭାଷାରେ ଯୁବ ସଭାପତିଙ୍କୁ ମଧ୍ୟ ଗାଳିଗୁଲଜ କରିଥିବା ଜଣାପଡ଼ିଛି । ଯୁବନେତାମାନେ ଏକଜୁଟ ହୋଇ ଯୁବ ସଭାପତି ଶ୍ରୀ ରାୟଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ସଜବାଜ ହେଉଥିବାବେଳେ ସେ ଘଟଣାସ୍ଥଳ ଛାଡ଼ି ପଳାଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଯୁବ ଓ ଛାତ୍ର ଶାଖାର କର୍ମକର୍ତ୍ତା ନିଯୁକ୍ତିକୁ ନେଇ ତୀବ୍ର ଅସନ୍ତୋଷ ରହିଥିବାବେଳେ ଶ୍ରୀ ରାୟଙ୍କ ମନମୁଖୀ ସାଂଗଠନିକ କାର୍ଯ୍ୟ ଏବଂ ସହକର୍ମୀମାନଙ୍କୁ କଦର୍ଯ୍ୟ ଆଚରଣ ଯୋଗୁ ଏବେ ଯୁବ ୱିଙ୍ଗରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଦଳର ଯୁବ ୱିଙ୍ଗ କାର୍ଯ୍ୟାଳୟ ମଧ୍ୟ କେବଳ ଗୋଟିଏ ଗୋଷ୍ଠୀ କବଜାରେ ରହିଥିବାବେଳେ ସେଠାରେ ଶ୍ରୀ ରାୟଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାରର ଅଣସାଂଗଠନିକ କାର୍ଯ୍ୟ ଚାଲିଛି ବୋଲି ଏହି ଗୋଷ୍ଠୀ ଅଭିଯୋଗ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top