Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର : ପିଏମ୍ କିଷାନ ଟଙ୍କାରୁ ବଂଚିତ ହେଉଛନ୍ତି ବହୁ ପଞ୍ଜିକୃତ ଚାଷୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଦୀର୍ଘ ୯୦ବର୍ଷ ପରେ ରାଜ୍ୟରେ ଜାତିଭିତ୍ତିକ ଗଣନା ହେବ । ମେ’ ପହିଲାରୁ ଓଡ଼ିଶାରେ ଜାତିଭିତ୍ତିକ ଗଣନା ହୋଇ ଓବିସି ବର୍ଗର ଲୋକଙ୍କୁ ଚିହ୍ନଟ କରାଯିବ । ଏଥିପାଇଁ ରାଜ୍ୟ ଓବିସି କମିଶନ ସୂଚନା ଦେଇଥିବାବେଳେ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଗତ ଦୁଇଦିନ ତଳେ ରାଜ୍ୟରେ ଓବିସି ଗଣନା ନିମନ୍ତେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହ କମିଶନଙ୍କୁ ଆବଶ୍ୟକ ଅନୁମତି ଦେଇଥିଲେ । ବିଜେଡି ସରକାର ଦ୍ୱାରା ଜାତି ଗଣନାକୁ ବିରୋଧୀ ଦଳ ଭୋଟବ୍ୟାଙ୍କର ରାଜନୀତି ବୋଲି ଅଭିଯୋଗ କରିଛି ।
ରାଜ୍ୟ ଓବିସି କମିଶନ ଅଧ୍ୟକ୍ଷ ଜଷ୍ଟିସ ରଘୁନାଥ ବିଶ୍ୱାଳ ଆଜି ନିଜର ଟିମ୍ ସହ ବୈଠକ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମେ’ ୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଛୁଆ ବର୍ଗର ଚିହ୍ନଟ ନିମନ୍ତେ ସର୍ଭେ କରାଯିବ । ଜୁନ୍ ପହିଲାରେ ଏହି ସର୍ଭେର ଚିଠା ତାଲିକା ଜାରି କରାଯାଇ ଜୁନ୍ ୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ଜୁନ୍ ୧୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ । ଏହି ଜାତିଗଣନାର ସମସ୍ତ ତଥ୍ୟ ଡିଜିଟାଇଜେସନ କରାଯିବ । ଏନେଇ ଖୁବଶୀଘ୍ର ମୁଖ୍ୟ ସଚିବ ଓ ସଚିବସ୍ତରରେ ବୈଠକ ପରେ ଜିଲ୍ଲାପାଳମାନଙ୍କ ବୈଠକ ଅନୁଷ୍ଠିତ ହେବ । ସର୍ଭେ ଫର୍ମରେ କ’ଣ ରହିବ ତାହା ଚୂଡ଼ାନ୍ତ ହୋଇନି । ତେବେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ବୃତ୍ତି ଆଦି ଉଲ୍ଲେଖ ରହିବ । ଯେଉଁମାନେ ସାମାଜିକ ଓ ଅର୍ଥନୀତିକ ଦୃଷ୍ଟିରୁ ବାଦ୍ ପଡ଼ିଥିବେ ସେମାନଙ୍କୁ ତାଲିକାରେ ସାମିଲ କରାଯିବ ଏବଂ ଯେଉଁମାନେ ସାମାଜିକ ଓ ଅର୍ଥନୀତି ଦୃଷ୍ଟିରୁ ବିକଶିତ ଥିବେ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯିବ । ପଛୁଆ ବର୍ଗର ଜନସଂଖ୍ୟାଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବା ପରେ ରାଜ୍ୟରେ ଏହି ବର୍ଗର ଲୋକଙ୍କ ପାଇଁ କେତେ ପରିମାଣର ସଂରକ୍ଷଣ ବ୍ୟବସ୍ଥା ରହିବା ଉଚିତ୍ ତାହା ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱାଳ ଆଜି ଓବିସି କମିଶନରେ ଥିବା ୩ଜଣ ସଦସ୍ୟ ପ୍ରଫେସର ନବନୀତ ରଥ,ପ୍ରଫେସର ମିତାଲି ଚିନ୍ନରା ଓ ପ୍ରସନ୍ନ କୁମାର ପାତ୍ରଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ସରକାରୀ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟରେ ଓବିସି(ପଛୁଆ ବର୍ଗ)ର ଚିହ୍ନଟ ଓ ଏହାର ପ୍ରକ୍ରିୟାକୁ ନେଇ ବିଚାରବିମର୍ଶ ହୋଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ, ରାଜ୍ୟରେ ଓବିସି ଗଣନାକୁ ନେଇ ରାଜନୀତି ଜୋର ଧରିଛି । ମୁଖ୍ୟ ବିରୋଧୀ ଦଳ ବିଜେପି ସିଧାସଳଖ ଓବିସି ବର୍ଗଙ୍କୁ ୨୭ପ୍ରତିଶତ ସଂରକ୍ଷଣରୁ କାହିଁକି ବଂଚିତ ରଖାଯାଇଛି ବୋଲି ପ୍ରଶ୍ନ କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଏ ସରକାର ସବୁବେଳେ ଭୋଟବ୍ୟାଙ୍କ ରାଜନୀତି କରନ୍ତି । କେତେବେଳେ ମହିଳା ତ କେତେବେଳେ ପଛୁଆ ବର୍ଗ । ଏପର୍ଯ୍ୟନ୍ତ କାହିଁକି ଓବିସି ବର୍ଗଙ୍କୁ ୨୭ପ୍ରତିଶତ ସଂରକ୍ଷଣ ସରକାର ଦେଇନାହାନ୍ତି ତାହା ସ୍ପଷ୍ଟ କରନ୍ତୁ । ସେହିପରି କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଜାତି ଗଣନା ରାଜନୀତି କରାଯାଉଛି । ଓଡ଼ିଶାରେ ଜାତିଭିତ୍ତିକ ରାଜନୀତିରେ କେହି ଉଧେଇ ନାହାନ୍ତି । ବିଜେଡିର ବରିଷ୍ଠ ବିଧାୟକ ଅମରପ୍ରସାଦ ଶତପଥୀ କହିଛନ୍ତି ଯେ, ଆଇନଗତ ବ୍ୟବସ୍ଥା ଭିତରେ ରହି ସରକାର ସବୁବେଳେ କାର୍ଯ୍ୟ କରିଥାନ୍ତି । ସବୁଥିରେ ରାଜନୀତିକ ଫାଇଦା ଖୋଜା ଯାଏ ନାହିଁ ।
ସୂଚନାଯୋଗ୍ୟ, ୧୯୩୧ ମସିହାରେ ଶେଷଥର ପାଇଁ ରାଜ୍ୟରେ ଜାତିଭିତ୍ତିକ ଗଣନା ହୋଇଥିଲା । ୨୦୨୧ ଜନଗଣନାରେ ଓଡ଼ିଶାରେ ଜାତିଭିତ୍ତିକ ଗଣନା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ଅନୁରୋଧ କରିଥିଲା । ମାତ୍ର ତାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ୨୦୧୧ରେ ସାମାଜିକ-ଅର୍ଥନୀତିକ ଜାତି ଗଣନା(ଏସଇସିସି) କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିଲା । ଓଡ଼ିଶା ସରକାର ଏହି ଏସଇସିସି ତାଲିକାକୁ ଗ୍ରହଣ କରିଥିଲେ ମଧ୍ୟ ଓବିସି ଚିହ୍ନଟ ଉପରେ ଗୁରୁତ୍ୱ ଦେଇଛନ୍ତି । ୨୦୨୦ ଜାନୁୟାରୀରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଓବିସି କମିଶନ ଗଠନ କରିଥିଲେ । ରାଜ୍ୟରେ ଓବିସି ବର୍ଗଙ୍କୁ ୨୭ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି ହେଉଥିବାବେଳେ ଓଡ଼ିଶାରେ ଏହି ବର୍ଗର ଲୋକଙ୍କୁ ଏବେ ମାତ୍ର ୧୧.୨୫% ସଂରକ୍ଷଣ ମିଳୁଛି ।
ପଟ୍ଟନାୟକ ନିଜେ ବ୍ୟକ୍ତିଗତ ଭାବେ ଧ୍ୟାନ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦାବି କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ରେ ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକୃତ ଅଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ନିଧି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପଞ୍ଜିକୃତ ହୋଇଥିବା ସାଢେ ୭ କୋଟି ଚାଷୀଙ୍କୁ ସପ୍ତମ କିସ୍ତିରେ ୧୯ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ସପ୍ତମ କିସ୍ତିରେ ଓଡ଼ିଶାର ମାତ୍ର ୨୪.୭ ଲକ୍ଷ ଚାଷୀ ୨ ହଜାର ଟଙ୍କା ଲେଖାଏଁ ଏହି ଯୋଜନାରେ ପାଇଥିଲେ । ପୂର୍ବରୁ ବି ଷଷ୍ଠ କିସ୍ତିରେ ମଧ୍ୟ ଅନୁରୂପ ଭାବରେ କମ୍‌
ଚାଷୀ ଏହି ଯୋଜନାର ଲାଭ ପାଉଥିବା ଓ କିଛି ଚାଷୀ ବଂଚିତ ହେଉଥିବାର ଦେଖାଯାଇଥିଲା । ପଞ୍ଜିକୃତ ୪୦.୫ ଲକ୍ଷ ଚାଷୀ ମଧ୍ୟରୁ ପିଏମ କିଷାନ ଯୋଜନାର ପ୍ରଥମ କିସ୍ତିରେ ଓଡ଼ିଶାର ମାତ୍ର ୯.୭୩ ଲକ୍ଷ ଚାଷୀ ପ୍ରଥମ କିସ୍ତି ପାଇଥିଲେ ଯାହା ପଞ୍ଜିକୃତଙ୍କ ୨୪ ପ୍ରତିଶତ । ସେହିପରି ଅନୁରୂପ ଭାବରେ ଦ୍ୱିତୀୟ କିସ୍ତିରେ ୨୯.୯୨ ଲକ୍ଷ ଅର୍ଥାତ୍ ପଞ୍ଜିକୃତଙ୍କ ୭୪ % , ତୃତୀୟ କିସ୍ତିରେ ୨୮.୭୭ ଲକ୍ଷ ତଥା ୭୧ % , ଚତୁର୍ଥ କିସ୍ତିରେ ୨୫.୬୧ ଲକ୍ଷ ଅର୍ଥାତ୍ ପଂଜିକରଣର ୬୩ % ଚାଷୀ କେବଳ ପିଏମ ଯୋଜନାରେ ବ୍ୟାଙ୍କ୍ ଖାତାରେ ଟଙ୍କା ପାଇଛନ୍ତି । ଅନୁରୂପ ଭାବରେ ପଂଚମ କିସ୍ତିରେ ୨୧.୫୫ ଲକ୍ଷ ଚାଷୀ ଅର୍ଥାତ୍ ୫୩ %, ଷଷ୍ଠ କିସ୍ତିରେ ୨୩.୩୮ ଲକ୍ଷ ତଥା ୫୮ ପ୍ରତିଶତ ଓ ସପ୍ତମ କିସ୍ତିର ଲାଭ ମାତ୍ର ୬୧ % ଅର୍ଥାତ୍ ୨୪.୭୦ ଲକ୍ଷ ଚାଷୀ ଲାଭ ପାଇଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡ଼ିଶାର ଚାଷୀ ହେଉଛି ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ରାଜ୍ୟର
ଜନସଂଖ୍ୟାର ଦୁଇ ତୃତୀୟାଂଶ ଚାଷୀ ଜିଡିପିର ଏକ ପଂଚମାଂଶ ଯୋଗଦାନ ରଖୁଛନ୍ତି । ତେବେ ଚାଷୀ ବିଶେଷ ଭାବରେ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି । ଭାରତ ସରକାର ଗତ ୬ ବର୍ଷରେ ଅନ୍ନଦାତାଙ୍କୁ ଆର୍ଥିକ ସମ୍ପନ୍ନ କରିବା ଦିଗରେ ଅନେକ ବଡ ପ୍ରଭାବ ପକାଉଥିବା ପଦକ୍ଷେପ ଏବଂ ସଂସ୍କାର ଅଣାଯାଇଛି ଏବଂ ଏଥିରେ ପିଏମ କିଷାନ ଅନ୍ୟତ । ଏହି ଯୋଜନାର ନିୟମାବଳୀ
ଅନୁସାରେ ରାଜ୍ୟ ସରକାରମାନେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବେ ଏବଂ ଯୋଜନାର ୱେବପୋର୍ଟାଲରେ ଦାଖଲ କରିବେ । ହିତାଧିକାରୀଙ୍କ ତଥ୍ୟକୁ ସଠିକ୍ ଭାବରେ ଦେବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଛି ଏବଂ ଏହାଦ୍ୱାରା ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ପଠାଯାଇପାରିବ । ମାତ୍ର ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ପ୍ରକ୍ରିୟାକୁ ଅନୁପାଳନ ନକରିବା ଯୋଗୁଁ ପିଏମ କିଷାନ ନିଧି ଯୋଜନାରେ ପଞ୍ଜିକୃତ ହୋଇଥିବା ଓଡ଼ିଶାର ଚାଷୀଙ୍କ ମଧ୍ୟରୁ ବହୁତ୍ କମ୍ ଚାଷୀ ଏହି ଯୋଜନାର ଲାଭ ପାଉଛନ୍ତି । କୋଭିଡ୍ ମହାମାରୀ ସମୟରେ ଚାଷୀଙ୍କୁ ସରକାରୀ ସହାୟତା ଦରକାର ଥିବାବେଳେ ସେମାନଙ୍କୁ ପିଏମକିଷାନରୁ ବଂଚିତ କରିବା ଅତ୍ୟନ୍ତ ଦୁଃଖଦାୟକ ।ତେଣୁ ରାଜ୍ୟର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ କିଷାନର ନିର୍ଦ୍ଦେଶାବଳୀର ଅନୁପାଳନକୁ ତୁରନ୍ତ ସୁନିଶ୍ଚିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top