ପ୍ରାୟ ୨୪ବର୍ଷ ଶାସନ କ୍ଷମତାରେ ରହିବା ପରେ ଆଜି ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ଇସ୍ତଫା ଦେବା ପରେ ନବୀନ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସେ ଟ୍ବିଟ କରି କହିଛନ୍ତି, ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋତେ ନିରନ୍ତର ଭାବେ ସେବାର ସୁଯୋଗ ଦେଇଥିବାରୁ ମୋର ଗଭୀର କୃତଜ୍ଞତା ଜଣାଉଛି। ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ମୋର ଇସ୍ତଫାପତ୍ର ପ୍ରଦାନ କଲି। ଓଡ଼ିଶାବାସୀଙ୍କ ସେବା ନେଇ ମୋର ଦୃଢ଼ ପ୍ରତିବଦ୍ଧତା ସଦାସର୍ବଦା ବଜାୟ ରହିବ।


