କୋଲକାତା: ଗୋଟିଏ ପଟେ ପଶ୍ଚିମବଙ୍ଗରେ ତୃତୀୟ ପର୍ୟ୍ୟାୟ ଭୋଟିଂ ଚାଲିଥିବା ବେଳେ ଅନ୍ୟପଟେ ୪ର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହିକ୍ରମରେ ଆଜି କୋଚ ବେହାର ଠାରେ ଆୟୋଜିତ ରାଲିରେ ଉଦବୋଧନ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆ ବୋଲି କହିଛନ୍ତି। ମମତା କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଜଣେ ମିଛୁଆ। ସେ ପ୍ରତିଟି ମିଟିଂରେ ମୋ ଉପରେ କେବଳ ଚିତ୍କାର କରନ୍ତି ଓ ମିଛ କୁହନ୍ତି।”
ମମତା ଆହୁରି କହିଛନ୍ତି ଯେ “କେନ୍ଦ୍ରୀୟ ଆର୍ମଡ ପୁଲିସ୍ ଫୋର୍ସରେ ସ୍ୱତନ୍ତ୍ର ନାରାୟଣୀ ବାଟାଲିୟନ ତିଆରି କରିଥିବା ସମ୍ପର୍କରେ ବିଜେପି ଯେଉଁ ଦାବି କରୁଛି, ତାହା ସଂପୂର୍ଣ୍ଣ ମିଛ। ଆମ ସରକାର ବେଙ୍ଗଲ ପୁଲିସ୍ରେ ନାରାୟଣୀ ବାଟାଲିୟନ କରି ଦେଖାଇଛି। ଆମେ(ଟିଏମସି) ଲୋକଙ୍କୁ ମାଗଣାରେ ରାସନ ଯୋଗାଉଥିବା ବେଳେ କେନ୍ଦ୍ର ଏଲପିଜି ଦରକୁ ୯୦୦ ଟଙ୍କାକୁ ବୃଦ୍ଧି କରିଛି।


