Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଯାଜପୁରରେ ଶର୍ମିଷ୍ଠା ଓ ଜଗତସିଂହପୁରରେ ରାଜଶ୍ରୀ ବିଜେଡି ପ୍ରାର୍ଥୀ!

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାୟ ୭ଜଣ ମହିଳାଙ୍କୁ ମଇଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି। ବିଜେଡି ଯେଉଁମାନଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ସେମାନଙ୍କ ମଧ୍ୟରେ ଅଧିକାଂଶ ନୂଆ ମୁହଁ ବୋଲି ଜଣାପଡ଼ିଛି।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ଲୋକସଭାରେ ୭ଜଣ ମହିଳା ଓ ବିଧାନସଭାରେ ପ୍ରାୟ ୨୫ରୁ ୩୦ଜଣ ମହିଳାଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟର ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ୭ଟି(୨ଜଣ ଅନୁସୂଚିତ ଜାତି,୨ଜଣ ଅନୁସୂଚିିତ ଜନଜାତି ଓ ୩ଜଣ ସାଧାରଣ ବର୍ଗ)ରେ ମହିଳାଙ୍କୁ ପ୍ରାର୍ଥୀ କରିବ ଓ ସେମାନେ ଅଧିକାଂଶ ନୂଆ ମୁହଁ। ସମ୍ମାନଜନକ କେନ୍ଦ୍ରାପଡ଼ା ଆସନରେ ଦଳ ନିଜର ଟ୍ରମ୍ପ କାର୍ଡ ଭାବେ ଜଣେ ବରିଷ୍ଠ ମହିଳା ଆଇଏଏସଙ୍କୁ ପ୍ରାର୍ଥୀ କରିପାରେ। ଏଥିପାଇଁ ଦଳ ପକ୍ଷରୁ ମାର୍ଗ ପ୍ରଶସ୍ତ ହୋଇଛି।
ସେହିପରି ଯାଜପୁର ସଂରକ୍ଷିତ ଲୋକସଭା ଆସନରେ ବିଜେଡି ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିବ। ଶ୍ରୀମତୀ ସେଠୀ ଅର୍ଥ ବିଭାଗରେ ଅତିରିକ୍ତ ବାଣିଜ୍ୟକର ଅଫିସର ଭାବେ କାର୍ଯ୍ୟ କରୁଥିଲେ ତଥା ଇତିମଧ୍ୟରେ ଚାକିରିରୁ ଇସ୍ତଫା ଦେଇସାରିଛନ୍ତି। ସିଏ କ୍ରୀଡ଼ା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରବିନ୍ଦ୍ର ସେଠୀଙ୍କ ପତ୍ନୀ। ଶ୍ରୀ ସେଠୀ ଏବେ ବିଜେଡିର ସୋଶାଲ ମିଡିଆ ଦାୟିତ୍ୱରେ ଅଛନ୍ତି।
ଏହି ଦୁଇ ଆସନ ବ୍ୟତୀତ ଜଗତସିଂହପୁର ସଂରକ୍ଷିତ ଲୋକସଭା ଆସନରେ ବିଧାୟିକା ରାଜଶ୍ରୀ ମଲ୍ଲିକ କିମ୍ବା ବିଜେଡି ସଭାନେତ୍ରୀ ମିନତୀ ବେହେରାଙ୍କୁ ପ୍ରାର୍ଥୀ କରିପାରେ। ତେବେ ରାଜଶ୍ରୀଙ୍କ ଲୋକସଭା ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼ ସଂରକ୍ଷିତ ଲୋକସଭା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ , କେନ୍ଦୁଝର ସଂରକ୍ଷିତ ଲୋକସଭା ଆସନରେ ଦଳ ବର୍ତ୍ତମାନର ସାଂସଦ ଶକୁନ୍ତଳା ଲାଗୁରୀ , ଆସିକା ଲୋକସଭା ଆସନରେ ଲତିକା ପ୍ରଧାନ, କନ୍ଧମାଳ ଆସନରେ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆସନ୍ତା ୧୮ତାରିଖରୁ ଆରମ୍ଭ ହେଉଥିବାବେଳେ ହାତରେ ଆଉ ମାତ୍ର ଏକ ସପ୍ତାହ ବାକି ରହିଛି। ତେଣୁ ଦଳ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top