Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଯାତ୍ରା ନାୟିକା ଉଷସୀଙ୍କୁ ଅସଦାଚରଣ

ଅନୁଗୋଳ : ଯାତ୍ରାରେ ଅଭିନୟ ପାଇଁ ଯିବାବେଳେ ଅନୁଗୁଳ କଣିହାଁ ନିକଟ ଡେରଙ୍ଗରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ ସାମ୍ନା କରିଛନ୍ତି । ଏନେଇ କଣିହା ଥାନାରେ ୪ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଉଷସୀ। ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସେପଟେ ଟାଇକୋଣ୍ଡୋ ଶିଖିଥିଲି ବୋଲି ଅସଦାଚରଣକାରୀଙ୍କ ପାଖରୁ ବର୍ତ୍ତିଗଲି ବୋଲି କହିଛନ୍ତି ଉଷସୀ। ଯାତ୍ରା ମଞ୍ଚକୁ ଯିବା ପୂର୍ବରୁ ଗତକାଲି ରାତିରେ ଉଷସୀଙ୍କ ପ୍ରତି ହୋଇଛି ଅସଦାଚରଣ। ଜଣେ ଲବ୍ଧ ପ୍ରତିଷ୍ଠିତ ଅଭିନେତ୍ରୀଙ୍କୁ ସର୍ବସାଧାରଣରେ ଗାଳିଗୁଲଜ, ଧସ୍ତାଧସ୍ତି, ଚୁଟି ଝିଙ୍କି ମାଡ଼ ମରାଯାଛି। ସୋସିଆଲ୍ ମିଡିଆରେ ନିଜେ ଉଷସୀ ଆଜି ଏନେଇ ପୋଷ୍ଟ କରିବା ପରେ ହଇଚଇ ଖେଳିଯାଇଥିଲା । ପୂରା ଘଟଣାଟି ଏମିତି। ଅନୁଗୁଳ ଜିଲ୍ଲା ଡେରଙ୍ଗରେ ପଡ଼ିଥିଲା ଇଷ୍ଟର୍ଣ୍ଣ ବ୍ଲୁର ଯାତ୍ରା। ଅଭିଯୋଗ ଅନୁଯାୟୀ, ଉଷସୀ ନିଜ କାରରେ ଭିଡ଼କାଟି ଯିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। କାରରୁ ଓହ୍ଲାଇ ସେ ଇନ୍ଦ୍ରମଣିଙ୍କୁ ଥାପଡ଼ ମାରିବାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଉଷସୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ବେଳେ କିଛି ସହକଳାକାର, ପାର୍ଟିର ମ୍ୟାନେଜର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣକାରୀ ଉଷସୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ସୋସିଆଲ୍ ମିଡିଆରେ ଏନେଇ ପୋଷ୍ଟ ପରେ ଉଷସୀ କଣିହା ଥାନାରେ ଇନ୍ଦ୍ରମଣି, ତାଙ୍କ ଦୁଇ ପୁଅ ଓ ଅନ୍ୟଜଣେ ସହଯୋଗୀଙ୍କ ବିରୋଧରେ ଅସଦାଚରଣ ଓ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି । ପରେ ଅନୁଗୁଳ ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣା ପରଠାରୁ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । କଣିହା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଓଲିଉଡ୍ ଓ ଜଲିଉଡ୍ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଉଷସୀଙ୍କ ଉପରେ ଏଭଳି ଆକ୍ରମଣ ଓ ଅସଦାଚରଣ ଅଭିଯୋଗକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top