Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ସାର୍ଟ ଓ ଶାଢ଼ୀ ବାଣ୍ଟିଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ୱେୟାର): ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ନିଜର ଯୁବ ଓ ଛାତ୍ର କର୍ମକର୍ତ୍ତାମାନଙ୍କୁ ସାର୍ଟ ଓ ଶାଢ଼ୀ କିଣିବା ପାଇଁ ଅର୍ଥରାଶି ପ୍ରଦାନ କରିଛି । ରାଜ୍ୟରେ ଲକ୍ଷ ଲକ୍ଷ ଯୁବବର୍ଗ ଏବେ କର୍ମନିଯୁକ୍ତି ଅପେକ୍ଷାରେ ରହିଥିବାବେଳେ ଶାସକ ବିଜେଡି ପକ୍ଷରୁ ସାର୍ଟ ଓ ଶାଢ଼ୀ ପାଇଁ ୨ରୁ ୩ହଜାର ଟଙ୍କା ଦିଆଯାଇଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଦଳର ଯୁବ ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଉଥିବାବେଳେ ୨୩ତାରିଖରେ ଛାତ୍ର ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ବସିବ । ଦଳର ଯୁବ ଓ ଛାତ୍ର ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଆର୍ଥିକ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଇଛି । ଯୁବ ଓ ଛାତ୍ର ଶାଖାର ପୁରୁଷ କର୍ମକର୍ତ୍ତାଙ୍କୁ ସାର୍ଟ କିଣିବା ପାଇଁ ୨ହଜାର ଓ ନେତ୍ରୀମାନଙ୍କୁ ଶାଢ଼ୀ କିଣିବା ନିମନ୍ତେ ୩ହଜାର ଟଙ୍କା ଦିଆଯାଇଛି । ସମସ୍ତଙ୍କୁ ଠିକ୍ ଭାବେ ମାର୍ଜିତ ଡ୍ରେସ୍ ପିନ୍ଧି କାର୍ଯ୍ୟକାରିଣୀକୁ ଆସିବା ପାଇଁ ତାଗିଦ୍ କରାଯାଇଛି ।
ସେହିପରି ଦଳର ରାଜ୍ୟ କାର୍ଯ୍ୟକାରିଣୀ ୨୦ ଓ ରାଜ୍ୟ ପରିଷଦ ବୈଠକ ୨୧ତାରିଖରେ ବସିବାର ଥିବାବେଳେ ସେଠାରେ ପଞ୍ଜିକରଣ ଦାୟିତ୍ୱ ଯୁବ ଓ ଛାତ୍ର ଶାଖାର ନେତ୍ରୀମାନଙ୍କୁ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, ବିଜେଡିର ଯୁବ ଶାଖା କାର୍ଯ୍ୟକାରିଣୀରେ ୧୧୦ଜଣ କର୍ମକର୍ତ୍ତା ଥିବାବେଳେ ୩୩ଜଣ ଜିଲ୍ଲା ସଭାପତି ଅଛନ୍ତି । ସେହିପରି ଛାତ୍ର ଶାଖାରେ ମଧ୍ୟ ୧୫୦ରୁ ଅଧିକ କର୍ମକର୍ତ୍ତା ରହିଛନ୍ତି । ସମସ୍ତ କର୍ମକର୍ତ୍ତାଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top