Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଯୋଗ୍ୟ ଡାକ୍ତର ନଥିବାରୁ ବାହାର ରାଜ୍ୟରୁ ଡାକ୍ତରଙ୍କୁ ମିଳିବ ନିଯୁକ୍ତି : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତରୀ ପଦବୀଗୁଡ଼ିକ ପୂରଣ ହେଉନଥିବାରୁ ବର୍ଦ୍ଧିତ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟର ଯୋଗ୍ୟ ଡାକ୍ତରମାନଙ୍କୁ ଓଡ଼ିଶାରେ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ପୂର୍ବରୁ ପ୍ରଚଳିତ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ଚୟନ ଓ ସେବାସର୍ତ୍ତ ନିୟମାବଳୀ-୨୦୧୭ରେ କେତେକ ସଂଶୋଧନ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ଏବେ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୨୩୩୦ଟି ଡାକ୍ତରୀ ପଦବୀ ଖାଲି ପଡ଼ିଥିବାବେଳେ ଚଳିତବର୍ଷ ୨୪୫୨ଟି ଡାକ୍ତରୀ ପଦ ପୂରଣ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଛି ।
ରାଜ୍ୟ ବାହାରର ଡାକ୍ତରଙ୍କୁ ଆଣି ନିଯୁକ୍ତି ଦେବା ପାଇଁ ନିଆଯାଇଥିବା ନିଷ୍ପତ୍ତିର କାରଣ ସମ୍ପର୍କରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗତକାଲି ବିଧାନସଭାରେ ରାଜ୍ୟ ସରକାରଙ୍କଠୁ ଜାଣିବାକୁ ଚାହିଁଥିଲେ । ଏହାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ଓଡ଼ିଶାରେ ବିଭିନ୍ନ କ୍ୟାଡ଼ରରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୮୭୧୯ରୁ ଏବେ ୬୩୮୯ଟି ପଦବୀରେ ନିୟମିତ ଡାକ୍ତର କାର୍ଯ୍ୟରତ ଅଛନ୍ତି । ବାକି ୨୩୩୦ଟି ପଦବୀ ଖାଲି ପଡ଼ିଛି । ଖାଲିଥିବା ଏହି ଡାକ୍ତରୀ ପଦବୀଗୁଡ଼ିକ ପୂରଣ କରିବା ନିମନ୍ତେ ପ୍ରତିବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ନିୟମିତ ଭାବେ ଚୟନ ପରୀକ୍ଷା କରାଯାଉଥିଲେ ମଧ୍ୟ ଆବଶ୍ୟକ ଯୋଗ୍ୟ ଡାକ୍ତରଙ୍କ ଅଭାବ ଯୋଗୁ ଏହି ପଦବୀଗୁଡ଼ିକ ବର୍ଷବର୍ଷ ଧରି ଖାଲି ରହୁଛି । ରାଜ୍ୟରେ ଥିବା ଡାକ୍ତରଖାନାଗୁଡ଼ିକର ବର୍ଦ୍ଧିତ ରୋଗୀ ସଂଖ୍ୟା ତଥା ତଦନୁସାରେ ଆବଶ୍ୟକ ଥିବା ଡାକ୍ତର ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରେ ଥିବା ଯୋଗ୍ୟ ଡାକ୍ତରଙ୍କୁ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା କ୍ୟାଡ଼ରରେ ଯୋଗଦେବା ପାଇଁ ସୁଯୋଗ ଦେବାର ଆବଶ୍ୟକତା ଥିବା ସରକାର ଅନୁଭବ କରିଛନ୍ତି । ତେଣୁ ଏଥିପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା(ଚୟନ ଓ ସେବାସର୍ତ୍ତ) ନିୟମାବଳୀ-୨୦୨୦ ପ୍ରଣୟନ କରିଛନ୍ତି । ଯାହାଫଳରେ ଯଦି ଜଣେ ପ୍ରାର୍ଥୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ଓଡ଼ିଆ ଭାଷା ବିଷୟ ନେଇ ଉତ୍ତୀର୍ଣ୍ଣ ହୋଇନଥିବେ ତା’ହେଲେ ଚାକିରିରେ ଯୋଗ ଦେବାର ୪ବର୍ଷ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷାରେ ସେମାନଙ୍କୁ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ।
ସେହିପରି ଯଦି ଜଣେ ରାଜ୍ୟ ବାହାର ପ୍ରାର୍ଥୀ ତାଙ୍କର ନାଁ ଓଡ଼ିଶା ଡାକ୍ତରୀ ପଞ୍ଜିକୃତ ପରିଷଦରେ ପଞ୍ଜିକରଣ କରିନଥିବେ, ତା’ହେଲେ ତାଙ୍କୁ ଚାକିରିରେ ଯୋଗ ଦେବା ପାଇଁ ନିଯୁକ୍ତି ନିର୍ଦ୍ଦେଶନାମା ପାଇବା ପୂର୍ବରୁ ଉକ୍ତ ପରିଷଦରେ ପଞ୍ଜିକୃତ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top