Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ : ଆଜି ରତ୍ନଭଣ୍ଡାର ସବକମିଟି ବୈଠକ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆସନ୍ତାକାଲି ରତ୍ନଭଣ୍ଡାର ସବ୍କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଅପରପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବା ସରକାରଙ୍କ ଦାୟିତ୍ୱ ଓ ଧାର୍ମିକ ଭାବନା ସହ ଜଡ଼ିତ ଥିବା ଏହି ପ୍ରସଙ୍ଗକୁ ସରକାର କିଭଳି ପରିଚାଳନା କରୁଛନ୍ତି ତାହା ଉପରେ ନଜର ରହିବ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି କହିଛି ।ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆସନ୍ତାକାଲି ରତ୍ନଭଣ୍ଡାର ସବ୍କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଅପରପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବା ସରକାରଙ୍କ ଦାୟିତ୍ୱ ଓ ଧାର୍ମିକ ଭାବନା ସହ ଜଡ଼ିତ ଥିବା ଏହି ପ୍ରସଙ୍ଗକୁ ସରକାର କିଭଳି ପରିଚାଳନା କରୁଛନ୍ତି ତାହା ଉପରେ ନଜର ରହିବ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି କହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନ ଭଣ୍ଡାର ଖୋଲି ତା’ର ସ୍ଥିତି ଯାଞ୍ଚ କରାଯିବା ପ୍ରସଙ୍ଗରେ ବିଚାରବିମର୍ଶ ନିମନ୍ତେ ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ସବ୍କମିଟି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଗଜପତିଙ୍କ ପ୍ରତିନିଧି ଓ ପରିଚାଳନା କମିଟିର ୨ଜଣ ସଦସ୍ୟ ରହିବେ । ଭଣ୍ଡାର ମେକାପ ମଧ୍ୟ ଉପସ୍ଥିତ ରହିବେ । ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ଆଇନରେ ଆବଶ୍ୟକ ପରିବର୍ତ୍ତନ ଉପରେ ତଜର୍ମା ହେବାର ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ମାର୍ଚ୍ଚ ୨୬ ଓ ୨୭ତାରିଖ ଦୁଇଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଏଏସ୍ଆଇ ଟିମ୍ ମିଳିତ ଭାବେ ରତ୍ନଭଣ୍ଡାରର ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଯାଇଥିଲା । ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟ ଯେତେବେଳେ ନିର୍ଦ୍ଦେଶ ଦେଇଛନ୍ତି ସେତେବେଳେ ସରକାର ତାକୁ ମାନିବା ପାଇଁ ବାଧ୍ୟ । ତେବେ ଏହା ଖୋଲିବା ପାଇଁ କେଉଁ ଉପାୟ ଅବଲମ୍ବନ କରାଯିବ ତାହା ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ । କେହି ଯେଭଳି ଅସନ୍ତୋଷ ନହେବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ରଖିବା ଉଚିତ୍ । ସେ ଆଇନ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ଅବଶ୍ୟ ସେତେବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ନଥିଲା । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ପ୍ରଶାସନ ଏହାକୁ ପାଳନ କରିବା ଉଚିତ୍ । ଅନ୍ୟମାନେ ଭିନ୍ନ ଭିନ୍ନ ଟିପ୍ପଣୀ ଦେଇ ଅଯଥା ପରିସ୍ଥିତିକୁ ଗୋଳମାଳିଆ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ବିଜେପି ବିଧାୟକ ପ୍ରଦୀପ କୁମାର ପୁରୋହିତ କହିଛନ୍ତି ଯେ, ହାଇକୋର୍ଟ ସବୁପକ୍ଷକୁ ଦୃଷ୍ଟିରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଧାର୍ମିକ ଭାବନା ଜଡ଼ିତ ଥିବାରୁ ନିଶ୍ଚିତ ଭାବେ ଏହା ରାଜ୍ୟ ସରକାରଙ୍କ ପାଇଁ ଏକ ରିସ୍କ୍ ଟାସ୍କ । ସରକାର ଏ ଦିଗରେ ସ୍ୱଚ୍ଛତା ବଜାୟ ରଖିବା ଉଚିତ୍ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଶ୍ରୀମନ୍ଦିରର ପ୍ରଚଳିତ ନିୟମ ଅନୁସାରେ ରତ୍ନଭଣ୍ଡାର ଖୋଲାଯିବା ସମୟରେ ରତ୍ନଭଣ୍ଡାରର ସ୍ୱତ୍ତାଧିକାରୀ ଭାବେ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଭଣ୍ଡାର ମେକାପ ଉପସ୍ଥିତ ରହିବେ । ଏହି ୩ଜଣଙ୍କ ପାଖରେ ରତ୍ନଭଣ୍ଡାରର ଚାବି ରହିଛି ଓ କେହି ଜଣେ ବି ଅନୁପସ୍ଥିତ ରହିଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top