ଭୁବନେଶ୍ୱର(ଓଡ଼ିଶା ୱେୟାର):
ରଥଖଳାରେ ପଶିଲା କରୋନା। ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, କରୋନାର ଦ୍ୱିତୀୟ ୱେଭରେ ୨ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଜେଟିପିଙ୍କର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି।


